୨୭ ଜଣଙ୍କୁ ବାହାହୋଇ ୧୫୦ ପିଲାଙ୍କର ବାପା ହେଲେ ଏହି ବ୍ୟକ୍ତି,ଜାଣନ୍ତୁ କେମିତି ଥିଲା ତାଙ୍କର ଜୀବନଶୈଳୀ !

0

Get real time updates directly on you device, subscribe now.

କଥାରେ ଅଛିକି ଛୋଟ ପରିବାର ହେଉଛି ସୁଖୀ ପରିବାର। ଆଜିର ଏହି ସମୟରେ ଜଣେ ପତ୍ନୀ ଓ ଦୁଇ ପିଲା ବିଶିଷ୍ଟ ନିଜର ପରିବାରକୁ ଚଳାଇବା ଏକ ବଡ଼ କଥା। କିନ୍ତୁ କାନାଡ଼ାରେ ରହୁଥିବା ଏହି ୬୫ ବର୍ଷୀୟ ୱିନଷ୍ଟନ ବ୍ଲାକ ମୋର ତାଙ୍କର ଜୀବନରେ ସମୁଦାୟ ୨୭ଟି ବିବାହ କରିଛନ୍ତି। କେବଳ ଏତିକି ନୁହେଁ ତାଙ୍କର ୧୫୦ଜଣ ପିଲା ମଧ୍ୟ ଅଛନ୍ତି। ସେମାନଙ୍କ ସହ ୱିନଷ୍ଟନ ବର୍ତ୍ତମାନ ବହୁତ ସଖୁସିରେ ଜୀବନ କାଟୁଛନ୍ତି। ଆସନ୍ତୁ ଜାଣିବା ତାଙ୍କର ପରିବାର ବିଷୟରେ ।

ଏହି ୬୫ ବର୍ଷୀୟ ୱିନଷ୍ଟନ ଜଣେ ନୁହେଁ କି ଦୁଇଜଣ ନୁହେଁ ଏକାସାଙ୍ଗରେ ୨୭ ଜଣଙ୍କୁ ଝିଅଙ୍କୁ ବିବାହ କରିଛନ୍ତି। ତାଙ୍କର ୧୫୦ ଜଣ ପିଲା ଓ ସମସ୍ତ ପତ୍ନୀମାନଙ୍କ ସହ ଗୋଟିଏ ଘରେ ରହୁଛନ୍ତି।

ୱିନଷ୍ଟନଙ୍କର ବଡ଼ ଝିଅ ମେରି ଜେନ କହନ୍ତିକି ତାଙ୍କର ବାପା ଯେତେବେଳେ ୧୮ ବର୍ଷର ଥିଲେ ସେ ତାଙ୍କର ମାଙ୍କୁ ବିବାହ କରିଥିଲେ। ଯେତେବେଳେ ୧୯୮୨ ମସିହାରେ ତାଙ୍କର ମାଆ ଗର୍ଭବତି ହୋଇଥିଲେ ସେହି ସମୟରେ ତାଙ୍କର ବାପା କ୍ରିସ୍ଟିନା ନାମକ ଜଣେ ମହିଳାଙ୍କୁ ଦ୍ୱିତୀୟ ବିବାହ କରିଥିଲେ।

ମେରି କହିଛନ୍ତିକି ତାଙ୍କର ୮ ବର୍ଷ ହୋଇଥିବା ସମୟରେ ତାଙ୍କର ବାପା ୱିନଷ୍ଟନ ୫ଟି ବିବାହ କରିଥିଲେ। ଓ ଧିରେ ଧିରେ ତାଙ୍କର ପରିବାରର ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଲା। ମେରି କହିଛନ୍ତିକି ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କର ବାପା ସମୁଦାୟ ୨୭ଟି ବିବାହ କରିସାରିଛନ୍ତି ଯାହାଫଳରେ ତାଙ୍କର ବର୍ତ୍ତମାନ ସମୁଦାୟ ୧୫୦ ଜଣ ପିଲା ଅଛନ୍ତି।

