ଭାରତକୁ ଲଗାତାର ମ୍ୟାଚ ଜିତାଉଛନ୍ତି ଏହି ଖେଳାଳି,କୋହଲି-ଶାସ୍ତ୍ରୀ ଙ୍କ ସମୟରେ ହେଉଥିଲା କ୍ୟାରିଅର ବର୍ବାଦ

0

Get real time updates directly on you device, subscribe now.

ରୋହିତ ଶର୍ମାଙ୍କ ଅଧିନାୟକତାରେ ଭାରତକୁ ସବୁଠାରୁ ବଡ଼ ମ୍ୟାଚ ବିଜେତା ଖେଳାଳି ମିଳିସାରିଛି। ଯିଏକି ଭାରତକୁ ଲଗାତାର ମ୍ୟାଚରେ ବିଜୟ ଦେଉଛି। ଏହି ଖେଳାଳି ଯେତେବେଳେ ମୈଦାନରେ ପାଦ ରଖିଲା ସେତେବେଳେ ଭାରତକୁ ହାରି ଯାଉଥିବା ମ୍ୟାଚ ଜିତାଇ ଦେଲା। ଏହି ଖେଳାଳି ଭାରତର ନୂଆ ମ୍ୟାଚ ବିଜେତା ଖେଳାଳି ହୋଇଯାଇଛନ୍ତି, ଯାହାକି ଭାରତକୁ ବହୁତ ସମୟ ଆଗରୁ ଦରକାର ଥିଲା। ରୋହିତ ଶର୍ମାଙ୍କ ଅଧିନାୟକତା ପୂର୍ବରୁ ଏହି ଖେଳାଳିଙ୍କ କ୍ୟାରିଅର ବର୍ବାଦ ହେଉଥିଲା।

ଲଗାତାର ମ୍ୟାଚ ଜିତାଉଅଛି ଏହି ତୁଫାନୀ ଖେଳାଳି:-

ରୋହତ ଶର୍ମାଙ୍କ ଅଧିନାୟକତାରେ ଯେଉଁ ଖତରନାକ ଖେଳାଳିଙ୍କୁ ଲଗାତାର ମୌକା ମିଳୁଛି ସେ ହେଉଛନ୍ତି ଶ୍ରେୟାସ ଆୟର। ଶ୍ରେୟାସ ଆୟରଙ୍କୁ ରୋହିତ ଶର୍ମା ବାରମ୍ବାର ଖେଳାଉଥିବା ବେଳେ ଆୟର ପ୍ରମାଣ କରି ଦେଖାଉଛନ୍ତି ଓ ନିଜ ବ୍ୟାଟ ରୁ ନିଆଁ ବାହାର କରୁଛନ୍ତି। ସେ ପ୍ରତ୍ୟେକ ମ୍ୟାଚରେ 200 ଷ୍ଟ୍ରାଇକ ରେଟ ହିସାବରେ ବ୍ୟାଟିଂ ମଧ୍ୟ କରୁଛନ୍ତି।

ବ୍ୟାଟିଂ ରେ ଧୁମ ମଚାଉଛନ୍ତି ଏହି ଖେଳାଳି:-

ଶ୍ରୀଲଙ୍କା ବିପକ୍ଷରେ ତିନି ମ୍ୟାଚର t-20 ସିରିଜରେ ଶ୍ରେୟାସ ଆୟର ମୋଟ 204 ରନ କରିଥିଲେ। ଏହି ସମୟରେ ଆୟର ଲଗାତାର ତିନି ଅର୍ଧ ଶତକ ଲଗାଇଥିଲେ। ଶ୍ରୀଲଙ୍କା ବିପକ୍ଷ ପ୍ରଥମ t-20 ମ୍ୟାଚରେ ଶ୍ରେୟାସ ଆୟର 28 ବଲରୁ 57 ରନ କରିଥିଲେ। ଯେବେକି ଦ୍ବିତୀୟ t-20 ମ୍ୟାଚରେ 44 ବଲରୁ 74 ରନ ଓ ତୃତୀୟ ମ୍ୟାଚରେ 45 ବଲ ରୁ 73 ରନ କରିଥିଲେ। ଏହି ଶାନଦାର ଫର୍ମ ଦେଖାଇ ସେ ପ୍ରମାଣ କରି ଦେଇଥିଲେ କି, ଭାରତକୁ ଏହି ସ୍ଥାନରେ ଯେଉଁ ଖେଳାଳିର ଆବଶ୍ୟକ ଥିଲା ସେହି ଖେଳାଳି ସେ ହିଁ ଅଟନ୍ତି। ଶ୍ରୀଲଙ୍କା ବିପକ୍ଷ ସିରିଜରେ ତାଙ୍କୁ ମ୍ୟାନ ଅଫ ଦ ସିରିଜ ଆୱାର୍ଡ଼ ମିଳିଥିଲା।

