ଆସିଲା ବଡ ତଥ୍ୟ…ମୋଦୀଙ୍କ ଖାଇବା ଓ ପିନ୍ଧିବା ଖର୍ଚ୍ଚ ….?

0

Get real time updates directly on you device, subscribe now.

ମୋଦୀଙ୍କ ଖାଇବା ପାଇଁ ପ୍ରତ୍ଯେକ ଦିନ କେତେ ଟଙ୍କା ଖର୍ଚ୍ଚ ହୁଏ? ପ୍ରଧାନମନ୍ତ୍ରୀଙ୍କ ପାଇଁ କେଉଁଠୁ ଆସେ ଖାଇବା? ଆରଟିଆଇ ଦେଲା ଏମିତି କିଛି ଉତ୍ତର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଥମିବାର ନାମ ନେଉନାହିଁ ଚର୍ଚ୍ଚା। ଏମିତିକି ମୋଦୀ କୁଆଡେ ଗସ୍ତ କରିଲେ, ନକରିଲେ କିମ୍ବା କୌଣସି ପ୍ରସଙ୍ଗରେ କିଛି କହିଲେ ଜାତୀୟ ଗଣମାଧ୍ୟମ ଠାରୁ ଆରମ୍ଭ କରି ଆନ୍ତର୍ଜାତୀୟ ଗଣମାଧ୍ୟମରେ ମଧ୍ୟ ଚର୍ଚ୍ଚା ହୁଏ। ତେବେ ମୋଦୀଙ୍କର ଖାଇବାକୁ ନେଇ ଦୈନିକ ଭାରତ ସରକାର କେତେ ଟଙ୍କା ଖର୍ଚ୍ଚ କରନ୍ତି ତାହା ସାଧାରଣରେ ଅନେକ ପ୍ରଶ୍ନ ଉଠେ। ଏ ନେଇ ଅନେକ ପ୍ରଶ୍ନ ଉଠିଥିଲା। ତେବେ ଆସନ୍ତୁ ଜାଣିବା।

ଆରଟିଆଇ କିମ୍ବା ସୂଚନା ଅଧିକାରୀ ଆଇନ ଅନୁସାରେ ମୋଦୀଙ୍କର ଦୈନିକ ଖାଇବା ଖର୍ଚ୍ଚକୁ ଅନେକ ପ୍ରଶ୍ନ ଉଠିଥିଲା। ଏ ବିଷୟରେ ପ୍ରଧାନମନ୍ତ୍ରୀଙ୍କ କର୍ଜ୍ଯାଳୟର ଜନସୂଚନା ଅଧିକାରୀ ମୋଦୀଙ୍କ ଖର୍ଚ୍ଚ ସମ୍ପର୍କିତ ସମସ୍ତ ବିବରଣୀ ପ୍ରଦାନ କରିଛନ୍ତି। ଆରଟିଆଇ ଉତ୍ତରରୁ ଜଣାପଡିଛିକି ପ୍ରଧାନମନ୍ତ୍ରୀଙ୍କ ଖାଦ୍ୟ ପାଇଁ ସରକାରୀ ବଜେଟରୁ କିଛି ବି ଟଙ୍କା ଖର୍ଚ୍ଚ କରାଯାଏ ନାହିଁ।

ମୋଦୀଙ୍କ କହିବା କଥା ହେଲାକି ସମସ୍ତ ସକ୍ଷମ ବ୍ୟକ୍ତି ନିଜର ଖର୍ଚ୍ଚ ବହନ କରିବା ଉଚିତ। କେବଳ ଏତିକି ନୁହେଁ ଅସହାୟ ଲୋକମାନଙ୍କୁ ମଧ୍ୟ ସାଧ୍ୟ ମତେ ସେମାନେ ସାହାଯ୍ୟ କରିବା ଆବଶ୍ୟକ। ତେବେ ସବୁଠାରୁ ବଡ କଥା ହେଲା କରୋନା କାଳରେ ଗରିବ ଲୋକମାନଙ୍କୁ ମାଗଣା ଗହନ ଏବଂ ଚାଉଳ ବଣ୍ଟନ ବ୍ୟବସ୍ଥା କରିଥିବା ବ୍ୟକ୍ତି ରାଜକୋଷରୁ ନିଜ ଖାଦ୍ୟ ବ୍ୟବସ୍ଥା କରନ୍ତି ନାହିଁ।

ସେହିପରି ପ୍ରଧାନମନ୍ତ୍ରୀଙ୍କ ପୋଷାକ ବାବଦରେ ଖର୍ଚ୍ଚ ବିଷୟରେ ଆରଟିଆଇକୁ ଯେତେବେଳେ ତଥ୍ୟ ପଚରାଯାଇଥିଲା। ସେତେବେଳେ ଆରଟିଆଇ ସୂଚନା ଦେଇଥିଲାକି ପ୍ରଧାନମନ୍ତ୍ରୀ ନିଜର ପୋଷାକ କଥା ନିଜେ ବୁଝନ୍ତି। ଅନ୍ୟପଟେ ତଥ୍ୟ ଅନୁସାରେ ପ୍ରଧାନମନ୍ତ୍ରୀ ବ୍ୟବହାର କରୁଥିବା ଗାଡିଗୁଡିକ ପାଇଁ ସ୍ଵତନ୍ତ୍ର ସୁରକ୍ଷା ଗୋଷ୍ଠୀ ମୁତୟନ ଥାନ୍ତି।

Leave A Reply

Your email address will not be published.