ଇଏ ହେଉଛି ଦୁନିଆର ସବୁଠାରୁ ଛୋଟ ଦେଶ,ଏଠାରେ ରୁହନ୍ତି ମାତ୍ର ୩୩ ଜଣ ଲୋକ,ଜାଣନ୍ତୁ ସେ ଦେଶ ବିଷୟରେ …

0

Get real time updates directly on you device, subscribe now.

ଆପଣମାନେ ଦୁନିଆର ବଡ଼ ବଡ଼ ଦେଶଗୁଡିକର ନାମ ତ ଶୁଣିଥିବେ, କିନ୍ତୁ କଣ ଆପଣ ଦୁନିଆର ସବୁଠାରୁ ଛୋଟ ଦେଶର ନାମ ଶୁଣିଛନ୍ତି ? ଯଦି ନାହିଁ ତେବେ ଆଜି ଆମେ ଆପଣଙ୍କୁ ଦୁନିଆର ସବୁଠାରୁ ଛୋଟ ଦେଶ ବିଷୟରେ କହିବାକୁ ଯାଉଛି | ଯାହାର ରାଷ୍ଟ୍ରପତି ରାସ୍ତା ଉପରେ କୌଣସି ସିକ୍ୟୁରିଟି ବିନା ଏକୁଟିଆ ବୁଲୁଥିବାର ଦେଖାଯାନ୍ତି ଏବଂ ଏଠାରେ ଆଶ୍ଚର୍ଯ୍ୟ କରିବାଭଳି କଥା ଏହା ଯେ ଏହି ଦେଶର ମୋଟ ଜନସଂଖ୍ୟା କେବଳ ୩୩ ଅଟେ | ସୂଚନା ପାଇଁ କହିରଖୁଛୁ ଯେ ଏହି ଦେଶ ବିଷୟରେ ଆପଣମାନେ ପୂର୍ବରୁ ମଧ୍ୟ କେବେ ଶୁଣିଥିବେ | କିନ୍ତୁ ଏହି ଦେଶର ନାମ ମୋଲୋସିୟା ବୋଲି କୁହାଯାଉଛି | ଏହି ଦେଶ ଆମେରିକାର ନେବାଦାରେ ଅବସ୍ଥିତ ଅଟେ |

ଯଦି ଆପଣଙ୍କୁ ଏହି ଦେଶ ବିଷୟରେ ବିସ୍ତାର ଭାବେ କହିବୁ, ତେବେ ଏହି ଦେଶର ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ଏହା ଯେ ଏହି ଦେଶ ସ୍ଵଘୋଷିତ ଅଟେ | ମୋଲୋସିୟା ଦେଶର କାହାଣୀ ବିଷୟରେ କହିବାକୁ ଗଲେ ଏହାର ପ୍ରତିଷ୍ଠା ୧୯୭୭ ମସିହାରେ ଏଠାରେ ରହୁଥିବା କେବିନ ବାଗ କରିଥିଲେ | ଉଲ୍ଲେଖଯୋଗ୍ୟ ଯେ କେବିନ ବାଗ ଏବଂ ତାଙ୍କର ଜଣେ ସାଙ୍ଗ ଭାବିଥିଲେ ଯେ ଆମେ ଆମେରିକା ଠାରୁ ଅଲଗା ଗୋଟିଏ ନୂତନ ଦେଶର ପ୍ରତିଷ୍ଠା କଲେ କେମିତି ହୁଅନ୍ତା | ଯାହାପରେ ଏହି ଦୁଇ ସାଙ୍ଗ ମିଶି ମୋଲୋସିୟା ନାମକ ଗୋଟିଏ ଦେଶର ମୂଳଦୁଆ ପକାଇଲେ |

ମିଳିଥିବା ସୂଚନା ଅନୁଯାୟୀ ଆପଣଙ୍କୁ କହିରଖୁଛୁ ଯେ କେବିନ ବାଗ ଏହି ଦେଶର ରାଷ୍ଟ୍ରପତି ଭାବରେ କାମ କରନ୍ତି | ଦେଶର ପ୍ରତିଷ୍ଠା କରିବା ସମୟରେ ନିଜକୁ ସେଠିକାର ରାଜା ଘୋଷଣା କରିବାର ନିଷ୍ପତ୍ତି ନେଇଥିଲା | ତାଙ୍କ ସ୍ତ୍ରୀ ଏହି ଦେଶର ପ୍ରଥମ ମହିଳା ହେବାର ମାନ୍ୟତା ପାଇଥିଲେ |

