ୟୁକ୍ରେନ-ରୁଷର ଯୁଦ୍ଧ ମଧ୍ୟରେ ପୁତିନଙ୍କ ଗର୍ଲଫ୍ରେଣ୍ଡ କ’ଣ କରୁଛନ୍ତି ?

0

Get real time updates directly on you device, subscribe now.

ୟୁକ୍ରେନ ଏବଂ ରୁଷ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଏଭଳି ପରିସ୍ଥିତିରେ ଦୁନିଆରେ ଆଜିକାଲି କେବଳ ଦୁଇ ଜଣଙ୍କ ବିଷୟରେ ଅଧିକ ଆଲୋଚନା ହେଉଛି । ପ୍ରଥମ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଏବଂ ଦ୍ୱିତୀୟ ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି । ତେବେ ଏଥିମଧ୍ୟରୁ ପୁତିନ ହିଁ ଗ୍ଲୋବାଲ୍ ନେତା ଭାବରେ ସର୍ବାଧିକ ଚର୍ଚ୍ଚିତ ଅଟନ୍ତି । ଏଭଳି ପରିସ୍ଥିତିରେ, ଲୋକମାନେ ସେମାନଙ୍କ ବିଷୟରେ ସବୁକିଛି ଜାଣିବାକୁ ଆଗ୍ରହୀ ଅଟନ୍ତି । ଲୋକମାନେ ତାଙ୍କ ସମ୍ପତ୍ତି, ପରିବାର, ବ୍ୟକ୍ତିଗତ ଜୀବନ ଏବଂ ଗର୍ଲଫ୍ରେଣ୍ଡ ବିଷୟରେ ଜାଣିବାକୁ ଚାହାଁନ୍ତି,ତେଣୁ ପୁଟିନଙ୍କ ଗର୍ଲଫ୍ରେଣ୍ଡ କିଏ ଏବଂ ଯୁଦ୍ଧ ମଧ୍ୟରେ ସେ କ’ଣ କରୁଛନ୍ତି ? ଆସନ୍ତୁ ଜାଣିବା ।

ଫ୍ଲାଇଟି ଆଟେଣ୍ଡାଣ୍ଟଙ୍କ ସହ ହୋଇଥିଲା ପ୍ରଥମ ବିବାହ

ବିଳାସପୂର୍ଣ୍ଣ ଜୀବନ,ମହଙ୍ଗା ସଉକ ଇତ୍ୟାଦି ରାଷ୍ଟ୍ରପତି ପୁତିନଙ୍କୁ ଅନ୍ୟ ରାଷ୍ଟ୍ରର ମୁଖ୍ୟଙ୍କଠାରୁ ଭିନ୍ନ କରିଥାଏ । ଯଦିଓ ପୁଟିନ ତାଙ୍କ ବ୍ୟକ୍ତିଗତ ଜୀବନକୁ ଅଧିକାଂଶ ଗୁପ୍ତ ରଖିଥାନ୍ତି, ତଥାପି ତାଙ୍କର ଫୋଟୋ ଗଣମାଧ୍ୟମରେ ଆସିଯାଇଥାଏ ।ପୁତିନଙ୍କର ପ୍ରଥମ ବିବାହ ୧୯୮୩ ମସିହାରେ ଫ୍ଲାଇଟି ଆଟେଣ୍ଡାଣ୍ଟ ଲ୍ୟୁଡମିଲା ଶକ୍ରେବେନେଭାଙ୍କ ସହିତ ହୋଇଥିଲା ।ସେତେବେଳେ ୩୦ବର୍ଷିୟ ପୁତିନ କେଜିବି ଏଜେଣ୍ଟ ଥିଲେ । ସେତେବେଳେ ଲ୍ୟୁଡମିଲାଙ୍କୁ ୨୫ବର୍ଷ ବୟସ ହୋଇଥିଲା । ତେବେ ପୁତିନ ଏବଂ ଲ୍ୟୁଡମିଲାଙ୍କର ୨୦୧୪ ଛାଡପତ୍ର ହୋଇ ଯାଇଥିଲା ।

ଜିମନାସ୍ଟ ସହିତ ଜଡିତ ପୁତିନଙ୍କ ନାମ

ଏଥି ସହିତ ପୁତିନଙ୍କ ଅଭିଯୁକ୍ତ ଗର୍ଲଫ୍ରେଣ୍ଡ ବିଷୟରେ ବ୍ରିଟିଶ ଗଣମାଧ୍ୟମ ଅନେକ ରିପୋର୍ଟ ପ୍ରକାଶ କରିଛି । ବିଗତ ଏକ ଦଶନ୍ଧି ଧରି ତାଙ୍କ ନାମ ୩୮ବର୍ଷିୟ ଜିମନାସ୍ଟ ଏଲିନା କାବଏୱା ଙ୍କ ସହ ଜଡିତ ଥିଲା । ସେ ଅଲିମ୍ପିକ୍ ରେ ସ୍ୱର୍ଣ୍ଣ ପଦକ ବିଜେତା ମଧ୍ୟ ହୋଇଛନ୍ତି । କୁହାଯାଉଛି କି ଏଲିନା ମଧ୍ୟ ରାଷ୍ଟ୍ରପତି ପୁତିନଙ୍କ ଯାଆଁଳା ଶିଶୁଙ୍କ ମାତା ।

