ମୃତକଙ୍କର ଏଟିଏମ୍ କାର୍ଡରୁ ଟଙ୍କା ଉଠାଇବା ଆଇନ ବିରୁଦ୍ଧ,ଏପରି କଲେ ଭୋଗିବାକୁ ପଡ଼ିପାରେ ଜେଲ୍ ! ଜାଣନ୍ତୁ କଣ ଏହା ଉପରେ ନିୟମ ଅଛି

0

Get real time updates directly on you device, subscribe now.

ଲୋକମାନେ ଜୀବନ ସାରାର ଜମା ପୁଞ୍ଜି ବ୍ୟାଙ୍କରେ ଜମା କରିଥାନ୍ତି ଓ ଆବଶ୍ୟକତା ଅନୁସାରେ ତାକୁ ଉଠାଇ ବ୍ୟବହାର କରିଥାନ୍ତି|ପ୍ରଥମେ ଲୋକେ ବ୍ୟାଙ୍କରେ ସକାଳ ୧୦ ରୁ ୨ଟା ପର୍ଯ୍ୟନ୍ତ ଲାଇନ ଲଗାଇ ଟଙ୍କା ଉଠାଉ ଥିଲେ|କିନ୍ତୁ ଡିଜିଟାଲ ବ୍ୟାଙ୍କିଙ୍ଗ ଓ ଏଟିଏମ୍ ଏହି କାମ ବହୁ ସହଜ କରିଦେଲା|ଏଵେ ଯେକୌଣସି ସମୟରେ ଆପଣ ଏକାଉଣ୍ଟରୁ ଟଙ୍କା ଉଠାଇ ପାରିବେ|କିନ୍ତୁ ଡିଜିଟାଲ ବ୍ୟାଙ୍କିଙ୍ଗ ଆରମ୍ଭ ହେବାପରେ ଫ୍ରଡର ବହୁ ମାମଲା ସାମ୍ନାକୁ ଆସିଛି|

ବହୁବାର ଦେଖାଯାଏ ଯେ କାହାର ମୃତ୍ୟୁ ପରେ ପରିବାର ଲୋକେ ତା ଏକାଉଣ୍ଟରୁ ଏଟିଏମ ଜରିଆରେ ଟଙ୍କା ଉଠାଇଥାନ୍ତି ଯାହା ଆଇନ ବିରୋଧ ଅଟେ|ଆପଣଙ୍କୁ କହିରଖେ ଯେ ନୋମିନି ମଧ୍ୟ ଵିନା ବ୍ୟାଙ୍କକୁ ସୂଚନା ଦେଇ କାହାର ମୃତ୍ୟୁ ପରେ ବ୍ୟାଙ୍କରୁ ଟଙ୍କା ଉଠାଇ ପାରିବେ ନାହିଁ|ଯଦି ଏପରି ମାମଲା ଧରାପଡେ ତେଵେ ଜେଲ ମଧ୍ୟ ହୋଇପାରେ|

ନିୟମ ଅନୁଯାୟୀ କାହାର ମୃତ୍ୟୁ ପରେ ତା ଏକାଉଣ୍ଟରୁ ଟଙ୍କା ଉଠାଇବା ଭୁଲ ଅଟେ|ଯେପର୍ଯ୍ୟନ୍ତ ଆପଣ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାର ସମସ୍ତ ସମ୍ପତ୍ତି ନିଜର ନାଁରେ ଟ୍ରାନସଫର କରିନାହାନ୍ତି ସେ ପର୍ଯ୍ୟନ୍ତ ତାଙ୍କର ଟଙ୍କା ସହ ଆପଣ କିଛି କରିପାରିବେ ନାହିଁ|ଏପରି କରିବା ପୂର୍ବରୁ ଆପଣଙ୍କୁ ବ୍ୟାଙ୍କକୁ ଜଣାଇବାକୁ ପଡିବ ଯେ ଖାତା ଧାରକ ର ମୃତ୍ୟୁ ହୋଇଛି|ଏହାପରେ ନୋମିନିର ସମସ୍ତ ପ୍ରକ୍ରିୟା ଶେଷ କରିବା ପରେ ଟଙ୍କା ଉଠାଇ ପାରିବେ|ଯଦି ଏକାଉଣ୍ଟରେ ଜଣେରୁ ଅଧିକ ନୋମିନି ଥାନ୍ତି ତେଵେ ସମସ୍ତ ନୋମିନିର ସହମତି ପତ୍ର ଦେଖାଇ ଟଙ୍କା ଉଠାଇ ପାରିବେ|

ସୂଚନାଯୋଗ୍ୟ ଯେ ନୋମିନି ବ୍ୟାଙ୍କ ଯାଇ ମୃତକଙ୍କ ଏକାଉଣ୍ଟରୁ ଜମା ଟଙ୍କା କ୍ଲେମ କରିପାରିବେ, ଏଥିପାଇଁ ତାକୁ ଫର୍ମ ଭରିବାକୁ ପଡିବ|ଏହାସହ ମୃତକଙ୍କ ପାସବୁକ,ଏକାଉଣ୍ଟର ଡିଡିଆର, ମୃତକଙ୍କ ମୃତ୍ୟୁ ପ୍ରମାଣପତ୍ର, ନିଜ ଆଧାର କାର୍ଡ,ପ୍ୟାନ କାର୍ଡ ଭଳି ଜରୁରୀ ଡକ୍ୟୁମେଣ୍ଟ ଦେବାକୁ ହେବ|ଏହାପରେ ବ୍ୟାଙ୍କ ମୃତକଙ୍କ ଟଙ୍କା ନୋମିନିକୁ ଦେଇଥାଏ ଓ ମୃତକଙ୍କ ଏକାଉଣ୍ଟ୍ ବନ୍ଦ ହୋଇଯାଏ|

Leave A Reply

Your email address will not be published.