Business Idea : ଥରେ ନିବେଶ କଲେ ଲଗାତାର ଲାଭ ହିଁ ଲାଭ, ଆରମ୍ଭ କରନ୍ତୁ ତେଲ ମିଲ,ଆଉ ରୋଜଗାର କରନ୍ତୁ ଲକ୍ଷାଧିକ ଟଙ୍କା !

0

Get real time updates directly on you device, subscribe now.

Oil Mill Business : ଭାରତରେ ବହୁତ୍ ବଡ ସ୍ତରରେ ଖାଦ୍ୟ ତେଲର ବିଜନେସ ପରିଚାଳିତ ହୋଇଥାଏ । ଭୋଜନରୁ ନେଇ ଔଷଧ ପର୍ଯ୍ୟନ୍ତ ସବୁଥିରେ ତେଲ ବ୍ୟବହାର କରାଯାଏ । ଏହି କାରଣରୁ ବଜାରରେ ତେଲର ଡିମାଣ୍ଡ ସବୁବେଳେ ରହିଥାଏ, ଯେଉଁ କାରଣରୁ ମୂଲ୍ୟଗୁଡ଼ିକରେ ଲଗାତାର ବୃଦ୍ଧି ଦେଖିବାକୁ ମିଳିଥାଏ ।

ଗାଁ ଗୁଡିକରେ ଆପଣ ଅଏଲ ମିଲ ନିଶ୍ଚିତ ଭାବେ ଦେଖିଥିବେ । ଏହି ମିଲରେ ଲାଗିଥିବା ମେସିନ ଗୁଡ଼ିକ ସାହାଯ୍ୟରେ ବିଭିନ୍ନ ପ୍ରକାରର ମଞ୍ଜି ଏବଂ ପତ୍ରଗୁଡ଼ିକରୁ ତେଲ ବାହାର କରିବାର କାମ କରାଯାଏ । ଗାଁରେ ଅଏଲ ମିଲ ପଇସା ରୋଜଗାର କରିବାର ଗୋଟିଏ ଭଲ ମାଧ୍ୟମ ବୋଲି ପ୍ରମାଣିତ ହୋଇପାରେ ।

ଅଏଲ ମିଲ କରିବାପାଇଁ ଅଧିକ ପୁଞ୍ଜି ଆବଶ୍ୟକ ହୋଇନଥାଏ । ଏହାକୁ ଛୋଟ ସ୍ତରରେ ମଧ୍ୟ ଆରମ୍ଭ କରାଯାଇପାରେ । ଗ୍ରାମର ନିକଟସ୍ଥ ବ୍ୟାଙ୍କ୍ ସହ ଯୋଗାଯୋଗ କରି ଆପଣ ଏହି ବିଜନେସ ପାଇଁ ଠିକ ଠାକ୍ ଲୋନ୍ ମଧ୍ୟ ହାସଲ କରିପାରିବେ । ଏହି ମିଲ ତିଆରି କରିବାପାଇଁ ଆପଣଙ୍କୁ ଅଏଲ ଏକ୍ସପେଲର ମେସିନ ଦରକାର୍ ପଡ଼ିବ । ବର୍ତ୍ତମାନ ବଜାରରେ ଭଲ କ୍ୱାଲିଟିର ଏହି ମେସିନ ଗୁଡ଼ିକର ମୂଲ୍ୟ 2 ଲକ୍ଷ ଟଙ୍କା ପାଖାପାଖି ଅଟେ ।

କୁହାଯାଉଛି ଯେ ଆପଣ ଅଏଲ ଏକ୍ସପେଲର ମେସିନକୁ ଇ କମର୍ସ ୱେବସାଇଟ ମାଧ୍ୟମରେ କିଣିପାରିବେ । ଏହାବ୍ୟତୀତ ଆପଣଙ୍କୁ ଏହିପରି ମେସିନକୁ ବିକ୍ରି କରୁଥିବା ଡିଲର୍ଷ ଏବଂ ଦୋକାନୀମାନଙ୍କ ଠାରୁ ମଧ୍ୟ କିଣି ପାରିବେ । ତେବେ ଅଏଲ ମିଲ ସ୍ଥାପନ କରିବାପାଇଁ ଆପଣଙ୍କୁ FSSAI ଠାରୁ ଲାଇସେନ୍ସ ନେବାକୁ ପଡିବ ଏବଂ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ । ଏହି ଅଏଲ ମିଲ ସ୍ଥାପନ କରିବାରେ ଆପଣଙ୍କର ଅଧିକରୁ ଅଧିକ 3ରୁ 4 ଲକ୍ଷ ଟଙ୍କାର ଖର୍ଚ୍ଚ କରିବାକୁ ପଡିବ । ତେବେ ଯେତେ ବଡ ସ୍ତରରେ ତେଲ ମିଲ ସ୍ଥାପନା କରିବେ, ଆପଣଙ୍କର ଖର୍ଚ୍ଚ ସେତେ ବଢ଼ିବ ।

ଏହି ମେସିନରେ ମଞ୍ଜିଗୁଡ଼ିକୁ ଏକାବେଳେ ଢାଳି ପ୍ରେସ କରି ତେଲ ବାହାର କରାଯାଏ । ଏହି ପ୍ରଣାଳୀରେ ତେଲ ଏବଂ ଖଦଡ଼ ଅଂଶ ଅଲଗା ହୋଇଯାଏ । ଆପଣ ବଜାରରେ ସେହି ଖଦଡ଼ ଅଂଶ ଅର୍ଥାତ୍ ପିଡୁଆକୁ ବିକ୍ରି କରି ମଧ୍ୟ ଲାଭ ପାଇପାରିବେ । କାରଣ ପିଡୁଆକୁ ଲୋକମାନେ ପଶୁମାନଙ୍କୁ ମଧ୍ୟ ଦାନା ଆକାରରେ ଖାଇବାକୁ ଦେଇ ବ୍ୟବହାର କରନ୍ତି । ଏହାଦ୍ବାରା ଅଏଲ ମିଲର ମାଲିକ ଡବଲ ଲାଭ ପାଇଥାନ୍ତି । ଥରେ ଏହି ବିଜନେସରେ ଆପଣ ନିବେଶ କରିବାପରେ ଆପଣ ବର୍ଷ ବର୍ଷ ପର୍ଯ୍ୟନ୍ତ ଲାଭ ରୋଜଗାର କରିପାରିବେ ।

Leave A Reply

Your email address will not be published.