ଉଠିଥିଲା ବିବାହର ଗୁଜବ

୨୦୦୮ ରେ ପ୍ରଥମ ଥର ପାଇଁ ପୁତିନଙ୍କ ନାମ ଏଲିନା ସହିତ ଯୋଡି ହୋଇଥିଲା । ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେବା ପରେ ଏଲିନାଙ୍କୁ ‘ରୁଷର ପ୍ରଥମ ଲେଡି’ ବୋଲି କୁହାଗଲା । ତେବେ ସେ ଏହାକୁ ସର୍ବସାଧାରଣଙ୍କ ସାମ୍ନାରେ ଅସ୍ୱୀକାର କରିଥିଲେ । ଏହା ସତ୍ତ୍ୱେ ସେମାନଙ୍କ ସମ୍ପର୍କର ଗୁଜବରେ ବିରାମ ଲାଗିନଥିଲା । କୁହାଯାଉଥିଲା କି ଦୁହେଁ ନିର୍ବନ୍ଧ କରିଲେ ଆଉ ତା’ପରେ ବିବାହ କଲେ ।

ରିଙ୍ଗ ପିନ୍ଧିଥିବାର ନଜର ଆସିଥିଲେ ଏଲିନା

୨୦୧୬ ମସିହାରେ ଏଲିନା ସର୍ବସାଧାରଣରେ ଏକ ରିଙ୍ଗ ପିନ୍ଧିଥିବାର ନଜର ଆସିଥିଲେ । ଏଥିରେ ଗୁଜବକୁ ଆହୁରି ଶକ୍ତି ମିଳିଗଲା । ୨୦୧୭ମସିହାରେ ଏମିତି କଥାସବୁ ଚାଲିବାକୁ ଲାଗିଲା କି ଏଲେନା ଗର୍ଭବତୀ ଅଛନ୍ତି । ତାପରେ ତାଙ୍କୁ ଜିମ୍ନାଷ୍ଟିକ୍ ପ୍ରତିଯୋଗିତାରେ ଏକ ଲୁଜ୍ ଫିଟ୍ ପୋଷାକରେ ଦେଖିବାକୁ ମିଳିଥିଲା ​​। ଏହା କୁହାଯାଉଥିଲା କି ସେ ବେବି ବମ୍ପକୁ ଲୁଚାଇବା ପାଇଁ ସେହି ପୋଷାକ ପିନ୍ଧିଥିଲେ ।

ଅଲିମ୍ପିକ୍ ମେଡାଲିଷ୍ଟ ହେଉଛନ୍ତି ଏଲିନା

ଆଲିନା କାବଏୱା ଜଣେ ରୁଷର ରାଜନେତା, ମିଡିଆ ମ୍ୟାନେଜର ଏବଂ ଅବସରପ୍ରାପ୍ତ ରିଦମିକ ଜିମ୍ନାଷ୍ଟ ଅଟନ୍ତି । ଏଲିନା ସୋଭିଏତ୍ ୟୁନିଅନର ଏକ ଅଂଶ ଉଜବେକିସ୍ତାନରେ ୧୨ମଇ ୧୯୮୩ ରେ ଜନ୍ମଗ୍ରହଣ କରିଥିଲେ। ଆଲିନାଙ୍କ ପିତା ମରାଟ କାବଏୱା ଜଣେ ପେସାଦାର ଫୁଟବଲ ଖେଳାଳି ଥିଲେ । ସିଡନୀରେ ୨୦୦୦ ମସିହାରେ ଏଥେନ୍ସ ଗେମ୍ସରେ ଏଲିନା ରିଦମିକ ଜିମ୍ନାଷ୍ଟରେ ବ୍ରୋଞ୍ଜ ପଦକ ଜିତିଥିଲେ । ୨୦୦୪ ର ଏଥେନ୍ସ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।

ରାଜନୀତିର ଆରମ୍ଭ

ଏଲିନା ତାଙ୍କ କ୍ୟାରିୟରରେ ୨ ଟି ଅଲିମ୍ପିକ୍ ପଦକ, ୧୪ଟି ବିଶ୍ୱ ଚାମ୍ପିଅନସିପ୍ ଏବଂ ୨୧ ଟି ୟୁରୋପୀୟ ଚାମ୍ପିଅନସିପ୍ ପଦକ ଜିତିଛନ୍ତି | କ୍ରୀଡ଼ାରୁ ଅବସର ନେବା ପରେ ଏଲିନା ରାଜନୀତିରେ କ୍ୟାରିୟର ଆରମ୍ଭ କରିଥିଲେ | ତାଙ୍କୁ ୟୁନାଇଟେଡ୍ ୠଷ ପାର୍ଟିରୁ ସାଂସଦ କରାଯାଇଥିଲା | ଏହା ପରେ ତାଙ୍କୁ ଋଷର ସବୁଠାରୁ ବଡ଼ ମିଡିଆ କମ୍ପାନୀ ନ୍ୟାସନାଲ ମିଡିଆ ଗ୍ରୁପର ଚେୟାରମ୍ୟାନ୍ ବନେଇଦିଆଯାଇଥିଲା | ହେଲେ,ଗତ ୨ବର୍ଷ ଧରି ସେ କୌଣସି ସାର୍ବଜନୀନ କାର୍ଯ୍ୟକ୍ରମରେ ମଧ୍ୟ ନଜର ଆସିନଥିଲେ, ଆଉ ତାଙ୍କୁ କୌଣସି ସ୍ଥାନରେ ଦେଖିବାକୁ ମଧ୍ୟ ମିଳିନଥିଲା |

Leave A Reply

Your email address will not be published.