ଗତ ବର୍ଷ ହୋଇଥିଲା ବିବାହ, ନର୍ସଙ୍କ ସହିତ ଚାଲିଥିଲା ସ୍ୱାମୀଙ୍କ ଚକ୍କର। ସତ ସାମ୍ନାକୁ ଆସିବାପରେ ବର୍ବାଦ ହୋଇଗଲା ସବୁକିଛି,ଜାଣନ୍ତୁ ପୁରା ଘଟଣା

0

Get real time updates directly on you device, subscribe now.

ଅବୈଧ ସମ୍ପର୍କର ଶେଷ ବହୁତ ଯନ୍ତ୍ରଣାଦାୟକ ହୋଇଥାଏ। ବୈବାହିକ ଜୀବନରେ କେହି ତୃତୀୟ ଲୋକ ଆସିଯାଏ ତ ବିବାହରେ ତୁଫାନ ସୃଷ୍ଟି ହୋଇଥାଏ। ଖାଅସ କର ଯେତେବେଳେ ସ୍ୱାମୀଙ୍କ ସମ୍ପର୍କ ଅନ୍ୟ ମହିଳା ସହିତ ରହିଥାଏ ତାହେଲେ ପତ୍ନୀ ଏହାକୁ ସହ୍ୟ କରି ପାରିନଥାନ୍ତି। ଏହି ସମ୍ପର୍କର ପରିଣାମ ସାଧାରଣ ଖରାପ ହିଁ ହୋଇଥାଏ।

କିଛି ଏମିତି ହୋଇଥିଲା ଗୁଜୁରାଟ ର ଏକ ବ୍ୟାଙ୍କ ମ୍ୟାନେଜରଙ୍କ ସହିତ ଯାହାଙ୍କର ଆଫେୟାର ନର୍ସ ଙ୍କ ସହିତ ଚାଲିଥିଲା। ପତିଙ୍କ ଏହା8 ଆଫେୟାର ଖବର ତାଙ୍କ ପତ୍ନୀଙ୍କୁ ଜଣାପଡିଥିଲା। ଏହାପରେ ଯାହାହେଲା ତାହା ସବୁକିଛି ବର୍ବାଦ କରିଦେଲା।

ବିଗତ ବର୍ଷ ହୋଇଥିଲା ବିବାହ:-

ବୈବାହିକ ଜୀବନ ବର୍ବାଦ ହେବାର କାହାଣୀ ବିହାରର ଅଟେ। ଏଠାରେ ଶେଖପୁରାରେ ରହୁଥିବା ରଶ୍ମିଙ୍କ ବିବାହ ମୁଙ୍ଗେର ଜିଲ୍ଲା ନିବାସୀ ବିବେକଙ୍କ ସହିତ ହୋଇଥିଲା। ଉଭୟଙ୍କ ବିବାହ 2021 ରେ ହୋଇଥିଲା। ଉଭୟଙ୍କ ବିବାହ ହିନ୍ଦୁ ରୀତିନୀତି ଅନୁସାରେ ସମ୍ପନ୍ନ ହୋଇଥିଲା। ରଶ୍ମିଙ୍କୁ ଜଣାନଥିଲା ଯେଉଁ ପୁଅ ସହିତ ସେ ନିଜର ସାରା ଜୀବନ ବିତାଇବେ ତା’ପାଇଁ ସେ ନିଜର ଜୀବନ ହାରିବେ।

ବିବେକ SBI ରେ ବ୍ୟାଙ୍କ ମ୍ୟାନେଜର ରୂପରେ କାର୍ଯ୍ୟରତ ଅଟନ୍ତି। ତାଙ୍କର ପୋଷ୍ଟିଂ ଗୁଜୁରାଟରେ ହୋଇଥିଲା ଏଥିପାଇଁ ସେ ନିଜ ସହିତ ରଶ୍ମିଙ୍କୁ ଗୁଜୁରାଟ ନେଇଯାଇଥିଲେ। ଆରମ୍ଭରୁ ସବୁ ଠିକ ଚାଲୁଥିଲା କିନ୍ତୁ କିଛି ସମୟ ପରେ ପତ୍ନୀଙ୍କୁ ତାଙ୍କ ପତ୍ନୀଙ୍କ ଅବୈଧ ସମ୍ପର୍କ ବିଷୟରେ ଜଣାପଡିବା ପରେ ଉଭୟଙ୍କ ବୈବାହିକ ଜୀବନ ସମାପ୍ତ ହୋଇଗଲା।

