Primary Symptoms Of Heart Attack: ହାର୍ଟ ଆଟାକ ହେବାର ଏକ ମାସ ପୂର୍ବରୁ ଶରୀରରେ ଦେଖାଯାଏ ଏହି ସବୁ ସଂକେତ

0

Get real time updates directly on you device, subscribe now.

Symptoms Of Heart Attack: ହାର୍ଟ ଆଟାକ ଆସିବାର ଏକ ମାସ ପୂର୍ବରୁ ଶରୀର ଅନେକ ପ୍ରକାରର ସଂକେତ ଦେଇଥାଏ | ଏହାକୁ ବୁଝି ଆପଣ ଏହାର ଗମ୍ଭୀରତାରୁ ବଞ୍ଚିପାରିବେ | ହାର୍ଟ ଆଟାକର ଲକ୍ଷଣ ମହିଳା ଏବଂ ପୁରୁଷ ମାନଙ୍କ ଠାରେ ଏକା ଭଳି ହୋଇଥାଏ | କିନ୍ତୁ ମହିଳାମାନଙ୍କ ଠାରେ ଏହି ଲକ୍ଷଣକୁ ଚିହ୍ନିବା ପୁରୁଷମାନଙ୍କ ଅପେକ୍ଷା କଷ୍ଟକର ହୋଇଥାଏ |

ହାର୍ଟ ଆଟାକ ଯେକୌଣସି ବ୍ୟକ୍ତିଙ୍କୁ ଏବଂ ଯେକୌଣସି ମୁହୂର୍ତ୍ତରେ ଆସିପାରେ | ଏପରି ପରିସ୍ଥିତିରେ ତୁରନ୍ତ ଏଥିରୁ ବଞ୍ଚିବା ସମ୍ଭବ ନୁହେଁ | କିନ୍ତୁ ହାର୍ଟ ଆଟାକ ଆସିବାର ପ୍ରାୟ ଏକା ମାସ ପୂର୍ବରୁ ହିଁ ଆପଣଙ୍କ ଶରୀରରେ କିଛି ବିଶେଷ ପରିବର୍ତ୍ତନ ହେବାକୁ ଲାଗିଥାଏ | ଅର୍ଥାତ ଆପଣଙ୍କ ଶରୀର ଆପଣଙ୍କୁ ସଚେତନ କରିଥାଏ | ଏହି ଲକ୍ଷଣକୁ ଚିହ୍ନଟ କରି ଆପଣ ସତର୍କ ହୋଇ ହାର୍ଟ ଆଟାକର ସମସ୍ୟାରୁ ବଞ୍ଚିପାରିବେ |

ଦେଖାଯିବ ଏହି ଲକ୍ଷଣ :-

– ହର୍ଟବର୍ନର ସମସ୍ୟା ହେବା, ଯାହାକୁ ଲୋକମାନେ ସାଧାରଣତଃ ଏସିଡ଼ିଟି ଭାବି ଅଣଦେଖା କରିଦିଅନ୍ତି |

– ନିଶ୍ୱାସ ନେବାରେ ଅସୁବିଧା ହେବା କିମ୍ବା ବେଳେ ବେଳେ ନିଶ୍ୱାସ ଅଟକିଯିବା |

– ବହୁତ ଶୀଘ୍ର ଥକି ପଡିବା | କୌଣସି ଜିନିଷ ଉଠାଇବାରେ କିମ୍ବା ବେଡ଼ରୁ ଉଠିବାରେ ମଧ୍ୟ ଥକିଯିବା |

– ରହି ରହି ମୁଣ୍ଡ ବୁଲାଇବା |

– ବ୍ଲଡ଼ ପ୍ରେସର ଅନିୟନ୍ତ୍ରିତ ହେବା |

– ଛାତିରେ ଯନ୍ତ୍ରଣା ହେବା |

– ହୃଦ ସ୍ପନ୍ଦନ ଅନିୟନ୍ତ୍ରିତ ରହିବା |

ସାଇଲଣ୍ଟ ହାର୍ଟ ଆଟାକ :-

ଛାତିରେ ଟାଣ ପରି ଲାଗିବା, ନର୍ଭସ ଲାଗିବା, ନିଶ୍ୱାସ ନେବାରେ ଅସୁବିଧା ହେବା ଏବଂ ଝାଳ ଆସିବା | ଏଗୁଡ଼ିକ ହେଉଛି କେତେକ ସାଧାରଣ ଲକ୍ଷଣ, ଯାହାକୁ ଲୋକମାନେ ଏକ ସାଧାରଣ ସମସ୍ୟା ଭାବରେ ଅଣଦେଖା କରନ୍ତି ଏବଂ କେହି କେହି ପେନକିଲର ନେଇ କିଛି ସମୟ ଶୋଇବାକୁ ପସନ୍ଦ କରନ୍ତି | କିନ୍ତୁ ଏହା କୌଣସି ସାଧାରଣ ସମସ୍ୟା ନ ହୋଇ ମାଇଲଡ ହାର୍ଟ ଆଟାକ ହୋଇପାରେ, ଯାହାକୁ ସାଇଲଣ୍ଟ ହାର୍ଟ ଆଟାକ କୁହାଯାଏ | ହାର୍ଟ ଆଟାକର ଯେଉଁ ଲକ୍ଷଣକୁ ଅଧିକାଂଶ ଲୋକ ଜାଣନ୍ତି, ଯେପରିକି ଛାତିରେ ପ୍ରବଳ ଯନ୍ତ୍ରଣା, ମୁଣ୍ଡ ବୁଲାଇ ପଡ଼ିଯିବା ଇତ୍ୟାଦି ଏହି ସବୁ ଲକ୍ଷଣ ସିଭିୟର ଆଟାକ ହେଲେ ଆସୁଥିବା ଲକ୍ଷଣ ହୋଇଥାଏ |

ମହିଳାମାନଙ୍କ ମଧ୍ୟରେ ହୋଇଥାଏ କନଫ୍ୟୁଜନ :-

ମହିଳାମାନଙ୍କଠାରେ ହାର୍ଟ ଆଟାକର ଲକ୍ଷଣ ପୁରୁଷଙ୍କ ପରି କ୍ଲିୟର ହୋଇନଥାଏ | ଏହାର କାରଣ ହେଉଛି ମେନୋପଜ ଏବଂ ହରମୋନଲ ପରିବର୍ତ୍ତନ ହେତୁ ପ୍ରାୟତ ଦେଖାଯାଉଥିବା ଲକ୍ଷଣଗୁଡ଼ିକ ଅଟେ | ତେଣୁ, ମହିଳାମାନଙ୍କ ମଧ୍ୟରେ ସାଇଲଣ୍ଟ ହାର୍ଟ ଆଟାକ ହରମୋନଲ ପରିବର୍ତ୍ତନର ଲକ୍ଷଣକୁ ନେଇ କନଫ୍ୟୁଜନ ରହିଥାଏ | ତେବେ ମହିଳାମାନଙ୍କଠାରେ ମଧ୍ୟ ସେହି ଲକ୍ଷଣ ଦେଖାଦିଏ, ଯାହା ପୁରୁଷମାନଙ୍କ ଠାରେ ଦେଖାଯାଏ |

Leave A Reply

Your email address will not be published.