ଏହି ବଡ଼ ପରିବାରକୁ ପରିଚାଳନା କରିବା ପାଇଁ ସମସ୍ତ ପରିବାର ସଦସ୍ୟଙ୍କ ମଧ୍ୟରେ କାମକୁ ଭଲ ଭାବରେ ବାଣ୍ଟି ଦିଆଯାଇଛି। ଏହି ପରିବାରରେ ମହିଳାମାନେ ରୋଷେଇ ଓ ଛୋଟ ପିଲାମାନଙ୍କର ଦେଖାରଖା କରୁଥିବା ସମୟରେ ପୁରୁଷମାନେ ଚାଷ କରିବା ସହ ପରିବାରର ଖର୍ଚ୍ଚକୁ ସମ୍ପୂର୍ଣ ତୁଲାଇ ଥାଆନ୍ତି।

ମେରି ଜେନ କହନ୍ତିକି ତାଙ୍କର ପିଲାବେଳୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ଘରେ ତାଙ୍କର ବହୁତ ଭାଇ ଭଉଣି ଅଛନ୍ତି। ସେ କହିଛନ୍ତି ଯେତେବେଳେ ସେ ଏକାଠି ଖାଇବାକୁ ବସନ୍ତି ତାଙ୍କୁ ଏମିତି ଲାଗେକି ଯେପରି ତାଙ୍କୁ ଏକ ସେନା ବାହିନୀ ପାଇଁ ଖାଇବା ଦିଆଯାଉଛି।

କିନ୍ତୁ ୱିନଷ୍ଟନ ତାଙ୍କର ଘରର ସ୍ତ୍ରୀ ଓ ମହିଳାମାନଙ୍କ ପାଇଁ ବହୁତ କଡ଼ା ନିୟମ କରିଛନ୍ତି। ତାଙ୍କ ଝିଅ କହନ୍ତି ଘରେ ମହିଳା ମାନଙ୍କୁ ମେକଅପ କରିବା ଓ ଚୁଟି କାଟିବା ପାଇଁ ବାରଣ କରାଯାଇଛି। କେବଳ ସେତିକି ନୁହେଁ କାନାଡ଼ା ଭଳି ଦେଶରେ ମଧ୍ୟ ରହିବା ପରେ ମଧ୍ୟ ତାଙ୍କର ପରିବାରର ମହିଳା ମାନେ ପାଦରୁ ବେକ ପର୍ଯ୍ୟନ୍ତ ପୋଷାକ ପିନ୍ଧନ୍ତି।

ୱିନଷ୍ଟନଙ୍କର ଘରେ ଚା, ସିଗାରେଟ, କଫି ଏସବୁ ଜିନିଷ ଉପରେ ସମ୍ପୂର୍ଣ ରୂପରେ ପ୍ରତିବନ୍ଧକ ଲଗାଯାଇଛି। ତାଙ୍କ ଘରେ ଟିଭି ଦେଖିବା ଓ ଗୀତ ଶୁଣିବାକୁ ମଧ୍ୟ ବାରଣ କରାଯାଇଛି। ସେମାନେ ବାଦ୍ୟଯନ୍ତ୍ର ବଜାଇ ନାଚି ନିଜର ସମୟକୁ ଅତିବାହିତ କରନ୍ତି।

କେବଳ ସେତିକି ନୁହେଁ ମେରି ଆହୁରି କହିଛନ୍ତିକି ୨୦୧୭ ମସିହାରେ ତାଙ୍କ ବାପାଙ୍କୁ ୬ ମାସ ନଜର ବନ୍ଦିରେ ରଖାଯାଇଥିଲା। କାରଣ ତାଙ୍କ ଉପରେ ବହୁ ବିବାହ କରିବାର ଅଭିଯୋଗ ଥିଲା ଓ ୨୦୧୮ ମସିହାରେ ତାଙ୍କୁ ଦୋଷି ବୋଲି ସାବ୍ୟସ୍ତ କରଯାଇଥିଲା। କିନ୍ତୁ ୬ ମାସ ପରେ ତାଙ୍କୁ ଜେଲରୁ ମୁକ୍ତ କରି ଦିଆଯାଇଥିଲା। ବର୍ତ୍ତମାନ ୱିନଷ୍ଟନ ତାଙ୍କର ପରିବାର ସହ ବହୁତ ସୁଖରେ ରହୁଛନ୍ତି।

Leave A Reply

Your email address will not be published.