ହିଟ୍ ଆଣ୍ଡ ରନ୍ ମାମଲା : ମୃତକଙ୍କ ପରିଜନଙ୍କ ପାଇଁ ଆଠ ଗୁଣା ବଢିଲା କ୍ଷତିପୂରଣ ରାଶି, ଜାଣନ୍ତୁ କ’ଣ ରହିଛି ସରକାରଙ୍କ ନୂଆ ନିଷ୍ପତ୍ତି

0

Get real time updates directly on you device, subscribe now.

ତେବେ ବନ୍ଧୁଗଣ ଦିନକୁ ଦିନ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ପ୍ରାୟ ସମସ୍ତ ଅଞ୍ଚଳ ଦୁର୍ଘଟଣାପ୍ରବଣ ଜିଲା ପାଲଟିଛି । ସଡ଼କ ଦୁର୍ଘଟଣା ବୃଦ୍ଧି ପାଇବା ସହିତ ରାଜପଥରେ ମୃତାହତଙ୍କ ସଂଖ୍ୟା ବି ବଢ଼ିବାରେ ଲାଗିଛି । ବିଶେଷଜ୍ଞମାନଙ୍କ ମତରେ ଗାଡ଼ି ଚାଳକଙ୍କ ଭୁଲ, ସଡ଼କ ସମସ୍ୟା, ଗାଡ଼ି ନିର୍ମାଣରେ ତ୍ରୁଟି, ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥା ଯୋଗୁ ଦୁର୍ଘଟଣା ସଂଖ୍ୟା ବଢ଼ିଚାଲୁଛି ।

ବିଗତ କିଛିବର୍ଷ ଧରି ଜାତୀୟ ରାଜପଥଗୁଡ଼ିକରେ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଇଛି । ଜାତୀୟ ରାଜପଥଗୁଡ଼ିକର ଠିକଣାଭାବେ ରକ୍ଷଣାବେକ୍ଷଣ ହେଉ ନ ଥିବା ବେଳେ ସାଧାରଣ ଲୋକ ଏ ନେଇ ରାଜପଥ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ ମଧ୍ୟ କରୁଛନ୍ତି । ହେଲେ ସେଥିରୁ କିଛି ସୁଫଳ ମିଳି ପାରିନାହିଁ ।

ଜିଲା ପ୍ରଶାସନକୁ ଦୁର୍ଘଟଣା ହ୍ରାସ ଲାଗି ଯୋଜନା ପ୍ରସ୍ତୁତ ସହିତ ତାହାକୁ କାର୍ଯ୍ୟକାରୀ କରିବା ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ବାରମ୍ବାର କୁହାଯାଉଛି । କିନ୍ତୁ ବର୍ଷକୁ ବର୍ଷ ସଡ଼କ ଦୁର୍ଘଟଣା ସହିତ ତାଳଦେଇ ମୃତାହତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ସରକାର ଙ୍କ ନିୟନ୍ତ୍ରଣ ରେ ଆଉ ତାହାର ନିବାରଣ କି ସମାଧାନ ନଥିବାରୁ ସରକାର ମୃତକଙ୍କ ପରିବାର ଲୋକଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଥାନ୍ତି

ତେବେ କେନ୍ଦ୍ର ସରକାର ଏହି ହିଟ୍ ଆଣ୍ଡ ରନ୍ କେସ କୁ ନେଇକି ଏକ ନୂଆ ନିଷ୍ପତି ନେଇଛନ୍ତି । ଯାହାକି ଆସନ୍ତା ଏପ୍ରିଲ ମାସ ୧ ତାରିଖ ଠାରୁ ଲାଗୁ ହେବାକୁ ଯାଉଛି । ସରକାର କ୍ଷତି ପୂରଣ ବାବଦକୁ ଦିଆ ଯାଉଥିବା ରାଶିକୁ ୮ ଗୁଣା ବଢ଼ାଇ ଦେଇଛନ୍ତି । ଯାହାକି ଦୁଇ ଲକ୍ଷ ଟଙ୍କା ଦିଆଯିବାର ବ୍ୟବସ୍ଥା କରାଯାଇଛି ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତିଙ୍କ ପରିବାର ଲୋକଙ୍କୁ ।

ଆଉ କେବଳ ସେତିକି ନୁହେଁ ଦୁର୍ଘଟଣା ଯୋଗୁଁ ଗୁରୁତର ଭାବରେ ଆହତ ହେଉଥିବା ବ୍ୟକ୍ତିଙ୍କୁ ମଧ୍ୟ ଦିଆ ଯାଉଥିବା ଟଙ୍କାକୁ ମଧ୍ୟ ୪ ଗୁଣା ବଢ଼ାଇ ଦିଆଯାଇଛି । ତେବେ ଆସନ୍ତା ଏପ୍ରିଲ୍ ପହିଲାରୁ ଲାଗୁ ହେଉଥିବା ନିୟମ ଅନୁସାରେ ସେମାନଙ୍କୁ ୫୦ ହଜାର ସାହାର୍ଯ୍ୟ ରାଶି ମିଳିବ । ଏଭଳି ସୂଚନା ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରଣାଳୟ ତରଫରୁ ଦିଆଯାଇଛି ।

ତେବେ ସୂଚନା ଅନୁସାରେ ପୂର୍ବରୁ ସରକାର ଦୁର୍ଘଟଣା ରେ ମୃତ ବ୍ୟକ୍ତିଙ୍କୁ କ୍ଷତି ପୂରଣ ବାବଦକୁ ୨୫ ହଜାର ଟଙ୍କା ପ୍ରଦାନ କରୁଥିବା ବେଳେ ଆହତ ବ୍ୟକ୍ତି ମାନଙ୍କୁ ମାତ୍ର ବାର ହଜାର ପାଞ୍ଚ ଶହ ଟଙ୍କା ଦେଉଥିଲେ । ତେବେ ଗତ ଫବୃଆରୀ ୨୫ ତାରିଖରେ ମନ୍ତ୍ରାଳୟ ତରଫରୁ ଏକ ଅଧି ସୂଚନା ରେ ଏହା ଜାରି କରାଯାଇଥିଲା ।

Leave A Reply

Your email address will not be published.