ରାତାରାତି ବଦଳିଗଲା ଦିନ ମଜୁରିଆର ଭାଗ୍ୟ,ହୋଇଗଲେ ସୁପର ମଡେଲ, ଜାଣନ୍ତୁ କିପରି ……

0

Get real time updates directly on you device, subscribe now.

ସୋସିଆଲ ମିଡିଆରେ ଏମିତି ଜଣେ ବ୍ୟକ୍ତିଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯିଏ କାଲି ପର୍ଯ୍ୟନ୍ତ ମାତ୍ର ଜଣେ ଦିନ ମଜୁରିଆ ଥିଲେ । ସେହିପରି ବର୍ତ୍ତମାନ ଏହି ବ୍ୟକ୍ତି ସୋସିଆଲ ମିଡିଆରେ ରାତାରାତି ସୁପର ମଡେଲ ହୋଇଯାଇଛନ୍ତି । ଜାଣି ବହୁତ୍ ଆଶ୍ଚର୍ଯ୍ୟ ଲାଗୁଛି ଯେ ଯେଉଁ ମଣିଷ ଶରୀରରେ ଲୁଙ୍ଗି ଏବଂ ସାର୍ଟ ଛଡ଼ା ଆଉ କିଛି ପିନ୍ଧି ନଥିଲା, ଆଜି ସେ କର୍ପୋରେଟ ସୁଟ-ବୁଟରେ ଦେଖାଯାଉଛି । ତାଙ୍କର ଏହି ମେକଓଭର ଜଣେ ଫଟୋ ଗ୍ରାଫର କରିଛନ୍ତି, ଯାହାଙ୍କ ଉଠାଯାଇଥିବା ଫଟୋ ଦ୍ୱାରା ଏହି ବ୍ୟକ୍ତି ସାରା ଦୁନିଆରେ ଭାଇରାଲ ହେଉଛନ୍ତି । ଆସନ୍ତୁ ଜାଣିବା ଏହି ବ୍ୟକ୍ତିଙ୍କ ବିଷୟରେ …

ବାସ୍ତବରେ କୋଝିକୋଡ଼ିର ବେନକଡ ଅଞ୍ଚଳରେ ରହୁଥିବା 60 ବର୍ଷିୟ ମମ୍ମିକା ନାମକ ଶ୍ରମିକର ଭାଗ୍ୟ ବଦଳି ଯାଇଛି । କାଲି ପର୍ଯ୍ୟନ୍ତ ଦିନ ମଜୁରିଆ ଭାବେ କାମ କରି ପରିବାର ପୋଷୁଥିବା ମମ୍ମିକା ବର୍ତ୍ତମାନ ଜଣେ ମଡେଲ ହୋଇଯାଇଛନ୍ତି । ମମ୍ମିକା ଏହା ପୂର୍ବରୁ ସାଧାରଣ ପୋଷାକ ବ୍ୟତୀତ କେବେ ବି ମହଙ୍ଗା ଏବଂ ଷ୍ଟାଇଲିସ ପୋଷାକ ପିନ୍ଧି ନଥିଲେ । ମମ୍ମିକା ନିଜ ଜୀବନରେ କେବେ ବି ସ୍ମାର୍ଟ ଫୋନ୍ ଚଲାଇ ନାହାନ୍ତି ଏବଂ ଆଜି ସେ ଆଇଫୋନ ଚଳାଉଛନ୍ତି ।

ଏହି ଫଟୋ ସୁଟ ଦ୍ଵାରା ମମ୍ମିକାଙ୍କର ରହିବା ର ଶୈଳୀରେ ବହୁତ୍ ପରିବର୍ତ୍ତନ ଦେଖିବାକୁ ମିଳୁଛି । ତାଙ୍କୁ ଏହି ବଦଳିଥିବା ବେଶରେ ତାଙ୍କ ପଡୋଶୀ ମାନେ ମଧ୍ଯ ଚିହ୍ନି ପାରିଲେନାହିଁ । ମମ୍ମିକାଙ୍କ ଏହି ନୂଆଁ ଲୁକକୁ ଦେଖି ଅଞ୍ଚଳରେ ଲୋକମାନେ ତାଙ୍କୁ କୌଣସି ସେଲିବ୍ରେଟିଙ୍କ ପରି ଟ୍ରୀଟ କରୁଛନ୍ତି ।

ବାସ୍ତବରେ ସରିକ ବୟାଲିଲ ବୃତ୍ତିରେ ଜଣେ ଫଟୋ ଗ୍ରାଫର ଅଟନ୍ତି, ତାଙ୍କୁ ମମ୍ମିକାଙ୍କ ଭିତରେ ଜଣେ ମଡେଲ ଦେଖାଗଲା । ଏହାପରେ ତାଙ୍କୁ ଜଣେ ମଡେଲ ଭଳି ନୂଆଁ ନୂଆଁ ଡ୍ରେସ ପିନ୍ଧାଇ ତାଙ୍କର ଫଟୋ ସୁଟ୍ କରାଗଲା । ଏହି ଫଟୋ ଗୁଡ଼ିକୁ ସରିକ୍ ସୋସିଆଲ ମିଡିଆରେ ସେୟାର କରିଦେଲେ । ମମ୍ମିକାଙ୍କ ଫଟୋ କୁ ଦେଖିବାପରେ ଲୋକମାନେ ତାଙ୍କ ତୁଳନା ବିନାୟକନଙ୍କ ସହିତ କରିବାକୁ ଲାଗିଲେ । ମମ୍ମିକାଙ୍କ ମେକ୍ ଅପ୍ ମଜନାସ ନାମକ ମେକଅପ ଆର୍ଟିଷ୍ଟ୍ କରିଛନ୍ତି । ଏହାପରେ ସରୀକ କିଛି ପୋଜ ସହିତ ତାଙ୍କ ଫଟୋ ଉଠାଇଲେ

ବର୍ତ୍ତମାନ ମମ୍ମିକା ସୋସିଆଲ ମିଡିଆରେ ଜଣେ ଷ୍ଟାର ପାଲଟି ଯାଇଛନ୍ତି । ବହୁତ୍ କଷ୍ଟରେ କିଛି ରୋଜଗାର କରୁଥିବା ମମ୍ମିକାଙ୍କ ପାଖକୁ ବର୍ତ୍ତମାନ ମଡେଲିଙ୍ଗ ର ଅନେକ ଅଫର ଆସୁଛି । ବର୍ତ୍ତମାନ ମମ୍ମିକାଙ୍କର ଗୋଟିଏ ନିଜର ଗୋଟିଏ ଇନ୍ଷ୍ଟାଗ୍ରାମ ପେଜ ମଧ୍ୟ ଅଛି, ଯେଉଁଥିରେ ସେ ନିଜର ଫଟୋ ଏବଂ ଭିଡ଼ିଓ ପୋଷ୍ଟ୍ କରିଥାନ୍ତି । ସେ ନିଜର ଏହି ସଫଳତା ପାଇଁ ବହୁତ୍ ଖୁସିରେ ଅଛନ୍ତି ।

Leave A Reply

Your email address will not be published.