ଶାସ୍ତ୍ରୀ- କୋହଲିଙ୍କ ସମୟରେ ପାଉନଥିଲେ ସୁଯୋଗ:-

ରୋହିତ ଶର୍ମାଙ୍କ ଅଧିନାୟକତା ପୂର୍ବରୁ ଭାରତୀୟ ଦଳରେ କୋହଲି-ଶାସ୍ତ୍ରୀଙ୍କ ରାଜ ଚାଲିଥିଲା ଓ ଏହି ସମୟରେ ଶ୍ରେୟାସ ଆୟରଙ୍କୁ ସୁଯୋଗ ମିଳୁନଥିଲା। ଅଧିନାୟକ ରୋହିତ ଶର୍ମା ତାଙ୍କୁ ଲଗାତାର ସୁଯୋଗ ଦେଉଛନ୍ତି। ଆଇପିଏଲରେ ଶ୍ରେୟାସ ଆୟର ଦିଲ୍ଲୀ କ୍ୟାପିଟାଲସ ଅଧିନାୟକ ପଦରୁ ହଟାଇ ଦିଆଯାଇଛନ୍ତି। ସେପଟେ କୋଲକାତା ନାଇଟ ରାଇଡ଼ର୍ସ ତାଙ୍କୁ କିଣି ଦଳର ଅଧିନାୟକ ପଦ ଦେଇଛି।

ଟିମ ଇଣ୍ଡିଆକୁ ଜିତାଇ ପାରନ୍ତି ବିଶ୍ୱକପ:-

ଶ୍ରେୟାସ ଆୟରଙ୍କ ଫର୍ମ ବର୍ତ୍ତମାନ ଶାନଦାର ଚାଲୁଥିବାରୁ ଓ ତାଙ୍କ ବ୍ୟାଟରୁ 200 ଷ୍ଟ୍ରାଇକ ରେଟରେ ରନ ବାହାରୁଥିବା କାରଣରୁ ସେ ଭାରତକୁ ଆଗାମୀ 8 ମାସରେ ଅଷ୍ଟ୍ରେଲିଆରେ ଆରମ୍ଭ ହେବାକୁ ଥିବା t-20 ବିଶ୍ୱକପରର ବିଜୟ ଓ 2023 ବିଶ୍ୱକପରେ ବିଜୟ ଦେଇପାରନ୍ତି ବୋଲି ଆଶା କରାଯାଉଛି। ସେ ଭାରତକୁ ଚମ୍ପିୟାନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିପାରନ୍ତି।

ନିଜ ଦମ ରେ ଜିତାଇଛନ୍ତି ବହୁତ ସାରା ମ୍ୟାଚ:-

ଟେଷ୍ଟ, ଦିନିକିଆ ଓ t-20 ଇଣ୍ଟରନାଶନାଲ ମ୍ୟାଚରେ ଶ୍ରେୟାସ ଭାରତକୁ କେତେକ ମ୍ୟାଚ ମଧ୍ୟ ଜିତାଇ ସାରିଛନ୍ତି। ଶ୍ରେୟାସ ଆୟର ବର୍ତ୍ତମାନ ଶାନଦାର ଫର୍ମରେ ରହିଛନ୍ତି।

