ଭାରତର ଏମିତି ୫ଟି ସ୍ଥାନ,ଯେଉଁଠାକୁ ଆପଣ ଭାରତୀୟ ହୋଇଥିଲେ ମଧ୍ୟ ଯାଇପାରିବେ ନାହିଁ,ଜାଣନ୍ତୁ ସେହି ସ୍ଥାନ ଗୁଡିକ କଣ କଣ ଓ କାହିଁକି ଯାଇପାରିବେ ନାହିଁ ?

0

Get real time updates directly on you device, subscribe now.

ପ୍ରାୟ ସମସ୍ତେ ଭ୍ରମଣ କରିବାକୁ ପସନ୍ଦ କରନ୍ତି ଆଉ ସମସ୍ତଙ୍କୁ ନୂଆ ନୂଆ ଜାଗା ପରିଦର୍ଶନ କରିବାକୁ ଭଲ ଲାଗେ । କେବଳ ଏତିକି ନୁହେଁ, ଆମ ଭାରତୀୟମାନଙ୍କର ପ୍ରଥମ ପସନ୍ଦ ବିଦେଶୀ ଦେଶ ହୋଇଥାଏ । ଯେଉଁଠାକୁ ଆମେ ପ୍ରାୟତ ବୁଲିବାକୁ ଯିବାକୁ ଚିନ୍ତା କରୁ, କିନ୍ତୁ କଣ ଆପଣ ଜାଣନ୍ତି କି ଭାରତରେ ମଧ୍ୟ ଏହିପରି କିଛି ସ୍ଥାନ ଅଛି । ଯାହା ବିଦେଶୀ ଦେଶର ସୁନ୍ଦର ସ୍ଥାନକୁ ମଧ୍ୟ ଟକର ଦିଏ । ଆଜ୍ଞା ହଁ, ଆପଣ ଠିକ୍ ଶୁଣୁଛନ୍ତି ଯେ ଆମ ଦେଶରେ ମଧ୍ୟ ଭ୍ରମଣ କରିବାକୁ ଅନେକ ଭଲ ସ୍ଥାନ ଅଛି ।

ଆସନ୍ତୁ ଏମିତିରେ ଆଜି ଆମେ ଆପଣଙ୍କୁ କିଛି ଏପରି ଜାଗାଗୁଡିକ ବିଷୟରେ କହିବୁ । ଯେଉଠିକି ଦେଶରର ଲୋକମାନଙ୍କୁ ଯିବାର ତ ଅନୁମତି ନାହିଁ,କିନ୍ତୁ ଏହି ଜାଗାଗୁଡିକ ବହୁତ ସୁନ୍ଦର ଆଉ ଏଇଠି କେବଳ ବିଦେଶୀ ପର୍ଯ୍ୟଟକ କୁ ଯିବାର ଅନୁମତି ଅଛି ।

ବାଙ୍ଗାଲୋରର ୟୁନୋ-ଇନ-ହୋଟେଲ…

ୟୁନୋ-ଇନ-ହୋଟେଲ ବାଙ୍ଗାଲୋରରେ ଅବସ୍ଥିତ ଏବଂ ଏହି ହୋଟେଲ 2012 ମସିହାରେ ଜାପାନୀ ଲୋକଙ୍କ ପାଇଁ ନିର୍ମିତ ହୋଇଥିଲା | ଯାହା ପରେ ଶୀଘ୍ର ଏହି ସ୍ଥାନ ବିବାଦ ଭିତରକୁ ଆସିଥିଲା ​​ଏବଂ 2014 ରେ ଜାତି ଭେଦଭାବ ହେତୁ ଏହାକୁ ବନ୍ଦ କରିବାକୁ ପଡିଲା |

ଗୋଆର ଓ-ନଲି ଫରେନର୍ସ ବିଚ୍

ସେମିତିରେ ତ ଗୋଆରେ ପର୍ଯ୍ୟଟକଙ୍କ ପାଇଁ ବହୁତ ସ୍ଥାନ ଅଛି | ଯେଉଁଠାରେ ସେମାନେ ବୁଲାବୁଲି କରିପାରିବେ ଏବଂ କୌଣସି ନା କୌଣସି ଜାଗାରେ ଏହି ରାଜ୍ୟର ଅର୍ଥନୀତି ପର୍ଯ୍ୟଟକ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ | ଏଭଳି ପରିସ୍ଥିତିରେ କହିରଖୁଛୁ ଯେ ଗୋଆରେ ଏପରି ଅନେକ ଘରୋଇ ବେଳାଭୂମି ଅଛି|

ଯେଉଁଠାରେ ଭାରତୀୟମାନଙ୍କୁ ଯିବାକୁ ବାରଣ କରାଯାଇଛି ଏବଂ କେବଳ ବିଦେଶୀମାନଙ୍କୁ ଏଠାକୁ ଯିବାର ଅନୁମତି ଅଛି ଏବଂ ଏହି ବିଚ ମଧ୍ୟରୁ ଗୋଆର ଓ-ନଲି ଫରେନର୍ସ ବିଚ୍ ଅଟେ । ଯେଉଁଠାରେ କେବଳ ବିଦେଶୀମାନଙ୍କୁ ଯିବାର ଅନୁମତି ଅଛି ଆଉ ଏହା ପଛରେ ଥିବା କାରଣ ହେଉଛି ଏହି ବିଚ ମାଲିକମାନଙ୍କ କହିବା ଅନୁଯାୟୀ ଏପରି ନିୟମ ସେମାନେ’ବିକିନି ପିନ୍ଧିଥିବା ବିଦେଶୀ ପର୍ଯ୍ୟଟକଙ୍କୁ’ ନିର୍ଯାତନାରୁ ବଞ୍ଚେଇବା ପାଇଁ ତିଆରି କରିଛନ୍ତି ।

