ଜାଣନ୍ତୁ ଇନଭର୍ଟର ଏବଂ ନନ ଇନଭର୍ଟର ଏସି ମଧ୍ୟରେ ପାର୍ଥକ୍ୟ କଣ ? ନଚେତ କିଣିବାପରେ ଅନୁତାପ କରିବାକୁ ପଡ଼ିବ

0

Get real time updates directly on you device, subscribe now.

ଗରମ ହେବା ମାତ୍ରେ ହିଁ ଲୋକଙ୍କୁ ସବୁଠାରୁ ବଡ଼ ଚିନ୍ତା ହୋଇଥାଏ ଯେ କିପରି ସେମାନେ ନିଜ ଘରକୁ ଥଣ୍ଡା ରଖିପାରିବେ | ଫ୍ୟାନ ଏବଂ କୁଲର ମଧ୍ୟ ଅତ୍ୟଧିକ ଗରମ ଆଗରେ କିଛି ବି ନୁହେଁ | ଏପରି ପରିସ୍ଥିତିରେ ଲୋକଙ୍କ ପାଖରେ କେବଳ ଗୋଟିଏ ବିକଳ୍ପ ରହିଥାଏ ଏବଂ ତାହା ହେଉଛି ଏସି ଲଗାଇବା | ବଜାରରେ ଆପଣଙ୍କୁ ଅନେକ ପ୍ରକାରର ଏବଂ ଲାଟେଷ୍ଟ ମଡେଲର ଅଲଗା ଅଲଗା କମ୍ପାନୀର ଏସି ମିଳିଯିବ | ପ୍ରତ୍ୟେକ କମ୍ପାନୀ ନିଜ ଏସିରେ କିଛି ବିଶେଷତା କହି ଅଧିକ ସମୟ ଚାଲିବା ଏବଂ ଭଲ କୁଲିଙ୍ଗ ଭଳି ଅନ୍ୟ ଜିନିଷକୁ ନେଇ ଦାବି କରିଥାନ୍ତି |

କିନ୍ତୁ ଆପଣ ନିଜେ ଧ୍ୟାନ ଦେବା ଜରୁରୀ ଯେ ଦୋକାନରେ ନନ ଇନଭର୍ଟର ଏସି ବ୍ୟତୀତ ଇନଭର୍ଟର ଏସି ମଧ୍ୟ ଥିବ | କିନ୍ତୁ କଣ ଆପଣ ଏ ଦୁଇ ଏସି ଭିତରେ ଥିବା ପାର୍ଥକ୍ୟକୁ ବୁଝନ୍ତି ? ବୋଧହୁଏ ନାହିଁ, ତେବେ ଚାଲନ୍ତୁ ଆମେ ଆପଣଙ୍କୁ ଇନଭର୍ଟର ଏବଂ ନନ ଇନଭର୍ଟର ମଧ୍ୟରେ କଣ ପାର୍ଥକ୍ୟ ରହିଛି , ଏ ବିଷୟରେ ବିସ୍ତାର ଭାବରେ କହିବୁ |

କାମ କରିବାର କ୍ଷମତା ମଧ୍ୟରେ ପାର୍ଥକ୍ୟ :-

ଇନଭର୍ଟର ଏବଂ ନନ ଇନଭର୍ଟର ଏସିର କାମ କରିବାର କ୍ଷମତା ଅଲଗା ଅଲଗା ଅଟେ | ଇନଭର୍ଟର ଏସିରେ ଟେମ୍ପରେଚର ସହିତ ସ୍ପିଡ଼ ଏବଂ କ୍ଷମତାରେ ପରିବର୍ତ୍ତନ ଦେଖିବାକୁ ମିଳିଥାଏ, କିନ୍ତୁ ନନ ଇନଭର୍ଟର ଏସି ଗୋଟିଏ ରେଗୁଲାର ସ୍ପିଡ଼ କ୍ଷମତାରେ ଚାଲିଥାଏ |

