ଦଶମ ଶ୍ରେଣୀ ପାସ ପିଲାଙ୍କ ପାଇଁ ବ୍ୟାଙ୍କରେ ଚାକିରି,ତୁରନ୍ତ ଆବେଦନ କରନ୍ତୁ

0

Get real time updates directly on you device, subscribe now.

ବ୍ୟାଙ୍କରେ ଚାକିରି କରିବା ପାଇଁ ଚାହୁଁଛନ୍ତି କି? ତେବେ ଆପଣଙ୍କ ପାଇଁ ଆସୁଛି ସୁବର୍ଣ୍ଣ ସୁଯୋଗ। ଇଣ୍ଡିଆନ ବ୍ୟାଙ୍କରେ ସିକ୍ୟୁରିଟି ଗାର୍ଡ ପାଇଁ ପଦବୀ ଖାଲିପଡିଛି। ଇଣ୍ଡିଆନ ବ୍ୟାଙ୍କରେ ସିକ୍ୟୁରିଟି ଗାର୍ଡର ୨୦୨ଟି ପଦବୀରେ ଭର୍ତ୍ତି ପାଇଁ ଆବେଦନ ପ୍ରକ୍ରିୟା ଜାରି କରାଯାଇଛି। ଏହି ପଦବୀ ପାଇଁ ଆପଣ ଅନଲାଇନ ମାଧ୍ୟମରେ ଆବେଦନ କରିବାର ଶେଷ ଦିନ ମାର୍ଚ୍ଚ ୯ ତାରିଖ। ଇଚ୍ଛା କରୁଥିବା ଓ ଯୋଗ୍ୟ ଆଶାୟୀ ପ୍ରାର୍ଥୀମାନେ ଆବେଦନ କରିବା ପାଇଁ indianbank.in ମାଧ୍ୟମରେ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ।

ପଦବୀ ପାଇଁ ବିବରଣୀ: ୨୦୨

ସିକ୍ୟୁରିଟି ଗାର୍ଡ

ଶିକ୍ଷାଗତ ଯୋଗ୍ୟତା:-

ପ୍ରାର୍ଥୀମାନଙ୍କ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ଏକ ସ୍ୱୀକୃତିପ୍ରାପ୍ତ ରାଜ୍ୟ ଶିକ୍ଷା ବୋର୍ଡରୁ ଦଶମ ଶ୍ରେଣୀ (S.S.C./Matriculation) କିମ୍ବା ତାର ସମକକ୍ଷ ହେବା ଆବଶ୍ୟକ। ସ୍ନାତକୋତ୍ତର କିମ୍ବା ଉଚ୍ଚ ଡିଗ୍ରୀ ହାସଲ କରିଥିବା ପ୍ରାର୍ଥୀମାନେ ମଧ୍ୟ ଆବେଦନ କରିବା ପାଇଁ ଆଦୌ ଯୋଗ୍ୟ ନୁହଁନ୍ତି। ପ୍ରାର୍ଥୀମାନେ ଶିକ୍ଷାଗତ ଯୋଗ୍ୟତାର ସମ୍ପୂର୍ଣ୍ଣ ବିବରଣୀ ପାଇଁ, ସରକାରୀ ବିଜ୍ଞପ୍ତିକୁ ମଧ୍ୟ ଦେଖିପାରିବେ।

ଏହି ପଦବୀ ପାଇଁ ଆବେଦନ କରିଥିବା ପ୍ରାର୍ଥୀ ସେନା / ନୌସେନା / ବାୟୁସେନାର ଜଣେ ପୂର୍ବତନ ଯବାନ ହେବା ଉଚିତ।

ବୟସର ସୀମା:-

ପ୍ରାର୍ଥୀମାନଙ୍କ ଅଧିକତମ ବୟସ ୨୬ ବର୍ଷ ଏବଂ ଓବିସି ପ୍ରାର୍ଥୀମାନଙ୍କ ପାଇଁ ୨୯ ବର୍ଷ ରହିଛି। ସେହିପରି ଏସଟି/ଏସଟି ଆବେଦନକାରୀଙ୍କ ପାଇଁ ୩୧ ବର୍ଷ ବୟସ ହେବା ଜରୁରୀ ଅଟେ।

ଆବେଦନ କରିବେ କେମିତି:-

– ଆବେଦନକାରୀ ପ୍ରଥମେ ଇଣ୍ଡିଆନ ବ୍ୟାଙ୍କର ଅଧିକାରକ ୱେବସାଇଟ indianbank.in କୁ ଯାନ୍ତୁ।

– ସେଠାରେ ଥିବା ହୋମ ପେଜରେ ଥିବା କ୍ୟାରିଅର ଟାବ୍‌ ଉପରେ କ୍ଲିକ କରନ୍ତୁ।

– ସେଠାରେ ଆଉ ଏକ ନୂଆ ପେଜ ଖୋଲିବ, ସେଥିରେ ଦିଆଯାଇଥିବା ‘Recruitment of Security Guards ’ ଲିଙ୍କ ଉପରେ କ୍ଲିକ କରନ୍ତୁ।

– ଆବେଦନକାରୀ ଏଠାରେ ନିଜର ସମସ୍ତ ବିବରଣୀକୁ ପୂରଣ କରିବା ପରେ ଫର୍ମକୁ ସବମିଟ କରନ୍ତୁ।

– ଫର୍ମକୁ ପୂରଣ କରିବା ପରେ ଏହାର ଏକ କପିକୁ ନିଜ ପାଖରେ ରଖନ୍ତୁ।

ଏହି ବିଷୟରେ ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ କରନ୍ତୁ:-

https://www.indianbank.in/wp-content/uploads/2022/02/Recruitment-of-Security-Guards-in-Subordinate-Staff-Cadre-2022-1.pdf

Leave A Reply

Your email address will not be published.