Best Business Ideas : ୫୦ ହଜାର ଟଙ୍କାରେ କରନ୍ତୁ ଏହି ବିଜିନେସ, ରୋଜଗାର ହେବ ଜବରଦସ୍ତ, ସରକାର ଦେଉଛନ୍ତି ସବ୍ସିଡି

0

Get real time updates directly on you device, subscribe now.

Business Ideas : ପ୍ରତ୍ୟେକ ବ୍ୟକ୍ତିର ସ୍ୱପ୍ନ ଥାଏ ନିଜର ବିଜନେସ ଆରମ୍ଭ କରିବା | କିଛି ଲୋକ ତ ମନ ନଥିଲେ ମଧ୍ୟ ବାଧ୍ୟ ହୋଇ ଚାକିରୀ କରନ୍ତି | ହୁଏତ ଆପଣଙ୍କ ସହିତ ମଧ୍ୟ ଏପରି ହୋଇଛି | ଯଦି ଆପଣ ମଧ୍ୟ ବିଜନେସ କରିବାକୁ ଚାହୁଁଛନ୍ତି, ତେବେ ଏଠାରେ ଆମେ ଆପନାନୁ ବହୁତ କମ ନିବେଶରେ ଆରମ୍ଭ ହେଉଥିବା ବିଜନେସ ବିଷୟରେ କହିବୁ |

୫୦ ହଜାର ଟଙ୍କାରୁ ଆରମ୍ଭ ହେବ ଏହି ବିଜନେସ :-

ଏହି ବିଜନେସ କଲେ ଆପଣଙ୍କ ବହୁତ ରୋଜଗାର ହେବ | ଆମେ ଯେଉଁ ବିଜନେସ ଆଇଡ଼ିଆ ବିଷୟରେ କହୁଛୁ, ତାହା ହେଉଛି LED ବଲ୍ବ ତିଆରି କରିବାର ବିଜନେସ | ଯଦି ଜାଗାର ଅଭାବ ଅଛି, ତେବେ ଆପଣ ଏହାକୁ ନିଜ ଘରେ ମଧ୍ୟ ଆରମ୍ଭ କରିପାରିବେ | ଏହାକୁ ମାତ୍ର ୫୦ ହଜାର ଟଙ୍କାର ବିନିଯୋଗରୁ ଆରମ୍ଭ କରାଯାଇପାରେ |

ସବ୍ସିଡି ଦିଅନ୍ତି ସରକାର :-

ସରକାରଙ୍କ ତରଫରୁ ଏହି ବିଜନେସ କରିବାପାଇଁ ପ୍ରୋତ୍ସାହିତ କରାଯାଏ | ଏହି ବିଜନେସ ପାଇଁ ସରକାରଙ୍କ ଠାରୁ ସବ୍ସିଡି ମିଳିଯାଏ | ଏପରି ପରିସ୍ଥିତିରେ ଆପଣଙ୍କୁ ଅଧିକରୁ ଅଧିକ ୫୦ ହଜାର ଟଙ୍କା ଇନଭେଷ୍ଟ କରିବାକୁ ପଡିବ |

ପ୍ରତିଦିନ ହେବ ଏତିକି ରୋଜଗାର :-

ଗୋଟିଏ ଏଲଇଡ଼ି ବଲ୍ବ ତିଆରି କରିବାରେ ୪୦ରୁ ୫୦ ଟଙ୍କା ଲାଗିଥାଏ | ବଜାରରେ ଏହି ବଲ୍ବକୁ ୮୦ରୁ ୧୦୦ ଟଙ୍କାରେ ସହଜରେ ବିକ୍ରି କରାଯାଇପାରେ | ଯଦି ଆପଣ ପ୍ରତିଦିନ ୧୦୦ ଟି ବଲ୍ବ ବିକ୍ରି କରନ୍ତି, ତେବେ ଆପଣଙ୍କର ୪ରୁ ୫ ହଜାର ଟଙ୍କାର ଇନକମ ହୋଇଯିବ |

କମ୍ପାନୀ ଦେଇଥାଏ ଟ୍ରେନିଂ :-

ଏଲଇଡ଼ି ବଲ୍ବ କିପରି ତିଆରି କରାଯାଏ, ଏଥିପାଇଁ ସରକାରଙ୍କ ଦ୍ୱାରା ସ୍ୱୀକୃତ ଅନେକ ସଂଗଠନ ଟ୍ରେନିଂ ଦେଇଥାଏ | ଏଲଇଡ଼ି ବଲ୍ବ ତିଆରି କରୁଥିବା କମ୍ପାନୀମାନେ ମଧ୍ୟ ଟ୍ରେନିଂ ଦିଅନ୍ତି | ଏହାର ଟ୍ରେନିଂରେ ପ୍ରେକ୍ଟିକାଲ ଏବଂ ଥିଓରୀ ଉଭୟର ସୂଚନା ଦିଆଯାଏ |

ଲଗାତାର ବଢୁଛି ଡିମାଣ୍ଡ :-

ଏଲଇଡ଼ି ବଲ୍ବର ଡିମାଣ୍ଡ ସହର ଏବଂ ଗାଁରେ ଦିନକୁ ଦିନ ବଢି ଚାଲିଛି | ଏହାର ଆଲୋକ ଭଲ ରହେ ଏବଂ ବିଦ୍ୟୁତ ମଧ୍ୟ କମ ଖର୍ଚ୍ଚ ହୁଏ | ପ୍ଲାଷ୍ଟିକ ଦ୍ୱାରା ତିଆରି ହେବା କାରଣରୁ ଏହି ବଲ୍ବ ନଷ୍ଟ ହୁଏନାହିଁ |

Leave A Reply

Your email address will not be published.