ହିମାଚଳ ପ୍ରଦେଶରେ କସୋଲର ଫ୍ରି କାଫେ…

ହିମାଚଳ ପ୍ରଦେଶର ସୁନ୍ଦରତା ଏହାର ସମତଳ ଭୂଇଁ ଦେଖିକି ହି ଜଣାପଡିଯାଏ ଆୟ ଏହାକୁ ଦେବଭୂମି ନାମରେ ବି ଜଣାଯାଏ । ଜାଣିଛନ୍ତି କି ଏଇଠି ଏମିତି ଅନେକ ଜାଗା ଅଛି ଯାହାର ସୁନ୍ଦରତା ଲୋକମାନଙ୍କୁ ନିଜ ପାଖକୁ ଆକର୍ଷିତ କରିଥାଏ । ଏଥି ମଧ୍ୟରୁ ଗୋଟେ ହିମାଚଳ ପ୍ରଦେଶ ରେ କସୋଲ ଗାଁ ଅଛି ।

ଯାହା ପର୍ଯ୍ୟଟକ ଙ୍କ ପ୍ରଥମ ପସନ୍ଦ ସବୁବେଳେ ବନିକି ରହିଥାଏ । କିନ୍ତୁ ଆପଣ ଏହା ଜାଣିକି ଆଶ୍ଚର୍ଯ୍ୟ ହେବେ କି ଏହି ଜାଗା କୁ ଭାରତୀୟ ଙ୍କ ପ୍ରବେଶ ସମ୍ପୁର୍ଣ୍ଣ ରୂପରେ ବାରଣ କରାଯାଇଛି ଆଉ ଏଠାକୁ କେହି ବି ଭାରତୀୟ ଯାଇପାରିବେ ନାହିଁ । ଏଥି ସହିତ, ଏହା କରିବା ପଛରେ, କାଫେ ମାଲିକ କହିଛନ୍ତି ଯେ ଏଠାକୁ ଆସୁଥିବା ଅଧିକାଂଶ ଭାରତୀୟ ପର୍ଯ୍ୟଟକ ପୁରୁଷ, ଯେଉଁମାନେ ଏଠାରେ ଅନ୍ୟ ପର୍ଯ୍ୟଟକଙ୍କ ସହ ଅସଦାଚରଣ କରନ୍ତି |

ଆଣ୍ଡାମାନ-ନିକୋବରର ନର୍ଥ ସେଣ୍ଟିନେଲ ଆଇଲେଣ୍ଟ :-

ଆମେ ଆପଣଙ୍କୁ କହିରଖୁଛୁ ଯେ ଏହିପରି ଗୋଟିଏ ଆଇଲାଣ୍ଟ ଆଣ୍ଡାମାନ-ନିକୋବର ଦ୍ୱୀପପୁଞ୍ଜରେ ମଧ୍ୟ ଅଛି | ଯେଉଁଠାରେ କାହାକୁ ବି ଆସିବାକୁ ଅନୁମତି ନାହିଁ | କହିରଖୁଛୁ ଯେ ଏହି ଦ୍ୱୀପର ନାମ ହେଉଛି ‘ନର୍ଥ ସେଣ୍ଟିନଲ ଆଇଲାଣ୍ଟ’ | ଯେଉଁଠାରେ କେବଳ ଆଦିବାସୀ ମାନେ ବାସ କରନ୍ତି ଆଉ ଏହି ଦ୍ୱୀପ ବାହାର ଜଗତ ସହିତ ସମ୍ପର୍କ ରଖନ୍ତି ନାହିଁ | ଏମିତିରେ ଏହି ଦ୍ୱୀପକୁ ବାହାରୁ ଆସୁଥିବା କୌଣସି ବି ବ୍ୟକ୍ତିଙ୍କୁ ଯିବା ନିଷେଧ ଅଟେ |

ଚେନ୍ନାଇର ରେଡ୍ ଲଲିପପ୍ ହଷ୍ଟେଲ୍:-

ସେମିତିରେ ଚେନ୍ନାଇ କହିବାକୁ ଭାରତର ଏକ ଅଂଶ ଅଟେ କିନ୍ତୁ ଏଠାରେ ମଧ୍ୟ ଅନେକ ଏପରି ହୋଟେଲ ଅଛି | ଯେଉଁଠାରେ ଭାରତୀୟମାନଙ୍କୁ ଯିବାର ପ୍ରତିବନ୍ଧକ ଲାଗିଛି | ଆମେ ଆପଣଙ୍କୁ କହିରଖୁଛୁ ଯେ ଏଥି ମଧ୍ୟରୁ ଗୋଟିଏ ଲଲିପପ୍ ହଷ୍ଟେଲ ହେଉଛି ଅନ୍ୟତମ | ଯେଉଁଠାରେ କି ଭାରତୀୟଙ୍କ ପାଇଁ ନୋ-ଏଣ୍ଟ୍ରିର ବୋର୍ଡ ଲଗା-ହୋଇଛି |

Leave A Reply

Your email address will not be published.