ଏହା ମଧ୍ୟ କୁହାଯାଉଛି ଯେ ଏହି ଦେଶରେ ରହୁଥିବା ଅଧିକାଂଶ ନାଗରିକ କେବିନଙ୍କ ସମ୍ପର୍କୀୟ ଅଟନ୍ତି | ତେବେ ଏହି ଦେଶକୁ ବର୍ତ୍ତମାନ ସୁଦ୍ଧା ବିଶ୍ୱର କୌଣସି ସରକାର ସ୍ୱୀକୃତି ଦେଇନାହାଁନ୍ତି | ଆପଣଙ୍କୁ କହିରଖୁଛୁ ଯେ ଏହି ଦେଶରେ ମଧ୍ୟ ଅନ୍ୟ ସମସ୍ତ ଦେଶମାନଙ୍କ ପରି ଲାଇବ୍ରେରୀ ଷ୍ଟୋର ଏବଂ ସ୍ମଶାନ ଘାଟ ବ୍ୟତୀତ ସମସ୍ତ ସୁବିଧା ଉପଲବ୍ଧ ରହିଛି | ମୋଲୋସିୟାରେ ଅନ୍ୟ ଦେଶମାନଙ୍କ ପରି ନିଜସ୍ୱ ଆଇନ ଟ୍ରେଡ଼ିସନାଲ ଏବଂ କରେନ୍ସି ରହିଛି |

ଆପଣଙ୍କୁ କହିରଖୁଛୁ ଯେ ଏହା ବ୍ୟତୀତ ଦୁନିଆର ଏହି ସବୁଠାରୁ ଛୋଟ ଦେଶ ଟୁରିଷ୍ଟ ପ୍ଲେସ ପାଇଁ ମଧ୍ୟ ଜଣାଶୁଣା ଅଟେ | ଦେଶରେ ବୁଲିବାପାଇଁ ଆପଣଙ୍କୁ ଆପଣଙ୍କର ପାସପୋର୍ଟରେ ଦେଶର ଭିସାର ଷ୍ଟାମ୍ପ ରହିବା ଆବଶ୍ୟକ ଏବଂ ଏଠାରେ ଏକ ନିୟମ ରହିଛି | ଏଠାରେ ଅନେକ ଲୋକ ଏହି ଦେଶ ବିଷୟରେ ସୂଚନା ପାଇବାପାଇଁ ଏବଂ ବୁଲିବାକୁ ଯାଆନ୍ତି | ବିନବାଗ ନିଜର ଯେଉଁ ସାଙ୍ଗ ସହିତ ଏହି ଦେଶର ନିର୍ମାଣ କରିବା ବିଷୟରେ ଚିନ୍ତା କରିଥିଲେ|

ତାଙ୍କର ସେହି ସାଙ୍ଗ ପରବର୍ତ୍ତୀ ସମୟରେ ନିଜ ଚିନ୍ତାଧାରାକୁ ତ୍ୟାଗ କରିଥିଲେ, କିନ୍ତୁ କେବିନ ବାଗ ନିଜର ଏହି ଚିନ୍ତାଧାରା ଉପରେ କାମ କରିବା ବିଷୟରେ ଚିନ୍ତା କରିଥିଲେ | ସେ ନିଜର ଦେଶର ବିକାଶ ପାଇଁ କାମ କରିବା ଜାରି ରଖିଥିଲେ | ଏହି ଦେଶ ସୃଷ୍ଟି ହେବାର ବର୍ତ୍ତମାନ ୪୦ ବର୍ଷ ପୁରା ହୋଇସାରିଛି | ଏହି ଦେଶରେ ବୁଲିବାପାଇଁ ଟୁରିଷ୍ଟଙ୍କୁ କେବଳ ୨ ଘଣ୍ଟା ହିଁ ସମୟ ଲାଗିଥାଏ | ଏହି ଟ୍ରିପ ସମୟରେ ସେଠିକାର ରାଷ୍ଟ୍ରପତି ଏବଂ ଦେଶର ପ୍ରତିଷ୍ଠାତା କେବିନ ନିଜେ ଟୁରିଷ୍ଟମାନଙ୍କୁ ଦେଶର ରାସ୍ତା ଏବଂ ବିଲଡିଂଗୁଡିକୁ ଦେଖାଇଥାନ୍ତି |

Leave A Reply

Your email address will not be published.