BSFରେ ଦଶମ ପାସ ପିଲାଙ୍କ ପାଇଁ ନିଯୁକ୍ତି ସୁଯୋଗ,ଆବେଦନ ଚାଲିଛି,ଜଲଦି ଆବେଦନ କରନ୍ତୁ

0

Get real time updates directly on you device, subscribe now.

ଦେଶର ସୀମାରେ ସୁରକ୍ଷା ବଳୟ ପାଇଁ ପଦବୀ ଖାଲି ହୋଇଛି ଯାହା ପାଇଁ ନିଯୁକ୍ତି ହେବାକୁ ଯାଉଛି, ଏଥିପାଇଁ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି। ଏହି ପଦବୀ ପାଇଁ ଯୋଗ୍ୟ ମନେ କରୁଥିବା ବ୍ୟକ୍ତି ଏବଂ ଆଗ୍ରହୀ ଥିବା ବ୍ୟକ୍ତି ମାନେ ବିଏସେଫ୍ ର ଅଫିସିଆଲ୍ ୱେବ୍‌ସାଇଟ୍‌ rectt.bsf.gov.in କୁ ଯାଇ ଅନଲାଇନ ରେ ଆବେଦନ କରି ପାରିବେ।

ଏଥିପାଇଁ ଆବେଦନ କରିବାର ସମୟ ଆରମ୍ଭ ହୋଇ ସାରିଛି ୧୩ ଫେବୃୟାରୀ ରୁ ଏଥିପାଇଁ ଆବେଦନ ଆରମ୍ଭ ହୋଇ ସାରିଛି ଏବଂ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଏହାର ଶେଷ ତାରିଖ ରହିଛି। ବିଏସଏଫ ର କନଷ୍ଟେବଳ ଏବଂ ହେଡ୍ କନଷ୍ଟେବଳ ପଦର ନିଯୁକ୍ତି ପାଇଁ ୨୬ ଟି ପଦବୀ ଘୋଷଣା କରାଯାଇଛି,ଏହି ସବୁ ପଦବୀ ପାଇଁ ଯେଉଁ ମାନେ ଆଗ୍ରହୀ ଥିବେ ସେମାନେ ଆବେଦନ କରି ପାରିବେ।

*ଚୟନ ପ୍ରକ୍ରିୟା:

:- ଲିଖିତ ପରୀକ୍ଷା

:- ବ୍ୟକ୍ତିତ୍ୱ ପରୀକ୍ଷା

*ବୟସ ସୀମା:

:- ଏହାପାଇଁ ସବୁଠାରୁ କମ୍ ବୟସ ସୀମା ରହିଛି ୧୮ ବର୍ଷ ଏବଂ ସବୁଠାରୁ ଅଧିକ ବୟସ ସୀମା ରହିଛି ୨୫ ବର୍ଷ।

:- ବିଭିନ୍ନ ପଦବୀ ପାଇଁ ବୟସ ସୀମା ଭିନ୍ନ ଏବଂ ସରକାରୀ ନିୟମ ଅନୁଯାୟୀ ବୟସରେ କୋହଳ ମଧ୍ୟ ରହିଛି।

*ଶିକ୍ଷାଗତ ଯୋଗ୍ୟତା:

:- ହେଡ୍ କନଷ୍ଟେବଳ- ଏହି ପଦବୀ ପାଇଁ ଆଗ୍ରହୀ ଥିବା ବ୍ୟକ୍ତି ମାନେ ଦ୍ୱାଦଶ ଶ୍ରେଣୀ ପାସ୍ ସହିତ ଭେଟେନାରୀ ଷ୍ଟକ୍ ଆସିଷ୍ଟାଣ୍ଟ୍‌ରେ ବର୍ଷିକିଆ ପାଠ୍ୟକ୍ରମ କରିବା ଜରୁରୀ ଏବଂ ୧ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।

:- କନଷ୍ଟେବଳ- ଏହି ପଦବୀ ପାଇଁ ଆଗ୍ରହୀ ଥିବେ ବ୍ୟକ୍ତି ମାନେସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦଶମ ଶ୍ରେଣୀ ପାସ୍‌ ସହିତ ସରକାରୀ ପ୍ରାଣୀ ଚିକିତ୍ସାଳୟ / ଡିସ୍‌ପେନ୍‌ସାରୀ / ପ୍ରାଣୀ ଚିକିତ୍ସା କଲେଜ / ସରକାରୀ ଫାର୍ମରୁ ଅତି କମରେ ୨ ବର୍ଷର ପଶୁ ପରିଚାଳନା ଅଭିଜ୍ଞତା ଥିବା ଆବଶ୍ୟକ।

*ଦରମା:

:- ଏହି ପଦବୀ ପାଇଁ ସର୍ବନିମ୍ନ ଦରମା ରହିଛି୨୧,୭୦୦ ଏବଂ ସର୍ବାଧିକ ଦରମା ରହିଛି ୯୨,୩୦୦।

*ଆବେଦନ ଶୁଳ୍କ:

:- ଆବେଦନ ଶୁଳ୍କ ସାଧାରଣ ବର୍ଗର ଲୋକଙ୍କ ପାଇଁ ୧୦୦ ଟଙ୍କା ହୋଇଥିବା ବେଳେ ଏସ୍‌ସି / ଏସ୍‌ଟି / ପୂର୍ବତନ ସୈନିକ / ମହିଳା ପ୍ରାର୍ଥୀ ମାନଙ୍କ ପାଇଁ ଦେୟ ମୁକ୍ତ ରହିଛି।

Leave A Reply

Your email address will not be published.