“ଆଉ ଏଠାରୁ ଫେରି ଯାଇ ପାରିବ ନାହିଁ”, ପାକିସ୍ତାନରେ ପହଞ୍ଚିଥିବା ଅଷ୍ଟ୍ରେଲିଆ ଦଳକୁ ମିଳିଲା ଧମକ

0

Get real time updates directly on you device, subscribe now.

ଅଷ୍ଟ୍ରେଲିଆର କ୍ରିକେଟ ଦଳ ପୂର୍ବ ୨୪ ବର୍ଷରେ ନିଜର ପ୍ରଥମ ପାକିସ୍ତାନ ଗସ୍ତରେ ରବିବାର ପହଞ୍ଚିଛି|ଛଅ ସପ୍ତାହର ଏହି ଗସ୍ତରେ ଅଷ୍ଟ୍ରେଲିଆ ଦଳ ୩ ଟେଷ୍ଟ,୩ ଏକଦିବସୀୟ ଓ ଗୋଟିଏ ଟି-୨୦ ଅନ୍ତଃରାଷ୍ଟ୍ରୀୟ କ୍ରିକେଟ ମ୍ୟାଚ୍ ଖେଳିବେ|କିନ୍ତୁ ଏହି ସିରିଜ ପୂର୍ବରୁ ବିବାଦ ସୃଷ୍ଟି ହୋଇଛି|ଅଷ୍ଟ୍ରେଲିଆର ଏକ ଖେଳାଳିକୁ ପାକିସ୍ତାନ ନ ଆସିବାକୁ ଧମକ ଦିଆଯାଇଛି|

ନିକଟରେ ପାକିସ୍ତାନ ପହଞ୍ଚିଥିବା ଅଷ୍ଟ୍ରେଲିଆ ଦଳକୁ ଧମକ ମିଳିବା ଆରମ୍ଭ ହୋଇଗଲାଣି|ଦ ସିଡନି ମର୍ଣିଙ୍ଗ ହେରାଲ୍ଡ ମୁତାବକ ଅଷ୍ଟ୍ରେଲିଆ ଦଳର ଷ୍ଟାର ଅଲରାଉଣ୍ଡର ଏଷ୍ଟନ ଏଗରକୁ ସୋସିଆଲ ମିଡିଆରେ ଧମକ ଦିଆଯାଇଛି ଯେ ସେ ପାକିସ୍ତାନ ନ ଆସନ୍ତୁ|

ଏହା ଅଗରଙ୍କ ଗାର୍ଲଫ୍ରେଣ୍ଡକୁ ଦିଆଯାଇଛି|ପ୍ରକୃତରେ କେହିଜଣେ ଇନଷ୍ଟାଗ୍ରାମରେ ଏଗରଙ୍କ ପାର୍ଟନରକୁ ମେସେଜ କରି କହିଛନ୍ତି ଏଗର ପାକିସ୍ତାନ ନ ଆସନ୍ତୁ ଯଦି ଆସିଲେ ଜୀବନ୍ତ ଫେରିବେ ନାହିଁ|ଏହି ମେସେଜ ଖେଳ ଜଗତରେ ଭୟଭୀତ କରାଇଛି|

ଅଷ୍ଟ୍ରେଲିଆ ଶେଷ ଥର ପାଇଁ ୧୯୯୮ରେ ପାକିସ୍ତାନ ଗସ୍ତ କରିଥିଲେ|ସେତେବେଳେ ସେ ଟେଷ୍ଟ ସିରିଜ ୧-୦ ରେ ଜିତିଥିଲେ ଯଦିଓ ସିମିତ ଓଭରରେ ସବୁ ମ୍ୟାଚ ଜିତିଥିଲେ|ଶ୍ରୀଲଙ୍କା ଦଳର ବସ ଉପରେ ୨୦୦୯ରେ ଆତଙ୍କୀ ଆକ୍ରମଣ ପରେ ବିଦେଶୀ ଦଳ ପାକିସ୍ତାନ ଗସ୍ତ ପାଇଁ ଭୟଭୀତ ହେଉଛନ୍ତି|

ଅଷ୍ଟ୍ରେଲିଆ ୫ ବର୍ଷ ପୂର୍ବେ ଲାହୋରରେ ଚର୍ଚରେ ଆତ୍ମଘାତୀ ବିସ୍ଫୋରଣ ଫଳରେ ଗସ୍ତ ବାତିଲ କରିଥିଲେ|ପାକିସ୍ତାନ ପୂର୍ବ ୬ ବର୍ଷରେ ଜିମ୍ବାୱେ, ଶ୍ରୀଲଙ୍କା, ୱଷ୍ଟଇଣ୍ଡିଜ ଓ ଦକ୍ଷିଣ ଆଫ୍ରିକା ଗସ୍ତ କରିଛନ୍ତି କିନ୍ତୁ ଅଷ୍ଟ୍ରେଲିଆ ଶୀର୍ଷ ଦଳ ଅଟେ ଯିଏ ପୂର୍ଣ୍ଣ ଦ୍ୱିପାକ୍ଷିକ ସିରିଜ ପାଇଁ ପାକିସ୍ତାନ ଗସ୍ତରେ ଯାଉଛନ୍ତି|

ପୂର୍ବବର୍ଷ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ଦୁହେଁ ସୁରକ୍ଷା କାରଣରୁ ପାକିସ୍ତାନ ଗସ୍ତ ରଦ୍ଦ କରିଛନ୍ତି|ଯଦିଓ ଏହି ଦଳକୁ ଵର୍ଷର ଶେଷକୁ ପାକିସ୍ତାନ ଆସିବାକୁ ପଡିବ|ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ୪ ମାର୍ଚ୍ଚରେ ରାୱଲପିଣ୍ଡିରେ ଖେଳାଯିବ|କରାଚିରେ ୧୨ରୁ ୧୬ ମାର୍ଚ୍ଚ ଦ୍ୱିତୀୟ ଓ ୨୧ରୁ ୨୫ ମାର୍ଚ୍ଚ ପର୍ଯ୍ୟନ୍ତ ଲାହୋରରେ ତୃତୀୟ ଟେଷ୍ଟ ଖେଳାଯିବ|ରାୱଲପିଣ୍ଡି ୨୯ ମାର୍ଚ୍ଚରୁ ଏକଦିବସୀୟ ମ୍ୟାଚ ଆରମ୍ଭ ହେବ ଓ ଏକମାତ୍ର ଟି-୨୦ ୫ ଅପ୍ରେଲରେ ଖେଳାଯିବ

Leave A Reply

Your email address will not be published.