କାଲିଠୁ ଆରମ୍ଭ ଖରା ଛୁଟି,ପ୍ରଥମ ରୁ +୨ ପର୍ଯ୍ୟନ୍ତ ସବୁ ସ୍କୁଲ ଛୁଟି ଘୋଷଣା

0

Get real time updates directly on you device, subscribe now.

ଆମ ଦେଶ ଭାରତ ସମୃଦ୍ଧିର ଗୋଟେ ପାଦ ଆଗକୁ ବଢ଼ିବାରେ ଲାଗିଛି।ବନ୍ଧୁ ଗଣ ଆଜି କାଲି ସରକାର ଲୋକ ମାନଙ୍କର ସୁବିଧା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ମାନ ଗ୍ରହଣ କରୁଛନ୍ତି।ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି ଏହା ଫଳରେ ଓଡିଶା ସରକାର ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସବୁ ସରକାରୀ ଓ ବେସରକାରୀ ସ୍କୁଲ ଛୁଟି ଘୋଷଣା କରିଛନ୍ତି।

ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ପୁଣି ଦୁଇ ଦିନ ସ୍କୁଲ୍‌ ଛୁଟି।ଓଡ଼ିଶା ସରକାର ଆଜି ‌ଓ ଆସନ୍ତାକାଲି ସମସ୍ତ ସ୍କୁଲ ବନ୍ଦ ରହିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍‌ ଛୁଟି ରହିବ।

ଶାସନ ସଚିବ ପ୍ରଦୀପ ଜେନା ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ଏହା ପୂର୍ବରୁ ବି ହିଟ୍ ୱେଭ ବା ଅତ୍ୟଧିକ ଗରମ ଯୋଗୁ ଗତ ୧୨ରୁ ୧୬ ତାରିଖ ୫ ଦିନ ଯାଏ ସ୍କୁଲ୍‌ ଛୁଟି କରାଯାଇଥିଲା।

ଏବେ ସାରା ରାଜ୍ୟରେ ଅସହ୍ୟ ଗ୍ରୀଷ୍ମପ୍ରବାହ ଜାରି ରହିଛି ଯାହା ଫଳରେ ଲୋକେ ବହୁତ କଷ୍ଟ ସହୁଛନ୍ତି।ଯାହାକୁ ଆଖିଆଗରେ ଆଖି ରାଜ୍ୟ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି।ଆସନ୍ତାକାଲିଠୁ ଗ୍ରୀଷ୍ମକାଳୀନ ସ୍କୁଲ୍‌ ଛୁଟି ଘୋଷଣା ହୋଇଛି।

ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ୍‌ ଛୁଟି ଘୋଷଣା ହୋଇଛି। ପୂର୍ବ କ୍ୟାଲେଣ୍ଡର ଅନୁସାରେ ଜୁନ୍‌ ୧୬ ପର୍ଯ୍ୟନ୍ତ ସ୍କୁଲ୍‌ ଛୁଟି ରହିବ। ସ୍କୁଲ୍‌ ଖୋଲିବା ନେଇ ଯଦି କିଛି ପରିବର୍ତ୍ତନ ଆବଶ୍ୟକ ପଡ଼େ ନିଷ୍ପତ୍ତି ନିଆଯିବ ବୋଲି ଓଡ଼ିଶା ସରକାରଙ୍କ ଦ୍ଵାରା ସୂଚନା ଦିଆଯାଇଛି।

ତେବେ ତାତିରେ ରେକର୍ଡ କରିଛି ବାରିପଦା ସହର। ବାରିପଦାରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ଗତକାଲି ୪୪.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି,ଯାହାକି ପ୍ରଥମ ଥରପାଇଁ ଏତେ ପରିମାଣରେ ଗରମ ଅନୁଭୂତ ହେଉଛି।ଏହି ବିଷୟରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ଟ୍ୱିଟ୍‌ କରି ଏହି ସୂଚନା ଦେଇଛନ୍ତି।ପ୍ରବଳ ଗରମ ହେତୁ ରାଜ୍ୟ ସରକାର ଜନସାଧାରଣଙ୍କୁ ନିହାତି କାମ ନଥିଲେ ଘରୁ ବାହାରକୁ ବାହାରିବାକୁ ମନା କରିଛନ୍ତି।

Leave A Reply

Your email address will not be published.