ଦୂର କଲେ ରୋହିତ ଶର୍ମାଙ୍କ ଟେନସନ:-

ରୋହିତ ଶର୍ମାଙ୍କ ଅଧିନାୟକତାରେ ଭାରତୀୟ ଦଳ ଆଗାମୀ t-20 ବିଶ୍ୱକପ ପାଇଁ ପ୍ରସ୍ତୁତ ହେଉଛି। ରୋହିତ ଶର୍ମା ନିଜର ବୟାନ ମାଧ୍ୟମରେ ମଧ୍ୟ କହି ସାରିଛନ୍ତି କି, ଆଗାମୀ ବିଶ୍ୱକପ ପାଇଁ ଶ୍ରେୟାସ ଆୟର ବହୁତ ଗୁରୁତ୍ୱପୂର୍ଣ୍ଣ ଅଟନ୍ତି। ତେଣୁ ରୋହିତ ତାଙ୍କୁ ସର୍ବଦା ଟପ ଅର୍ଡରରେ ଖେଳାଉଥିବାର ନଜର ଆସିଛନ୍ତି।

ବ୍ୟାଟିଂ ରେ କୌଣସି ସନ୍ଦେହ ନାହିଁ:-

ଶ୍ରେୟାସ ଆୟରଙ୍କ ବ୍ୟାଟିଂ କ୍ଷମତା ଉପରେ କାହାର ମଧ୍ୟ ଗୋଟିଏ ପ୍ରତିଶତ ସନ୍ଦେହ ନାହିଁ। ଆୟରଙ୍କୁ ଏକ ମ୍ୟାଚ ବିଜେତା ଖେଳାଳି ଭାବରେ ଆଗାମୀ 2022 T-20 ବିଶ୍ୱକପ ପାଇଁ ପ୍ରସ୍ତୁତି କରାଯାଉଛି। ଏହି ବିଶ୍ୱକପ ଆଉ ମାତ୍ର 8 ମାସ ପରେ ହେବାକୁ ରହିଛି।

ଫ୍ୟାନସ ଙ୍କ ହୃଦୟରେ ନିଜ ପାଇଁ ଏକ ଅଲଗା ସ୍ଥାନ ବନାଇଲେ:-

ଶ୍ରେୟାସ ଆୟର ଆଇପିଏଲରେ KKR ଆଡକୁ କିଣା ହୋଇଛନ୍ତି। ସେ ନିଜର ଶାନଦାର ପ୍ରଦର୍ଶନ କାରଣରୁ 12.25 କୋଟିରେ କିଣା ଯାଇଛନ୍ତି ଓ ତାଙ୍କୁ କେକେଆର ର ଅଧିନାୟକ ପଦ ମଧ୍ୟ ମିଳିସାରିଛି। ସେ ଏଥିସହିତ ଭାରତୀୟ ଫ୍ୟାନସଙ୍କ ହୃଦୟରେ ଏକ ଅଲଗା ସ୍ଥାନ ବନାଇଛନ୍ତି।

ସାରା ଦୁନିଆରେ ନିଜର ନାଁ ସୃଷ୍ଟି କରୁଛନ୍ତି:-

ସେ ବିଗତ କିଛି ସମୟ ପୂର୍ବରୁ ନିଜର ପ୍ରଦର୍ଶନ ବଳରେ ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କର ଶାନଦାର ପ୍ରଦର୍ଶନ ଜରିଆରେ ଭାରତୀୟ ଟିମ ପ୍ରତିପକ୍ଷକୁ ଧରାଶାୟୀ କରିଦେଉଛି।

ତିନୋଟି ଫର୍ମାଟରେ ଖେଳିବେ:-

ଶ୍ରେୟାସ ଆୟର ଭାରତ ପାଇଁ ତିନୋଟି ଫର୍ମାଟରେ ଖେଳୁଛନ୍ତି। ସେ 2ଟି ଟେଷ୍ଟ ମ୍ୟାଚରୁ 202 ରନ ବନାଇଛନ୍ତି। ସେ 26ଟି ଦିନିକିଆ ମ୍ୟାଚରେ 947 ରନ ଓ 36ଟି ଇଣ୍ଟରନାଶନାଲ t-20 ମ୍ୟାଚରେ 809 ରନ ବନାଇଥିଲେ। 87 ଆଇପିଏଲ ମ୍ୟାଚରେ ଶ୍ରେୟାସ ଆୟର 2375 ରନ ବନାଇଥିଲେ। ଟେଷ୍ଟ ଓ ଦିନିକିଆରେ ଆୟରଙ୍କ ନାମରେ 1-1 ଶତକ ମଧ୍ୟ ରହିଛି।

Leave A Reply

Your email address will not be published.