ରୁଷୀୟ ଟ୍ୟାଙ୍କ ଭିତରକୁ ଯାଇ ଏପରି ଖତରନାକ କାମ କଲେ ୟୁକ୍ରେନୀ ମହିଳା,ଆପଣ ବିଶ୍ୱାସ କରିପାରିବେ ନାହିଁ,ଦେଖନ୍ତୁ ଭିଡ଼ିଓ

0

Get real time updates directly on you device, subscribe now.

ରୂଷୀୟ ସେନା ୟୁକ୍ରେନର ବହୁ ସହର ଉପରେ ବୋମାମାଡ କରୁଛନ୍ତି|ରୂଷ ସେନା ୟୁକ୍ରେନର ରାଜଧାନୀ କିବର ପାଖାପାଖି ପହଞ୍ଚି ଗଲାଣି ଓ‌ ପାଖାପାଖି ୪୦ ମାଇଲ ପୂର୍ବରୁ ରୂଷ ଟ୍ୟାଙ୍କ ଓ ସୈନ୍ୟ ଗଚ୍ଛିତ କରି ରଖୁଛି|ଏହି ମଧ୍ୟରେ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ଭିଡିଓ ଦେଖିବାକୁ ମିଳିଛି|ୟୁକ୍ରେନର ନାଗରିକ ମଧ୍ୟ ଏହି ଯୁଦ୍ଧରେ ସାମିଲ ହେଉଛନ୍ତି|

କିଛି ନାଗରିକ ମଧ୍ୟ ଏପରି ଯେ ଯିଏ ଖାଲି ପଡିଥିବା ରୂଷର ମିଲିଟ୍ରି ଟ୍ୟାଙ୍କ ଭିତରେ ପଶି ତାକୁ ଚଳାଇବାକୁ ଚେଷ୍ଟା ମଧ୍ୟ କରୁଛନ୍ତି|ଟୁଇଟରରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ମହିଳା ଏପରି ଏକ ଭିଡିଓ ବନାଇଲା ଯାହା ଉପରେ ଆପଣ ଭରସା କରିପାରିବେ ନାହିଁ|

ଜଣେ ମହିଳା ଟିକଟକରେ ଭିଡିଓ ପକାଇବା ସହ ଦାବି କରିଛନ୍ତି ଯେ ସେ ଖାଲି ପଡିଥିବା ଗୋଟିଏ ରୂଷର ମିଲିଟ୍ରି ଟ୍ୟାଙ୍କ ଭିତରେ ପଶିଲେ ଓ ତାକୁ ଚଳାଇବା ଶିଖିଥିଲେ|ଏତିକି ନୁହେଁ ସେ ଏକ ଭିଡିଓ ବନେଇଲେ ଓ ତାକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ|

ଭିଡିଓରେ ଦେଖାଯାଏ ଯେ ସେ ଗୋଟିଏ ମିଲିଟାରୀ ଟ୍ୟାଙ୍କ ଭିତରେ ପଶିଥାନ୍ତି ଓ ନିଜର ଭାଷାରେ ଟ୍ୟାଙ୍କକୁ ଷ୍ଟାର୍ଟ କରିବା,ଗିଅର ଚେଞ୍ଜ କରିବା ଓ ଚଳାଇବା ସମ୍ପର୍କରେ ବତାଉଛନ୍ତି|କିଛି ସେକେଣ୍ଡର ଏହି ଭିଡିଓ ଟୁଇଟରରେ @PSFAERO ହ୍ୟାଣ୍ଡେଲରେ ସେୟାର କରାଯାଇଛି

ସୋସିଆଲ ମିଡିଆରେ ୟୁକ୍ରେନ ଓ ରୂଷ ଯୁଦ୍ଧର ଵହୁ ଭିଡିଓ ଭାଇରାଲ ହେଉଛି|ଦୁଇ ଦେଶ ମଧ୍ୟରେ ଚାଲୁଥିବା ସଙ୍କଟ ମଧ୍ୟରେ ବହୁ ଭିଡିଓ ସାମ୍ନାକୁ ଆସିଛି ଯାହା ୟୁକ୍ରେନ ଲୋକଙ୍କ କଷ୍ଟମୟ ଜୀବନ ଦର୍ଶାଏ|ଏଥିରେ ଗୋଟିଏ ଭିଡିଓ ସାମ୍ନାକୁ ଆସିଥିଲା ଯେଉଁଥିରେ ଗୋଟିଏ ୟୁକ୍ରେନୀ ମହିଳାକୁ ନିଜ କ୍ଷତିଗ୍ରସ୍ତ ଘରୁ ମଲବା ସଫା କରୁଥିଵା ସମୟରେ ରାଷ୍ଟ୍ରଗାନ କରୁଥିବା ଦେଖାଯାଏ|ଏଭଳି ବହୁ ଇମୋସନାଲ ଭିଡିଓ ଭାଇରାଲ ହେଉଛି|

Leave A Reply

Your email address will not be published.