କ୍ଲାସରେ ଗାର୍ଲଫ୍ରେଣ୍ଡ ସହିତ କଥା ହେଉଥିବା ସମୟରେ ଯୁବକଙ୍କୁ ଧରିଲେ ସାର,ଆଉ ଫୋନକୁ ନିଜ କାନରେ ଲଗାଇଲେ ଆଉ ତାପରେ …ଦେଖନ୍ତୁ ଭିଡ଼ିଓ

0

Get real time updates directly on you device, subscribe now.

ଫେବୃଆରୀ 14 ତାରିଖରେ ଭ୍ୟାଲେଣ୍ଟାଇନ ଡେ ଶେଷ ହୋଇଛି । ଏହା ପରଠାରୁ ସୋସିଆଲ ମିଡିଆରେ ପ୍ରେମ ସହିତ ଜଡିତ ଅନେକ ପ୍ରକାରର ଭିଡିଓ ଭାଇରାଲ ହେଉଛି । ଏହିପରି ଗୋଟିଏ ଭିଡିଓ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଏଥିରେ ଜଣେ ଯୁବକ କ୍ଲାସ ରୁମରେ ନିଜ ଗାର୍ଲଫ୍ରେଣ୍ଡ ସହିତ ଫୋନରେ କଥା ହେଉଥିବାର ଦେଖାଯାଉଛି । ତେବେ ଯୁବକଙ୍କୁ ତାଙ୍କ ଟିଚର ଫୋନରେ କଥା ହେଉଥିବା ସମୟରେ ଧରି ନିଅନ୍ତି ।

ଗାର୍ଲଫ୍ରେଣ୍ଡ ସହିତ କଥା ହେଉଥିବା ସମୟରେ ଧରା ପଡ଼ିଗଲା ଛାତ୍ର :-

ଭିଡିଓ ଦେଖିଲେ ପ୍ରଥମେ ତ ଆପଣଙ୍କୁ ଯୁବକଙ୍କ ଉପରେ ଦୟା ଲାଗିବ, କିନ୍ତୁ ଶେଷରେ ଯାହା ହୁଏ ତାକୁ ଦେଖିବାପରେ ଆପଣ ନିଶ୍ଚିତ ଭାବେ ବହୁତ୍ ହସିବେ । ଭିଡିଓଟି ବହୁତ୍ ମଜାଳିଆ ଅଟେ । କୁହାଯାଉଛି ଯେ ଭ୍ୟାଲେଣ୍ଟାଇନ ଅବସରରେ ଯେଉଁ ବୟ ଫ୍ରେଣ୍ଡ ନିଜ ଗାର୍ଲଫ୍ରେଣ୍ଡ ସହିତ ଦେଖା କରିପାରିଲେ ନାହିଁ, ସେମାନେ ଫୋନରେ ହିଁ ନିଜ ଗାର୍ଲଫ୍ରେଣ୍ଡକୁ ଭ୍ୟାଲେଣ୍ଟାଇନ ୱିସ କଲେ । ଏହି ଯୁବକ ମଧ୍ୟ ଏମିତି କିଛି କରୁଥିଲା, ଠିକ୍ ସେତିକିବେଳେ ତାଙ୍କ ଟିଚର ତାକୁ ଗାର୍ଲଫ୍ରେଣ୍ଡ ସହିତ କଥା ହେଉଥିବା ସମୟରେ ଦେଖିଦେଲେ ।

ଭିଡିଓରେ ଆପଣ ଦେଖିପାରିବେ ଯେ ଯୁବକ କ୍ଲାସ ରୁମରେ ହିଁ ଗାର୍ଲଫ୍ରେଣ୍ଡ ସହିତ ଫୋନରେ କଥା ହେଉଛି । ଠିକ୍ ସେତିକିବେଳେ ତାଙ୍କ ଟିଚର ପଛରୁ ଆସି ତାଙ୍କୁ ଧରି ନିଅନ୍ତି । ଯୁବକ ଜଣକ ନିଜ ଗାର୍ଲଫ୍ରେଣ୍ଡ ସହିତ କଥା ହେବାରେ ଏତେ ବ୍ୟସ୍ତ ଥିଲେ ଯେ ସେ ଏହା ମଧ୍ୟ ଜାଣିପାରିଲେ ନାହିଁ ଯେ ଟିଚର କେତେବେଳେ ଆସିଲେ । ଟିଚର୍ ଆସି ତାଙ୍କ ପଛରେ ଠିଆ ହୋଇଯାନ୍ତି । ଭିଡିଓ ଦେଖି ଏମିତି ଲାଗୁଛି ଯେପରି ବର୍ତ୍ତମାନ୍ ଯୁବକଙ୍କ ବେଳା ଖରାପ ପଡ଼ିଛି ଏବଂ ତାଙ୍କ ଉପରେ ମାଡ ବର୍ଷା ହେବାକୁ ଯାଉଛି ।

ଦେଖନ୍ତୁ ଭିଡିଓ :-

View this post on Instagram

A post shared by memes | comedy (@ghantaa)

ଟିଚର ଫୋନକୁ କାନରେ ଲଗାଇ ଶୁଣିଲେ ଗାର୍ଲଫ୍ରେଣ୍ଡର କଥାବାର୍ତ୍ତା :-

ତେବେ ଏହା ଆଗକୁ ବହୁତ୍ ମଜାଳିଆ ଜିନିଷ ହୁଏ । ଭିଡ଼ିଓରେ ଦେଖାଯାଇପାରେ ଯେ ଟିଚର ଯୁବକଙ୍କ ପଛରେ କିଛି ନ କହି ଠିଆ ହୋଇ ହସନ୍ତି । ଠିକ୍ ସେତିକିବେଳେ ଯୁବକ ପଛକୁ ବୁଲି ଦେଖନ୍ତି ଏବଂ ଟିଚରଙ୍କୁ ଠିଆ ହୋଇଥିବାର ଦେଖି ଚମକି ପଡନ୍ତି । ଏହାପରେ ଟିଚର ତାଙ୍କୁ ପଚାରନ୍ତି ଯେ ସେ କାହା ସହିତ କଥା ହେଉଛି ।

ଯେତେବେଳେ ଯୁବକ ନିଜ ଗାର୍ଲଫ୍ରେଣ୍ଡ ସହିତ କଥା ହଉଛନ୍ତି ବୋଲି କୁହନ୍ତି, ସେତେବେଳେ ଟିଚର ଫୋନକୁ ନିଜ କାନରେ ଲଗାନ୍ତି । ଏହାପରେ ହସି ହସି ମଜାକରେ କିଛି କହି ଯୁବକଙ୍କୁ ଯିବାକୁ ଦିଅନ୍ତି । ଏହି ଭିଡିଓକୁ ଇନ୍ଷ୍ଟାଗ୍ରାମରେ ସେୟାର କରାଯାଇଛି । ଭିଡ଼ିଓଟି ଏତେ ମଜାଳିଆ ଯେ ଏହାକୁ ବର୍ତ୍ତମାନ ସୁଦ୍ଧା 2 ମିଲିୟନରୁ ଅଧିକ ଭ୍ୟୂ ମିଳିଛି ।

Leave A Reply

Your email address will not be published.