ଖୁସି ଖବର ! ଗ୍ରାଜୁଏସନ୍‌ ପାସ ହୋଇଥିବା ପ୍ରାର୍ଥୀମାନଙ୍କ ପାଇଁ ଚାକିରିର ସୁଯୋଗ, ମାସକୁ ଦରମା ୩୪ ହଜାର ଟଙ୍କାରୁ ଅଧିକ

0

Get real time updates directly on you device, subscribe now.

ଗ୍ରାଜୁଏସନ ପାସ ହୋଇଥିବା ପ୍ରାର୍ଥୀମାନଙ୍କ ପାଇଁ ଖୁସି ଖବର ଆସିଛି। ରବର ବୋର୍ଡ ତରଫରୁ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନୋଟିଫିକେସନ ଅନୁସାରେ ୩୪ ପଦରେ ନିଯୁକ୍ତି ପାଇଁ ପ୍ରାର୍ଥୀମାନଙ୍କୁ ଆମନ୍ତ୍ରଣ କରାଯାଇଛି। ଇଚ୍ଛୁକ ପ୍ରାର୍ଥୀ ୨ ମେ’ ୨୦୨୨ ମଧ୍ୟରେ ଏହି ପଦ ପାଇଁ ଆବେଦନ କରିପାରିବେ। ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଥବା ପ୍ରାର୍ଥୀମାନଙ୍କର କୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ କୃଷି କିମ୍ବା ବଟନିରେ ସ୍ନାତକ ସହିତ ଅନ୍ୟ କେତେକ ଶିକ୍ଷାଗତ ଯୋଗ୍ୟତା ମଧ୍ୟ ରହିଥିବା ଜରୁରୀ।

ଆବେଦନ ପାଇଁ ଇଚ୍ଛା କରୁଥିବା ତଥା ଯୋଗ୍ୟ ପ୍ରାର୍ଥୀ ବିଭାଗର ଅଫିସିଆଲ ୱେବ୍‌ସାଇଟକୁ ଯାଇ ନୋଟିଫିକେସନରେ ଆବେଦନ ପ୍ରକ୍ରିୟା, ବୟସର ସୀମା, ଯୋଗ୍ୟତା, ଚୟନ ପ୍ରକ୍ରିୟା ଓ ଅନ୍ୟ ସୂଚନା ଦେଖିପାରିବେ। ଚୟନିତ ପ୍ରାର୍ଥୀମାନଙ୍କୁ ପେ ମ୍ୟାଟ୍ରିକ୍ସ ଲେବଲ-୬ ଅନୁସାରେ ୪୨୦୦ ଟଙ୍କାର ଗ୍ରେଡ୍ ପେ’ରେ ୯,୩୦୦ ରୁ ୩୪,୮୦୦ ଟଙ୍କାର ଦରମା ମଧ୍ୟ ମିଳିବ।

ଆବେଦନ କରିବା ପାଇଁ ବୟସର ସୀମା ରହିଛି ୩୦ ବର୍ଷ। ଅନୁସୂଚିତ ଜାତି/ଅନୁସୂଚିତ ଜନଜାତି/ଅନ୍ୟ ପଛୁଆ ବର୍ଗ ପାଇଁ ବୟସ ସୀମା ଛାଡ଼ କରାଯାଇଛି। ଆବେଦନ କେବଳ ଅନ୍‌ଲାଇନ ମାଧ୍ୟମରେ ହିଁ ହେବ। ଇଚ୍ଛା କରୁଥିବା ପ୍ରାର୍ଥୀ ମେ’ ୨ ତାରିଖ ପର୍ଯ୍ୟନ୍ତ ଆବେଦନ କରିପାରିବେ। ଏଥିପାଇଁ ୱେବ୍‌ସାଇଟକୁ ଯାଇ ନିଜର ବୈଧ ଇମେଲ ସାହାଯ୍ୟରେ ସେମାନେ ରେଜିଷ୍ଟର କରାଇପାରିବେ।

ନୋଟିଫିକେସନ ପଢ଼ିବା ପାଇଁ ତଳେ ଦିଆଯାଇଥିବା ଲିଙ୍କ କ୍ଲିକ କରନ୍ତୁ:

http://recruitments.rubberboard.org.in/advertisement.pdf

Leave A Reply

Your email address will not be published.