ପୁଣି ଦେଖିବାକୁ ମିଳିବ କି ୧୯୪୫ ମସିହାର ଦୃଶ୍ୟ,ପୁଟିନଙ୍କର ହେବ କି ହିଟଲରଙ୍କ ପରି ଅବସ୍ଥା !

0

Get real time updates directly on you device, subscribe now.

ସବୁ ଆଡେ ଗୋଟିଏ ଖବର । ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଛି ଯୁଧ୍ୟ । ଯୁଦ୍ଧ ରେ ଅନେକ ଦିନ ବିତିଗଲାଣି । ୟୁକ୍ରେନ ଉପରେ ଋଷ ଭାରି ପଡିଛି । ୟୁକ୍ରେନ ର ବାସିନ୍ଦା ମାନଙ୍କୁ ଋଷ ର ଆକ୍ରମଣ ମହଙ୍ଗା ପଡିଛି । ୟୁକ୍ରେନ ର ଅନେକ ସହର ରେ ନିଆଁ ଲାଗି ସାରିଛି । ଦୁଇ ଦେଶ ର ସେନା ସୀମା ରେ ବୃତାୟନ ହୋଇ ରହିଛି । ଋଷ ର ମୂଳ ଲକ୍ଷ୍ୟ ହେଉଛି ୟୁକ୍ରେନ ର ରାଜଧାନୀ କିବ ରେ ଦଖଲ ଅନ୍ଦାଜ କରିବା । ଋଷ କିବର ପାଖରେ ଥିବା ବିମାନବନ୍ଦର ଗୁଡିକରେ ମିସାଇଲ ରେ ଆକ୍ରମଣ କରିଛି । ଏହାକୁ ନେଇ ୟୁକ୍ରେନ ର ରାଷ୍ଟ୍ରପତି ମାନସିକ ଚିନ୍ତା ରେ ଅଛନ୍ତି।ଋଷ ଏବଂ ୟୁକ୍ରେନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ବର୍ତ୍ତମାନ ଏକ ବିପର୍ଯ୍ୟୟରେ ପରିଣତ ହୋଇଛି। କଥାବାର୍ତ୍ତା ମାଧ୍ୟମରେ ସମାଧାନର ବାଟ ବାହାରିପାରିନଥିବା ବେଳେ ଏବେ ଆକ୍ରମଣକୁ ତୀବ୍ର କରିଛି ଋଷ। ସାଧାରଣ ନାଗରିକ ସହ ସରକାରୀ କୋଠାକୁ ଟାର୍ଗେଟ କରୁଛନ୍ତି ଋଷ ସେନା।

ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଏଭଳି ଆଚରଣକୁ ଦେଖି ହିଟଲରଙ୍କ ଭଳି ତାଙ୍କର ଅବସ୍ଥା ହେବ ବୋଲି କହିଛନ୍ତି ୟୁକ୍ରେନର ରାଷ୍ଟ୍ରଦୂତ ସର୍ଗି କିସଲିତସ୍ୟ।ରାଷ୍ଟ୍ରଦୂତ ସର୍ଗି କିସଲିତସ୍ୟ କହିଛନ୍ତି ଯେ, ପୁଟିନ ଯଦି ନିଜକୁ ମାରିବାକୁ ଚାହାଁନ୍ତି, ତେବେ ଏଥିପାଇଁ ତାଙ୍କୁ ଆଣବିକ ଅସ୍ତ୍ରର ଆବଶ୍ୟକତା ପଡିବ ନାହିଁ। ଏପ୍ରିଲ ୧୯୪୫ରେ ବର୍ଲିନର ବଙ୍କରରେ ଜଣେ ବ୍ୟକ୍ତି ଯାହା କରିଥିଲେ, ତାହା ତାଙ୍କୁ ବି କରିବା ଦରକାର।ସୂଚନା ମୁତାବକ, ଫେବ୍ରୁଆରି ୧୯୩୩ରେ ଆଡଲଫ୍ ହିଟଲର ଜର୍ମାନୀର କୁଳପତି ହୋଇଥିଲେ। ଏହା ପରେ ପୋଲାଣ୍ଡକୁ ଅକ୍ତିଆର କରିବା ପାଇଁ ସେପ୍ଟେମ୍ବର ୧, ୧୯୩୯ରେ ଜର୍ମାନ ସୈନ୍ୟ ପୋଲାଣ୍ଡରେ ପ୍ରବେଶ କଲେ ଏବଂ ଏହା ସହିତ ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଥିଲା।

ଧିରେ ଧିରେ ୟୁରୋପୀୟ ଦେଶଗୁଡ଼ିକୁ ଅକ୍ତିଆର କରିବା ଆରମ୍ଭ କରିଥିଲା ହିଟଲରଙ୍କ ସୈନ୍ୟବାହିନୀ। ଯେତେବେଳେ ଜର୍ମାନୀର ସୈନ୍ୟବାହିନୀ ଗୋଟେ ପରେ ଗୋଟେ ୟୁରୋପୀୟ ଦେଶଗୁଡ଼ିକୁ ଅକ୍ତିଆର କରିବା ଆରମ୍ଭ କଲେ, ସେତେବେଳେ ହିଟଲର ସୋଭିଏତ୍ ସଂଘ ବିରୋଧରେ ଯୁଦ୍ଧ କରିବା ଆରମ୍ଭ କରିଥିଲେ।କିନ୍ତୁ ଜର୍ମାନ ସୈନିକମାନେ ସୋଭିଏତ୍ ସୈନ୍ୟ ସାମ୍ନାରେ ପରାସ୍ତ ହେବାରୁ ହିଟଲର ଆମେରିକା ବିରୋଧରେ ଯୁଦ୍ଧ ଆରମ୍ଭ କରିଥିଲେ। ଏହା ପରେ ଆମେରିକା, ବ୍ରିଟେନ୍ ଏବଂ ସୋଭିଏତ ସଂଘ ମିଳିତ ଭାବେ ଜର୍ମାନ ସୈନ୍ୟମାନଙ୍କୁ ୟୁରୋପୀୟ ଦେଶରୁ ବାହାର କରିବା ଆରମ୍ଭ କଲେ। ଏପ୍ରିଲ୍ ୧୯୪୫ ଶେଷ ସୁଦ୍ଧା ଆମେରିକା, ବ୍ରିଟେନ୍ ଏବଂ ସୋଭିଏତ ସଂଘ ଜର୍ମାନୀକୁ ଚାରିଆଡୁ ଘେରିଯାଇଥିଲା। ପରିସ୍ଥିତିକୁ ଦେଖି ହିଟଲର ନିଜ ପ୍ରେମିକା ସହ ତାଙ୍କ ବଙ୍କରକୁ ଚାଲିଯାଇଥିଲେ। ଶେଷରେ ଅନ୍ୟ କିଛି ବାଟ ନପାଇ ହିଟଲର ନିଜ ପ୍ରେମିକାଙ୍କ ସହ ଆତ୍ମହତ୍ୟା କରିଥିଲେ।

Leave A Reply

Your email address will not be published.