ନିଶାସକ୍ତ ଅବସ୍ଥାରେ ଦେଶର ଏହି ପ୍ରସିଦ୍ଧ କ୍ରିକେଟର କଲେ ଗାଡି ଧକ୍କା, ପୋଲିସ କଲା ଗିରଫ

0

Get real time updates directly on you device, subscribe now.

ଭାରତର ଦିଗ୍ଗଜ କ୍ରିକେଟର ଵିନୋଦ କାମ୍ବଲୀ ମୁମ୍ଵାଇର ବାନ୍ଦ୍ରା ସ୍ଥିତ ନିଜର ରିହାୟାଶି ସୋସାଇଟିର ଗେଟ ଠାରେ ରବିବାର ଅପରାହ୍ନରେ ନିଜ ଗାଡି ଧକ୍କା କରିଛନ୍ତି ଫଳରେ ତାଙ୍କୁ ଗିରଫ କରାଯାଇଛି|କାମ୍ବଲୀ ସାଧାରଣତଃ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି|ନିକଟରେ ଏହି ଖେଳାଳି ମଧ୍ୟ ସାଇବର ଅପରାଧର ଶିକାର ହୋଇଥିଲେ|

ପୋଲିସର ଜଣେ ଅଧିକାରୀ କହିଛନ୍ତି ଯେ କାମ୍ବଲୀ ଘଟଣା ପରେ ପରିସରର ଚୈକିଦାର ଓ ଅନ୍ୟାନ୍ୟ କିଛି ନିବାସୀ ସହ ଯୁକ୍ତିତର୍କ କରିଥିଲେ|ତାଙ୍କୁ ପରେ ଜାମିନରେ ଛାଡି ଦିଆଗଲା|ସେ କହିଛନ୍ତି ଯେ କାମ୍ବଲୀ ବିରୁଦ୍ଧରେ ଭାରତୀୟ ଦଣ୍ଡ ସଂହିତା ଧାରା ୨୭୯,୩୩୬,୪୨୭ ଅନ୍ତର୍ଗତ ବାନ୍ଦ୍ରା ଥାନାରେ ଗୋଟିଏ ମାମଲା ରୁଜୁ କରାଯାଇଛି|

କହିରଖେ ଏଵେ ନିକଟରେ କିଛି ସମୟ ପୂର୍ବରୁ ସେ ଅନଲାଇନ ଠକର ଶିକାର ହୋଇଥିଲେ|କାମ୍ବଲୀକୁ ସାଇବର ଠକ ୧ ଲକ୍ଷ ଟଙ୍କାର ଚୁନ ଲଗାଇଥିଲେ,ଯାହାପରେ ବାନ୍ଦ୍ରା ପୋଲିସ ଷ୍ଟେସନରେ ମାମଲା ରୁଜ୍ଜୁ କରାଯାଇ ଥିଲା|ପୋଲିସର ଜଣେ ଅଧିକାରୀ ଏହି ସୂଚନା ଦେଇଥିଲେ|ଜଣେ ଅଧିକାରୀ କହିଛନ୍ତି ଯେ ବ୍ୟକ୍ତି ନିଜକୁ ବ୍ୟାଙ୍କ ଅଧିକାରୀ କହି କାମ୍ବଲିକୁ‌ ଫୋନ କଲା ଓ ତାକୁ ଗୋଟିଏ ଲିଙ୍କ ପଠେଇଲା|ସେ ଏହି ଲିଙ୍କ କ୍ଲିକ କରିବା ଫଳରେ ଖାତାରୁ ୧ ଲକ୍ଷ ଟଙ୍କା ଗାଏଵ ହୋଇଗଲା|

ନିଜର କ୍ୟାରିଅରରେ କାମ୍ବଲି ୧୭ ଟେଷ୍ଟ ମ୍ୟାଚରେ ୨୧ ପାଳିରେ ୫୪.୨୦% ହାରରେ ୧୦୮୪ ରନ କରିଥିଲେ|ତାଙ୍କ ବେଷ୍ଟ ସ୍କୋର ୨୨୭ ରନ ରହିଛି|ସେ ଟେଷ୍ଟ କ୍ୟାରିଅରରେ ୪ ଶତକ ଓ ତିନି ଅର୍ଦ୍ଧ ଶତକ ହାସଲ କରିଥିଲେ|ଏକଦିବସୀୟ କ୍ରିକେଟରେ କାମ୍ବଲୀ ୧୦୪ ମ୍ୟାଚର ୯୭ ପାଳିରେ ୩୨.୫୯% ହାରରେ ୨୪୭୭ ରନ ବନାଇଥିଲେ|ଏହା ମାନାଯାଏ ଯେ କାମ୍ବଲୀ ଜଣେ ଦିଗ୍ଗଜ କ୍ରିକେଟର ଭାବେ କ୍ରିକେଟକୁ ବିଦାୟ କହିବେ|କିନ୍ତୁ ତାଙ୍କ କ୍ୟାରିୟର ବିବାଦ ଯୋଗୁଁ ଶେଷ ହୋଇଗଲା|

Leave A Reply

Your email address will not be published.