ମେ 3 ତାରିଖ ଭିତରେ ନିଶ୍ଚିତ କରନ୍ତୁ ଏହି କାମ, ଅଧିକ ପେନସନ ପାଇବା ପାଇଁ EPFO ଦେଲା ମୂଳ ମନ୍ତ୍ର

0

Get real time updates directly on you device, subscribe now.

ଚାକିରି କରୁଥିବା ଲୋକଙ୍କ ପାଇଁ ଆସିଛି ଏକ ଖୁସିର ଖବର। ଯଦି ଆପଣ ମଧ୍ୟ ଚାକିରି କରୁଛନ୍ତି ଏବଂ ଅଧିକ ପେନସନ ପାଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଆସିଛି। ବର୍ତ୍ତମାନ ଆପଣଙ୍କର ପୂର୍ବ ଅପେକ୍ଷା ଅଧିକ ପେନସନ ପାଇବା ପାଇଁ ଏକ ସୁଯୋଗ ଅଛି।

ଏହା ପାଇଁ ଆବେଦନ କରିବାକୁ ଆପଣଙ୍କ ପାଖରେ ମାତ୍ର କିଛି ଦିନର ସମୟ ବାକି ଅଛି। ଯଦି ଆପଣ ମେ 3 ତାରିଖ ଭିତରେ ଆବେଦନ ନକରନ୍ତି, ତେବେ ଆପଣ ଅଧିକ ପେନସନ ପାଇବେ ନାହିଁ। ତେବେ ସୂଚନା ଅନୁସାରେ ବର୍ତ୍ତମାନ କର୍ମଚାରୀ ପେନସନ୍ ସ୍କିମ୍ (EPS 95 Scheme) ଅଧୀନରେ ଯେଉଁମାନେ 2014 ମସିହା ପରେ ଆକାଉଣ୍ଟ ଖୋଲିଛନ୍ତି, ସେମାନେ ମଧ୍ୟ ଅଧିକ ପେନସନ ପାଇବେ

ସୁପ୍ରିମକୋର୍ଟଙ୍କ ଆଦେଶ ପରେ ସରକାର ଏହାକୁ ଅନୁମୋଦନ କରିଛନ୍ତି। ବର୍ତ୍ତମାନ ଇପିଏଫଓ ଅଧିକ ପେନସନର ବିକଳ୍ପ ବାଛିବା ପାଇଁ ଏକ ଉପାୟ ବାଛିଚି। ଯେଉଁଠାରେ ଅନଲାଇନ୍ ଆବେଦନ କରାଯାଇପାରିବ। କର୍ମଚାରୀମାନଙ୍କୁ ମେ 3 ତାରିଖ ମଧ୍ୟରେ ଆବେଦନ କରିବାକୁ ପଡ଼ିବ।

ସେପଟେ କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ କର୍ମଚାରୀ ଭବିଷ୍ୟତ ନିଧି ସଂଗଠନ (EPFO) କୁ ଏକ ଚିଠି ଲେଖି ଏହାକୁ ଶୀଘ୍ର ଶେଷ କରିବାକୁ କହିଥିଲେ। ଯାହାଫଳରେ ଯେଉଁମାନେ ଅଧିକ ବେତନ ଆଧାରରେ ଅଧିକ ପେନସନ୍ ଦାବି କରିବାକୁ ଚାହାଁନ୍ତି, ସେମାନେ ଏହି ବିକଳ୍ପର ଲାଭ ପାଇପାରିବେ।

କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ EPFO ​​କୁ 1 ସେପ୍ଟେମ୍ବର 2014 ପରେ ଅବସର ଗ୍ରହଣ କରୁଥିବା ଏବଂ ବର୍ତ୍ତମାନର କର୍ମଚାରୀଙ୍କ ପେନସନ୍ ସ୍କିମ୍ର ସଦସ୍ୟଙ୍କ ପାଇଁ ମିଳିତ ବିକଳ୍ପ ଦାଖଲ ପ୍ରକ୍ରିୟାକୁ ସ୍ପଷ୍ଟ କରିବାକୁ କହିଛି।

ଅଧିକାରୀଙ୍କ କହିବାନୁସାରେ ଇପିଏଫଓ ​​ଏହି ସପ୍ତାହରେ ଏକ ସର୍କୁଲାର ପ୍ରକ୍ରିୟା ଜାରି କରିବ। ସେପଟେ ଇପିଏଫଓ କହିଛି ଯେ ଉଚ୍ଚ ଭବିଷ୍ୟତ ନିଧି ପେନସନ୍‌ ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଆସିଛି। ଏହି ନିଷ୍ପତ୍ତି ଅନୁଯାୟୀ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଅଧିକ ପେନସନ୍ ଦେବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଇପିଏଫଓ ଡିସେମ୍ବର 29ରେ ଏକ ସର୍କୁଲାର ଜାରି କରିଥିଲା। ଏହି ସର୍କୁଲାରରେ ନଭେମ୍ବରରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶ ପରେ କିଛି ପେନସନଭୋଗୀଙ୍କୁ ଅଧିକ ପେନସନ୍ ପ୍ରଦାନ କରିବାକୁ ଇପିଏଫ୍ ନିଷ୍ପତ୍ତି ନେଇଛି।

