ରୋଷେଇ ଗ୍ୟାସ ସିଲିଣ୍ଡର ଉପରେ ପୁଣି ମିଳିବାକୁ ଯାଉଛି ସବସିଡି,ଖାତାକୁ ଆସିବ ଏତେ ଟଙ୍କା,ଜାଣନ୍ତୁ କେମିତି କରିବେ ଚେକ

0

Get real time updates directly on you device, subscribe now.

LPG ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ ଖୁସିର ଖବର, ବଢୁଥିବା ମହଙ୍ଗାଇ ମଧ୍ୟରେ ଏଲପିଜି ସବ୍ସିଡ଼ି ମାନେ ରୋଷେଇ ଗ୍ୟାସ ସବ୍ସିଡ଼ି ଏବେ ଗ୍ରାହକଙ୍କ ଖାତାକୁ ଆସିବାକୁ ଯାଉଛି। ପ୍ରଥମରୁ ଏଲପିଜି ସବ୍ସିଡ଼ି ଆସୁଥିଲା କିନ୍ତୁ ଏବେ ସବ୍ସିଡ଼ି ନମିଳିବାରୁ ଆଭିଯୋଗ ସାମ୍ନାକୁ ଆସୁଛି। ସବ୍ସିଡ଼ି ଆରମ୍ଭ ହେବାପରେ ପୁଣିଥରେ ଅଭିଯୋଗ ଆସିବା ବନ୍ଦ ହୋଇଯାଇଛି। ଆସନ୍ତୁ ଜାଣିବା ଘରେ ବସି କେମିତି ସବ୍ସିଡ଼ି ଚେକ କରାଯାଏ।

ସବ୍ସିଡ଼ି କୁ ନେଇ ଗ୍ରାହକଙ୍କ ଠାରେ ଅସଂମଞ୍ଜ:-

ଏଲପିଜି ଗ୍ୟାସ ଉପଭୋକ୍ତାଙ୍କୁ 79.26 ଟଙ୍କା ପ୍ରତି ସିଲିଣ୍ଡର ସବ୍ସିଡ଼ି ରୂପରେ ଦିଆଯାଇଥାଏ। କିନ୍ତୁ ଗ୍ରାହକଙ୍କୁ ଅଲଗା ଅଲଗା ସବ୍ସିଡ଼ି ଦିଆଯାଉଛି। ଲୋକମାନେ ଅସଂମଞ୍ଜ ହେଉଛନ୍ତି କି, ତାଙ୍କୁ କେତେ ସବ୍ସିଡ଼ି ମିଳୁଛି। କିଛି ଲୋକଙ୍କୁ 79.26 ମିଳିଥିବା ବେଳେ ବାକି କିଛି ଲୋକଙ୍କୁ 158. 52 ଓ କିଛି ଲୋକଙ୍କୁ 237.78 ଟଙ୍କା ସବ୍ସିଡ଼ି ମିଳୁଛି। ଆସନ୍ତୁ ଜାଣିବା ସବ୍ସିଡ଼ି ଆସିଛି କି ନାହିଁ କେମିତି ଚେକ କରିବା।

ଘରେ ବସି ଏମିତି ଚେକ କରନ୍ତୁ:-

ଘରେ ବସି ବହୁତ ସହଜରେ ଆପଣ ସବ୍ସିଡ଼ି ଚେକ କରନ୍ତୁ। ଆଜି ଆମେ ଜାଣିବା କେମିତି ବହୁତ ସହଜରେ ଆପଣ ଏହି ସବ୍ସିଡ଼ି ଚେକ କରିପାରିବେ।

ଏମିରି ଚେକ କରନ୍ତୁ:-

1. ସର୍ବପ୍ରଥମେ ଆପଣ www.mylpg.in କୁ ଯାଆନ୍ତୁ।

2. ଏବେ ଆପଣଙ୍କୁ ସ୍କ୍ରିନ ର ଡାହାଣ ପଟରେ ଗ୍ୟାସ ଚିହ୍ନ ଆସିବ।

3. ଏହା ଆପଣ ନିଜର ସର୍ଭିସ ପ୍ରୋଭାଇଡ଼ର ର ଗ୍ୟାସ ସିଲିଣ୍ଡର ଫୋଟୋ ରେ କ୍ଲିକ କରନ୍ତୁ।

4. ଏହାପରେ ଆପଣଙ୍କ ସାମ୍ନାରେ ଏକ ନୂଆ ଉଇଣ୍ଡ ଓପେନ ହେବ।

5. ଏବେ ସାଇନ ଇନ ଓ ନ୍ୟୁ ୟୁଜର ଉପରେ କ୍ଲିକ କରନ୍ତୁ।

6. ଯଦି ପ୍ରଥମରୁ ଆପଣ ଏଥିରେ ନିଜର ଆଇଡ଼ି ବନାଇଛନ୍ତି ତାହେଲେ ସାଇନ ଇନ କରନ୍ତୁ ନଚେତ ନ୍ୟୁ ୟୁଜରରେ କ୍ଲିକ କରନ୍ତୁ

7.ଏହାପରେ ନୂଆ ଉଇଣ୍ଡୋ ଓପେନ ହେବ ଓ ଗ୍ୟାସ ସିଲିଣ୍ଡର ଭିୟୁ ଅପ୍ସନ ଆସିବ।

8. ଏଠାରେ ଆପଣଙ୍କୁ ଏହି ସୂଚନା ମିଳିବ କି, କେଉଁ ସିଲିଣ୍ଡର ଉପରେ କେତେ ସବ୍ସିଡ଼ି ଆପଣଙ୍କୁ ମିଳିବ।

9. ଯଦି ଆପଣ ଗ୍ୟାସ ବୁକ କରିଛନ୍ତି ଓ ସବ୍ସିଡ଼ି ମିଳିନାହିଁ ତାହେଲେ ଫିଡ଼ବ୍ୟାକ ଉପରେ କ୍ଲିକ କରନ୍ତୁ।

10. ଅଭିଯୋଗ ଆପଣ ରୁଜୁ କରିପାରିବେ।

11.ଏହାବ୍ୟତୀତ ଆପଣ ଟୋଲ ଫ୍ରି ନମ୍ବର 18002333555 ରେ ଅଭିଯୋଗ କରିପାରିବେ।

ଯଦି ଆପଣଙ୍କ ସବ୍ସିଡ଼ି ଆସିନାହିଁ ତାହେଲେ ଆପଣଙ୍କୁ ଏହା ଜାଣିବା ଉଚିତ କି, କଣପାଇଁ ଆପଣଙ୍କ ସବ୍ସିଡ଼ି ଅଟକି ଯାଇଥାଏ। ଏହାର ସବୁଠାରୁ ବଡ଼ କାରଣ ହେଉଛି ଆଧାର ଲିଙ୍କ। ଜଣାଇଦେଉଛୁ ଯେଉଁ ଲୋକଙ୍କ ବାର୍ଷିକ ଆୟ 10 ଲକ୍ଷ କିମ୍ବା ତା’ଠାରୁ ଅଧିକ ସେମାନଙ୍କୁ ସବ୍ସିଡ଼ି ମିଳେନାହିଁ।

Leave A Reply

Your email address will not be published.