ଦୁଖଦ ଖବର : ଜାମ୍ବୁ ଆତ-ଙ୍କବାଦ ଆକ୍ର-ମଣରେ ଓଡ଼ିଆ ଯବାନଙ୍କ ସହିତ ମୋଟ ୫ ଜଣ ଯବାନ ସହିଦ

0

Get real time updates directly on you device, subscribe now.

ଜମ୍ମୁ-କଶ୍ମୀରର ପୁଞ୍ଚ୍ ଜିଲ୍ଲାରେ ଗୁରୁବାର ଆତ-ଙ୍କବାଦୀମାନେ ଏକ ସେନା ଟ୍ରକ୍ ଉପରେ ଆକ୍ର-ମଣ କରିବା ଫଳରେ ୫ ଯବାନ ସହିଦ ହୋଇଛନ୍ତି । ସହିଦଙ୍କ ମଧ୍ୟରେ ଜଣେ ଓଡ଼ିଆ ଯବାନ ଅଛନ୍ତି ।

ସେ ହେଉଛନ୍ତିି ପୁରୀ ଜିଲ୍ଲା ସାକ୍ଷୀଗୋପାଳ ନିକଟସ୍ଥ ଅଳଗୁମା ଖଣ୍ଡାୟତ ସାହିର ପ୍ରତାପ ବିଶ୍ୱାଳ ଓ ମମତାଙ୍କ ପୁତ୍ର ଦେବାଶିଷ ବିଶ୍ୱାଳ । ଦେବାଶିଷ ସୁଶ୍ରୀ ସଙ୍ଗୀତା ବିଶ୍ୱାଳଙ୍କୁ ବିବାହ କରିଥିବା ବେଳେ ତାଙ୍କର ଏକ ୭ ମାସର କନ୍ୟା ସନ୍ତାନ ଅଛି ।

ଆକ୍ର-ମଣ ପରେ ସେନା ମୁଖ୍ୟାଳୟରୁ ତାଙ୍କ ପରିବାରକୁ ଏହି ସୂଚନା ଦିଆଯାଇଥିବା ପ୍ରକାଶ । ଫଳରେ ଗ୍ରାମରେ ଶୋ-କାକୂ-ଳ ପରିବେଶ ସୃଷ୍ଟି ହୋଇଛି । ଆ-ହତ ଅନ୍ୟ ଦୁଇ ଯବାନଙ୍କୁ ରାଜୌରୀସ୍ଥିତ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃ-ତାହ-ତମାନେ ରାଷ୍ଟ୍ରୀୟ ରାଇଫଲ୍‌ସ ଯବାନ ବୋଲି ଜଣାପଡିଛି । ଆତ-ଙ୍କବାଦୀଙ୍କ ଗ୍ରେନେଡ ମାଡରେ ଟ୍ରକ୍‌ଟି ସମ୍ପୂର୍ଣ୍ଣ ଜ-ଳିଯାଇଥିବା କୁହାଯାଇଛି ।

ପ୍ରଥମେ ବଜ୍ରପାତ ଯୋଗୁଁ ଟ୍ରକ୍‌ରେ ନି-ଆଁ ଲାଗିଥିବା ଅନୁମାନ କରାଯାଉଥିଲା । ତେବେ ପରବର୍ତ୍ତୀ ସମୟରେ ଏହା ଆତ-ଙ୍କବାଦୀ ଆକ୍ର-ମଣ ବୋଲି ସେନା ପକ୍ଷରୁ ସ୍ପଷ୍ଟ କରାଯାଇଛି । ଜମ୍ମୁ-କଶ୍ମୀର ପୁ-ଲିସ ଓ ସେନାର ମିଳିତ ବାହିନୀ ଉକ୍ତ ଅଞ୍ଚଳକୁ ଘେରାଉ କରି ତଲାସି ଅଭି-ଯାନ ଜାରି ରଖିଛନ୍ତି ।

ଉକ୍ତ ଅଞ୍ଚଳରେ ପ୍ରବଳ ବର୍ଷା ଏବଂ ଖରାପ ଆଲୋକର ସୁଯୋଗ ନେଇ ଆତ-ଙ୍କବାଦୀମାନେ ଏଭଳି ଆକ୍ର-ମଣ କରିଥିବା ସେନା ପକ୍ଷରୁ କୁହାଯାଇଛି । ସେନା ପକ୍ଷରୁ ଜାରି କରାଯାଇଥିବା ବିବୃତି ଅନୁଯାୟୀ ଗୁରୁବାର ଅପରାହ୍ଣ ୩ଟା ସମୟରେ ଆତ-ଙ୍କବାଦୀ ଦମନ କାର୍ଯ୍ୟରେ ନିୟୋଜିତ ରାଷ୍ଟ୍ରୀୟ ରାଇଫଲ୍‌ସ ଯବାନଙ୍କୁ ନେଇ ଉକ୍ତ ଟ୍ରକ୍‌ଟି ରାଜୌରୀ ସେକ୍ଟରର ଭିମ୍ବେର ଗଲିରୁ ସାଙ୍ଗିଓଟ୍ ଯାଉଥିଲା ।

ତେବେ ମେନ୍ଧାର ସବ୍‌ଡିଭିଜନ ଅନ୍ତର୍ଗତ ଭଟା ଧୁରିଆନ୍ ଅଞ୍ଚଳରେ ପହଞ୍ଚିଥିବାବେଳେ ଟ୍ରକ୍ ଉପରେ ଏଭଳି ଆକ୍ର-ମଣ ହୋଇଛି ବୋଲି ଜମ୍ମୁରେ ଅବସ୍ଥାପିତ ପ୍ରତିରକ୍ଷା ବିଭାଗ ମୁଖପାତ୍ର ଲେଫ୍ଟନାଣ୍ଟ କର୍ଣ୍ଣେଲ ଦେବେନ୍ଦର ଆନନ୍ଦ କହିଛନ୍ତି ।

ଆତ-ଙ୍କବାଦୀ ହମ୍‌ଲା ପରେ ଭିମ୍ବେର ଗଲି ଓ ସୁରନ୍‌କୋଟ୍ ରୁଟ୍‌ରେ ଯାନବାହନ ଚଳାଚଳକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି । ବିକଳ୍ପ ମାର୍ଗରେ ଯାତାୟାତ କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ଯେଉଁ ସ୍ଥାନରେ ଆକ୍ର-ମଣ ହୋଇଛି, ସେହି ବାଟ ଦେଇ ପାକ୍ ଆତ-ଙ୍କବାଦୀମାନେ କଶ୍ମୀର ଘାଟିକୁ ଅନୁପ୍ରବେଶ କରିଥାନ୍ତି ବୋଲି ସେନା ଗୁଇନ୍ଦା ବିଭାଗ ପକ୍ଷରୁ କୁହାଯାଇଛି ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଏହି ଘଟ-ଣାରେ ମୃତ-କଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିଥିବାବେଳେ ଆହ-ତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Leave A Reply

Your email address will not be published.