ଏହା ସହିତ ଏକ ନୂତନ ଗାଇଡଲାଇନ ଜାରି କରିବାବେଳେ କୁହାଯାଇଛି ଯେ, କେଉଁ କର୍ମଚାରୀ ଅଧିକ ପେନସନ ପାଇବାକୁ ଯୋଗ୍ୟ ଏବଂ ଏହାର ଲାଭ ପାଇବା ପାଇଁ ସେମାନେ କିପରି ଅନଲାଇନରେ ଆବେଦନ କରିପାରିବେ।

କର୍ମଚାରୀ ଭବିଷ୍ୟତ ନିଧି ସଂଗଠନ ଅନୁଯାୟୀ ଯେଉଁ କର୍ମଚାରୀ ମାନେ ଚାକିରି ସମୟରେ କର୍ମଚାରୀ ଭବିଷ୍ୟତ ନିଧି ଯୋଜନା ଅଧୀନରେ ଅଧିକ ବେତନ ଯୋଗଦାନ କରିଛନ୍ତି ଏବଂ ଅବସ ପୂର୍ବରୁ ଅଧିକ ପେନସନ ବିକଳ୍ପ ସେମାନଙ୍କୁ ଏହି ସୁବିଧା ପ୍ରଦାନ କରାଯିବ।

ଇପିଏଫ୍ଓ କହିଛି ଯେ ଏହା ଅନ୍ତର୍ଗତ ଲାଭ ପାଉଥିବା କର୍ମଚାରୀ ମାନଙ୍କ ମଧ୍ୟରେ ସେହି କର୍ମଚାରୀ ଯୋଗ୍ୟ ବିବେଚିତ ହେବେ ଯେଉଁମାନେ 5000 କିମ୍ବା 6500 ଟଙ୍କା ବେତନ ସୀମାଠାରୁ ଅଧିକ ପେନ୍‌ସନ୍‌ ପାଇବା ପାଇଁ ଇପିଏଫରେ ସହଯୋଗ କରିଥିଲେ।

ତେବେ ବିକଳ୍ପର ଯାଞ୍ଚ ପାଇଁ ଆବେଦନ କରିବାର ଏକ ଅନଲାଇନ ସୁବିଧା ପ୍ରବର୍ତ୍ତିତ ପୋର୍ଟାଲ୍ ସଦସ୍ୟ ଇଣ୍ଟରଫେସ୍ ଉପଲବ୍ଧ ଅଛି। ଅର୍ଥାତ ବିକଳ୍ପ ଉପରେ କ୍ଲିକ୍ କରି କର୍ମଚାରୀ ଆବେଦନ କରିପାରିବେ। ଗତ ସପ୍ତାହରେ EPFO ​​ଏହାର ପ୍ରକ୍ରିୟାର ବିବରଣୀ ପ୍ରକାଶ କରିଥିଲା।

ଏଥିରେ କୁହାଯାଇଥିଲା ଯେ ଅଂଶୀଦାର ଏବଂ ସେମାନଙ୍କ ନିଯୁକ୍ତିଦାତା ମିଳିତ ଭାବେ କର୍ମଚାରୀଙ୍କ ପେନସନ ସ୍କିମ୍ ଅଧୀନରେ ଅଧିକ ପେନସନ୍ ପାଇଁ ଆବେଦନ କରିପାରିବେ। ନଭେମ୍ବର 2022 ରେ ସୁପ୍ରିମକୋର୍ଟ କର୍ମଚାରୀଙ୍କ ପେନସନ ଯୋଜନା 2014 କୁ ସମର୍ଥନ କରିଥିଲେ।

ଏହାପୂର୍ବରୁ 22 ଅଗଷ୍ଟ 2014 ର ଇପିଏସ୍ ସଂଶୋଧନ ପେନସନ୍‌ ଯୋଗ୍ୟ ବେତନ ସୀମାକୁ ମାସକୁ 6500 ରୁ 15000 ଟଙ୍କାକୁ ବୃଦ୍ଧି କରିଥିଲା। ଆହୁରି ମଧ୍ୟ ସଦସ୍ୟ ଏବଂ ସେମାନଙ୍କର ନିଯୁକ୍ତିଦାତାମାନେ ସେମାନଙ୍କର ପ୍ରକୃତ ବେତନର 8.33 % ଇପିଏସ୍ ଯୋଗଦାନ କରିବାକୁ ଅନୁମତି ପାଇଥିଲେ।

Leave A Reply

Your email address will not be published.