ଅଦ୍ଭୁତ କାର୍ଯ୍ୟ : କ୍ୟାମେରା ଅନ୍ କରି ଶୋଇଯାଏ ଯୁଵକ,ଖାତାକୁ ଆସିଯାଏ ମାସକୁ ୨ ଲକ୍ଷ ଟଙ୍କା ! ଜାଣନ୍ତୁ କିପରି ?

0

Get real time updates directly on you device, subscribe now.

ଟଙ୍କା ଆୟର ବହୁତ ମାର୍ଗ ରହିଛି|କିଏ ଚାକିରି କରି କମାଏ ତ କିଏ ବ୍ୟବସାୟ ଦ୍ଵାରା|କିନ୍ତୁ ଏଭଳି ଜଣେ ବ୍ୟକ୍ତି ଅଛନ୍ତି ଯିଏ ଗଭୀର ନିଦକୁ ନେଇ ଭଲ ଆୟ କରୁଛନ୍ତି|ଯଦିଓ ଏହା ଶୁଣି ଆପଣଙ୍କୁ ବିଶ୍ୱାସ ହେବ ନାହିଁ କିନ୍ତୁ ଏହା ସତ୍ୟ|ବ୍ୟକ୍ତି ନିଦରେ ଟଙ୍କା କମାଇବାର ନିଜର ଅଦ୍ଭୁତ କାମ ସମ୍ପର୍କରେ କହିଲେ|

ପ୍ରକୃତରେ ନିଦରେ ଟଙ୍କା କମାଇବା ବ୍ୟକ୍ତି ଜଣେ ୟୁଟ୍ୟୁବର ଅଟନ୍ତି|ତାଙ୍କ ୟୁଟ୍ୟୁବ ଚାନେଲର ନାମ ସୁପର ମେନ ଷ୍ଟ୍ରିମ ଅଟେ ଯେଉଁଠାରେ ସେ ଏକୁଟିଆ ଶୋଇ ନିଜର ଲାଇଭ ଭିଡିଓ ରେକର୍ଡ କରେ ଓ ପୁଣି ୟୁଟ୍ୟୁବରେ ପୋଷ୍ଟ କରିଥାଏ|ଲୋକମାନେ ତାଙ୍କ ଭିଡିଓ ଦେଖନ୍ତି ଓ ପରିବର୍ତ୍ତେ ତାଙ୍କୁ ଟଙ୍କା ଦିଅନ୍ତି|

ନିଦରୁ ଟଙ୍କା ଆୟ କରିବାର ଭିଡିଓରେ ୟୁଟ୍ୟୁବର ଶୋଇବାକୁ ଚେଷ୍ଟା କରେ ଯଦିଓ ତାଙ୍କ ଫ୍ୟାନ୍ସ ଆଲେକ୍ସା ସ୍ପିକର ମାଧ୍ୟମରେ ମେସେଜ, ଭିଡିଓ ଓ ଗୀତ ଲଗାଇ ଉଠାଇବାକୁ ଚେଷ୍ଟା କରନ୍ତି|୨୧ବର୍ଷୀୟ ୟୁଟ୍ୟୁବର ଭାଇସ ନ୍ୟୁଜକୁ କହେ ଯେ ସେ ଗୋଟିଏ ସପ୍ତାହରେ ଥରେ ୬ ଘଣ୍ଟା ୟୁଟ୍ୟୁବ ଲାଇଭ କଲେ ୨ ହଜାର ଡଲାର(୨ ଲକ୍ଷ)ଆୟ କରିଥାଏ|ମାନେ ଏକ ସପ୍ତାହରେ ୨ ଲକ୍ଷ ଆୟ|

ୟୁଟ୍ୟୁବରେ ତାଙ୍କ କ୍ଲିପ ବହୁ ଲୋକପ୍ରିୟ ହେଉଛି|ତାଙ୍କ ଭିଡିଓକୁ ଲକ୍ଷ ଲକ୍ଷ ଭିଉଜ ମିଳୁଛି|ହଜାର ହଜାର ଦର୍ଶକ ସାମ୍ନାରେ ଲାଇଭ କରି ଶୋଇଯାଏ|ଲୋକମାନେ ତାକୁ ଫୋନ ମେସେଜ କରି ଉଠାଇବାକୁ ଚେଷ୍ଟା କରିଥାନ୍ତି|

ୟୁଟ୍ୟୁବରେ ଆହୁରି ମଧ୍ୟ ଲୋକମାନେ ନିଦ ଭିଡିଓ କରି ଟଙ୍କା ଆୟ କରିଥାନ୍ତି|ଏହି ଭିଡିଓର ଭିଉ ମଧ୍ୟ ସମୟ ଅନୁସାରେ ବଢେ|ଏହାମାନେ ନିଦ କେବଳ ଏକ ଆବଶ୍ୟକ ଶାରିରୀକ କ୍ରିୟା ହୋଇନାହିଁ|ୟୁଟ୍ୟୁବର ସ୍ଲିପ ଷ୍ଟ୍ରିମରେ ରୁଚି ରଖୁଥିବା ଲୋକଙ୍କ ସଂଖ୍ୟା ଜାନୁଆରୀ ୨୦୨୧ ପ୍ରଥମ ସପ୍ତାହରେ ସର୍ବାଧିକ ଉଚ୍ଚ ସ୍ତରରେ ପହଞ୍ଚିଥିଲା|ପୂର୍ବବର୍ଷ ୨୦୨୦ ତୁଳନାରେ ଏହା ୪୨୬ % ବୃଦ୍ଧି ପାଇଛି|

କଣ୍ଟେଣ୍ଟ କ୍ରିଏଟର ଦ୍ୱାରା ନିଦକୁ ଭଗାଇବା କୈାଣସି ନୂତନ କଥା ନୁହେଁ|ଏହି ଟ୍ରେଣ୍ଡ ୨୦୧୭ରେ ଆରମ୍ଭ ହୋଇଥିଲା ଯେତେବେଳେ ପୂର୍ବ ୟୁଟ୍ୟୁବର ଆଇସ ପୋଏଜଡନ ନିଜକୁ ରାତିସାରା ଫିଲ୍ମାଇବା ଫଳରେ ୫୦୦୦ ଡଲାର ଆୟ କରିଥିଲେ|ଏହା ପରବର୍ଷ ୟୁଟ୍ୟୁବରେ ଲାଇଭଷ୍ଟ୍ରିମରଙ୍କ ମଧ୍ୟରେ ଲୋକପ୍ରିୟ ହୋଇଥିଲା ଯେତେବେଳେ ଏସିଆନ ଆଣ୍ଡି ନିଦକୁ ଲାଇଭ ରେକର୍ଡ କରିବା ଆରମ୍ଭ କରିଥିଲେ|ଏହାପରେ ବହୁ ୟୁଟ୍ୟୁବର ଏହି ଟ୍ରେଣ୍ଡକୁ ଆଗକୁ ବଢାଇଲେ|

Leave A Reply

Your email address will not be published.