ପବ୍ଲିକ ଆଗରେ ମୁହଁ ଖୋଲିଲେ ରବି ଶାସ୍ତ୍ରୀ, କହିଲେ 4 ଟି ମ୍ୟାଚ ଖେଳିବାର ଯୋଗ୍ୟତା ନାହିଁ, ମିଳୁଛି 14 କୋଟି ଟଙ୍କା…….

0

Get real time updates directly on you device, subscribe now.

ଆଇପିଏଲ୍ 2023 ର ଶୁଭାରମ୍ଭ ବହୁତ ଖରାପ ହେବା ପରେ ଚେନ୍ନାଇ ସୁପର କିଙ୍ଗ୍ସ ଦୁଇଟି ମ୍ୟାଚ୍ ଜିତି ଏକ ଦୃଢ଼ ପ୍ରତ୍ୟାବର୍ତ୍ତନ କରିଛି। ବର୍ତ୍ତମାନ କିନ୍ତୁ ଦଳର ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି ଏହା ପାଇଁ ଟେନସନ୍ ପାଲଟିଛି। ଆଜ୍ଞା ହଁ ଆମେ କହୁଛୁ ଦୀପକ ଚହରଙ୍କ ବିଷୟରେ। ଯାହାଙ୍କର ଫିଟନେସ ପୁଣି ଥରେ ଦଳପାଇଁ ଅସୁବିଧା ସୃଷ୍ଟି କରିଛି।

ଦୀପକ ଚହର ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ କେବଳ ଗୋଟିଏ ଓଭର ବୋଲିଂ କରିବାରେ ସକ୍ଷମ ହୋଇପାରିଥିଲେ ଏବଂ ହାମଷ୍ଟ୍ରିଂ ଆଘାତ ଯୋଗୁଁ ତାଙ୍କୁ ମ୍ୟାଚରୁ ବାଦ୍ ଦିଆଯାଇଥିଲା। ବର୍ତ୍ତମାନ ଟିମ୍ ଇଣ୍ଡିଆର ପୂର୍ବତନ ମୁଖ୍ୟ କୋଚ୍ ତଥା କେମେଣ୍ଟ୍ରିଟର ରବି ଶାସ୍ତ୍ରୀ ଆଇପିଏଲରେ ଦୀପକ ଚହରଙ୍କ ଖେଳିବା ଉପରେ ବହୁତ ବଡ଼ ପ୍ରଶ୍ନ ଉଠାଇଛନ୍ତି।

ରବି ଶାସ୍ତ୍ରୀ କହିଛନ୍ତି ଯେ ଗତ 3-4 ବର୍ଷ ମଧ୍ୟରେ କିଛି ଲୋକ ଏନସିଏକୁ ସେମାନଙ୍କ ଘର ବୋଲି ଭାବିସାରିଛନ୍ତି। ଶାସ୍ତ୍ରୀ କହିଛନ୍ତି ଯେ,”କିଛି ଦିନ ମଧ୍ୟରେ ହିଁ ଖେଳାଳିମାନଙ୍କୁ ଅନୁମତି ମିଳିଯାଉଛି। ସେମାନେ ଯେତେବେଳେ ଚାହୁଁଛନ୍ତି ଏନସିଏକୁ ଯାଇପାରୁଛନ୍ତି। ଏହା ଆଦୌ ଭଲ କଥା ନୁହେଁ।”

ରବି ଶାସ୍ତ୍ରୀ ପ୍ରଶ୍ନ ଉଠାଇ କହିଛନ୍ତି ଯେ,”ଦୀପକ ଚହର ଏନସିଏକୁ କାହିଁକି ଯାଉଛନ୍ତି, ସେ ଲଗାତାର 3-4 ମ୍ୟାଚ୍ ଖେଳି ପାରୁନାହାଁନ୍ତି ଜାଣି ମଧ୍ୟ ଏପରି କାହିଁକି ହେଉଛି। ସେ ଚହରଙ୍କୁ ପରାମର୍ଶ ଦେଇଛନ୍ତି ଯେ ପରବର୍ତ୍ତୀ ସମୟରେ ସେ ସମ୍ପୂର୍ଣ୍ଣ ଫିଟ୍ ହୋଇ ଆସନ୍ତୁ।”

ତେବେ ପୂର୍ବ ଘଟଣାକୁ କହିବାକୁ ଗଲେ ଗତ ପାଞ୍ଚ ମାସ ମଧ୍ୟରେ ଦୀପକ ଚହର ତାଙ୍କ କୋଟାର 4 ଓଭର ମଧ୍ୟ ଭଲରେ ଖେଳିବାକୁ ସକ୍ଷମ ହୋଇ ନାହାଁନ୍ତି । ତାଙ୍କୁ ଉଭୟ ଥର ହାମଷ୍ଟ୍ରିଂ ସମସ୍ୟା ହୋଇଛି। ଗତ ବର୍ଷ ଡିସେମ୍ବରରେ ବାଂଲାଦେଶ ବିପକ୍ଷରେ ଦୀପକ ଚହର ଆହତ ହୋଇଥିଲେ।

ତେବେ କେବଳ ଦୀପକ ଚହର ନୁହଁନ୍ତି, ଏହି ସମୟରେ ଅନେକ ସ୍ପୀଡ଼ ବୋଲରମାନେ ଆଘାତର ସମ୍ମୁଖୀନ ହେଉଛନ୍ତି। ଜସପ୍ରୀତ ବୁମ୍ରା, ପ୍ରସିଦ୍ଧ କ୍ରିଷ୍ଣା, ନବଦୀପ ସାଇନି, କୁଲଦୀପ ସାଇନି, ମୋହସିନ୍ ଖାନ ଏବଂ ୟଶ ଦୟାଲ ମଧ୍ୟ ଆହତ ହୋଇଛନ୍ତି।

ବର୍ତ୍ତମାନ ପ୍ରଶ୍ନ ହେଉଛି କି ଦୀପକ ଚହର ରାଜସ୍ଥାନ ବିପକ୍ଷରେ ମ୍ୟାଚ୍ ଖେଳି ପାରିବେ କି? ଚଳିତ ସିଜିନ୍ ଏପର୍ଯ୍ୟନ୍ତ ଦୀପକ ଚହରଙ୍କ ପାଇଁ ଭଲ ରହିନାହିଁ। ସେ ତିନିଟି ମ୍ୟାଚ୍‌ରେ ଗୋଟିଏ ବି ୱିକେଟ୍ ନେଇପାରି ନାହାଁନ୍ତି। ଏହା ସ୍ପଷ୍ଟ ଯେ ଦୀପକ ଚହରଙ୍କ ଫର୍ମ କିମ୍ବା ଫିଟନେସ୍ ବର୍ତ୍ତମାନ ଠିକ୍ ରହିନାହିଁ।

ଚେନ୍ନାଇ ଏପରି ବୋଲରଙ୍କୁ 14 କୋଟି ଟଙ୍କା ଦେଇଛି ଯିଏ ଏଥିପାଇଁ ଯୋଗ୍ୟ ବି ନୁହେଁ। ଯଦି ଏହିପରି ଜାରି ରହେ, ତେବେ ଆଗାମୀ ସିଜନରେ ଦୀପକ ଚହରଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ କରିବାକୁ ପଡିବ।

Leave A Reply

Your email address will not be published.