ନର୍ସଙ୍କ ସହିତ ଆଫେୟାର ଚାଲିଥିଲା:-

ରଶ୍ମି ଙ୍କ ବୈବାହିକ ଜୀବନ ମଧ୍ୟ ସାଧାରଣ ଲୋକଙ୍କ ପରି ଚାଲୁଥିଲା କିନ୍ତୁ ଯେତେବେଳେ ତାଙ୍କୁ ଜଣାପଡିଥିଲା ତାଙ୍କ ସ୍ୱାମୀଙ୍କ ଆଫେୟାର ଏକ ନର୍ସ ସହିତ ଚାଲୁଛି ସେତେବେଳେ ସେ ଭାଙ୍ଗି ପଡ଼ିଲେ ଓ ଏହାର ବିରୋଧ କରିବା ଆରମ୍ଭ କରିଦେଲେ।

ଆରମ୍ଭରୁ ବିବେକ ପତ୍ନୀଙ୍କ କଥାକୁ ମାନୁନଥିଲେ କିନ୍ତୁ ବିବେକ ଯେତେବେଳେ ଜାଣିବାକୁ ପାଇଲା କି, ପତ୍ନୀ ଆଗରେ ତାର ସବୁ କାରନାମା ଧରା ପଡ଼ିଗଲା ସେତେବେଳେ ସେ ନିଜର ପତ୍ନୀଙ୍କୁ ମାରପିଟ କରିବା ଆରମ୍ଭ କରିଦେଲେ।

ବାପଘରକୁ ଆସି କଲେ ଆତ୍ମହତ୍ୟା:-

ବିବେକ ପ୍ରତିଦିନ ନିଜ ପତ୍ନୀଙ୍କୁ ପ୍ରତାଡ଼ନା ଦେଉଥିଲା ଓ ଏହାପରେ ତାଙ୍କ ପତ୍ନୀ ନିଜ ବାପଘରକୁ ଚାଲି ଗଲେ। ଏହାପରେ ଝିଅର ବାପା ଯେତେବେଳେ ବିବେକ କୁ କହିଲେ ଝିଅକୁ ଆସି ନେଇ ଯିବାପାଇଁ ସେତେବେଳେ ବିବେକ ଯୌତୁକ ବାବଦକୁ 20 ଲକ୍ଷ ମାଗିଥିଲା ଓ ଝିଅର ଘର ବଞ୍ଚାଇବା ପାଇଁ ଝିଅର ପିତା ବିବେକଙ୍କ ଆକାଉଣ୍ଟକୁ ଏକଲକ୍ଷ ଟଙ୍କା ପଠାଇଥିଲେ। ବିବେକ ରାଜି ତ ହୋଇଗଲା କିନ୍ତୁ ପତ୍ନୀ ଗୁଜୁରାଟ ଆସିବାପରେ ସେ ପୁଣି ମାରପିଟ ଆରମ୍ଭ କରିଦେଲା।

ରଶ୍ମି ପୁଣିଥରେ ପିତାଙ୍କୁ ନେଇଯିବା ପାଇଁ କହିଲେ ଓ ପିତା ତାଙ୍କୁ ନେବାକୁ ଆସୁଥିବା ସମୟରେ ବିବେକ ଠାରୁ ରଶ୍ମିର ଆତ୍ମହତ୍ୟା ଖବର ପାଇଥିଲେ। ସେହିପରି ପିତା ଯେତେବେଳେ ଝିଅର ମୃତଦେହ ନେବାକୁ ପହଞ୍ଚିଥିଲେ ତ ତାଙ୍କ ଶରୀରରେ ଲୁହା ରଡ଼ ରେ ମାଡ଼ ମରାଯାଇଥିବାର ଦାଗ ଦେଖିଥିଲେ। ଏହାପରେ ସେ ବିବେକଙ୍କ ବିରୋଧରେ ପୋଲିସରେ ଖବର କରିଥିଲେ। ପୋଲିସ ତାଙ୍କୁ ଗିରଫ କରିସାରିଛି ଓ ମାମଲାର ଯାଞ୍ଚ କରାଯାଉଛି।

Leave A Reply

Your email address will not be published.