ଲାଇନ ବିଲରେ ପାର୍ଥକ୍ୟ :-

ସେହିପରି ଇନଭର୍ଟର ଏସି ନନ ଇନଭର୍ଟର ଏସି ତୁଳନାରେ ବିଦ୍ୟୁତ ବହୁତ କମ ଖର୍ଚ୍ଚ କରିଥାଏ, ଯାହା ଦ୍ୱାରା ବିଦ୍ୟୁତ ସଂରକ୍ଷଣ ହୋଇଥାଏ ଏବଂ ବିଲ କମ ଆସିବାରେ ସାହାଯ୍ୟ ମିଳିଥାଏ | ତେବେ ଇନଭର୍ଟର ଏସି ଏବଂ ନନ ଇନଭର୍ଟର ଏସିର ମୂଲ୍ୟରେ ବହୁତ ପାର୍ଥକ୍ୟ ମଧ୍ୟ ଥାଏ |

କୁଲିଙ୍ଗ କରିବାରେ ପାର୍ଥକ୍ୟ :-

ନନ ଇନଭର୍ଟର ଏସି ରୁମକୁ ଥଣ୍ଡା କରିବାରେ ଟିକେ ଅଧିକ ସମୟ ନେଇଥାଏ, କିନ୍ତୁ ଇନଭର୍ଟର ଏସି ଏହା ତୁଳନାରେ ରୁମକୁ ଶୀଘ୍ର ଥଣ୍ଡା କରିବାର କାମ କରିଥାଏ | ସେହିପରି ନନ ଇନଭର୍ଟର ଏସି ତୁଳନାରେ ୱେଇନଭର୍ଟର ଏସିର ଲାଭ ଅଧିକ ହୋଇଥାଏ |

ଇନଭର୍ଟର ଏସି କମ୍ପ୍ରେସରର ମୋଟରର ସ୍ପିଡ଼କୁ ନିୟନ୍ତ୍ରଣ କରିଥାଏ | ଏପରି ପରିସ୍ଥିତିରେ, ଯେତେବେଳେ ଆପଣଙ୍କ ରୁମ ଥଣ୍ଡା ହୋଇଯାଏ କିମ୍ବା ରୁମର ତାପମାତ୍ରା ସ୍ୱାଭାବିକ ହୋଇଯାଏ, ସେତେବେଳେ ଇନଭର୍ଟର ଏସିରେ କମ୍ପ୍ରେସର ବନ୍ଦ ହୁଏ ନାହିଁ ବରଂ କାମ କରେ, କିନ୍ତୁ କମ ସ୍ପିଡ଼ରେ | ଏହା ରୁମର ତାପମାତ୍ରାକୁ ସବୁବେଳେ ସମାନ ରଖେ | ସେହିପରି ନନ-ଇନଭର୍ଟର ଏସି ପରି ଏହାର କମ୍ପ୍ରେସର ବାରମ୍ବାର ଅନ-ଅଫ ହୁଏ ନାହିଁ, ଯାହାଦ୍ୱାରା ବିଦ୍ୟୁତ୍ କମ ଖର୍ଚ୍ଚ ହୁଏ | ଯେହେତୁ ଏହି ଫଙ୍କସନ ନନ-ଇନଭର୍ଟର ଏସିରେ ହୁଏ ନାହିଁ |

ଇନଭର୍ଟର ଏସି କେବଳ ସ୍ପିଲଟ ଏସିରେ ଆସିଥାଏ ଏବଂ ଉଇଣ୍ଡୋ ଏସିରେ ଆପଣଙ୍କୁ ଏହି ସୁବିଧା ମିଳିନଥାଏ | ନନ ଏସି ଚାଲିବାରେ ଟିକେ ଅଧିକ ଶବ୍ଦ କରିଥାଏ କିନ୍ତୁ ଇନଭର୍ଟର ଏସିରେ ଶବ୍ଦ କମ ହୋଇଥାଏ |

Leave A Reply

Your email address will not be published.