ବଡ ଖବର : ଖରା ପାଇଁ ଆଜିଠାରୁ ସପ୍ତାହେ ସ୍କୁଲ ଛୁଟି

0

Get real time updates directly on you device, subscribe now.

ତାତିରୁ ମିଳୁନି ନିସ୍ତାର । କଲବଲ କରୁଛି ତାତି । ତତଲା ତାଓ୍ଵାରେ ଭାଜି ହେଉଛି ସାରା ରାଜ୍ୟ । ଏଥିରୁ ମଧ୍ୟ ବାଦ୍ ପଡିନାହିଁ ପଡୋଶୀ ପଶ୍ଚିମବଙ୍ଗ ରାଜ୍ୟ । ଦିନ ୧୨ଟା ସୁଦ୍ଧା ଅଧିକାଂଶ ସହରରେ ୪୦ ଡିଗ୍ରୀ ପାର କରୁଛି ପାରଦ । ଖରା ତାତି ସାଙ୍ଗକୁ ଜନଜୀବନକୁ ଅଣାୟତ୍ତ କରୁଛି ଅସହ୍ୟ ଗୁଳୁଗୁଳି

ଓଡ଼ିଶା ସମେତ ସମଗ୍ର ଦେଶର ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଏହାକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ତେବେ ଖରାକୁ ଦେଖି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆସନ୍ତା ସପ୍ତାହକ ଯାଏ ରାଜ୍ୟରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ଛୁଟି ଘୋଷଣା କରିଛନ୍ତି ।

ମମତା ବନାର୍ଜୀ କହିଛନ୍ତି ଯେ ବିଗିତ କିଛି ଦିନ ହେଲାଣି ରାଜ୍ୟରେ ପ୍ରଚଣ୍ଡ ତାତି ଅନୁଭୂତ ହେଉଛନ୍ତି । ଏଥିଯୋଗୁଁ ସ୍କୁଲରୁ ଫେରିବା ପରେ ପିଲାମାନେ ମୁଣ୍ଡବିନ୍ଧା ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ସ୍ୱାସ୍ଥ୍ୟଗତ ସମସ୍ୟାରେ ପଡ଼ୁଛନ୍ତି । ଏହାକୁ ଦୃଷ୍ଟିରେ ରଖି ସମସ୍ତ ସ୍କୁଲ ଓ କଲେଜକୁ ଆସନ୍ତା ସପ୍ତାହରେ ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି ।

କେବଳ ସରକାରୀ ନୁହେଁ, ଘରୋଇ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ମଧ୍ୟ ମମତା ନିୟମ ପାଳନ କରିବାକୁ ପରାମର୍ଶ ଦେଇଛନ୍ତି । ଏଥିସହ ସେ ଲୋକମାନଙ୍କୁ ଅତି ଜରୁରୀ କାମ ନଥିଲେ ଦିନ ୧୨ଟାରୁ ଅପରାହ୍ନ ୪ଟା ଯାଏ ଘରୁ ନବାହାରିବାକୁ କହିଛନ୍ତି।

ଏହା ପୂର୍ବରୁ ପଶ୍ଚିମବଙ୍ଗ ସରକାର ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମସ୍ତ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲର ଖରା ଛୁଟି ୩ ସପ୍ତାହ ଆଗରୁ ଲାଗୁ କରି ଦେଇଛନ୍ତି

ପ୍ରକୃତରେ ମେ’ ୨ରୁ ଖରା ଛୁଟି ନିୟମ ଲାଗୁ ହେବା କଥା । ବର୍ତ୍ତମାନ ରାଜ୍ୟରେ ପାରଦ ଅଧିକାଂଶ ସ୍ଥାନରେ ୪୦ ଡିଗ୍ରୀ ଉପରେ ରହୁଛି । ଆଗକୁ ମଧ୍ୟ ଆହୁରି ବଢ଼ିବାର ସମ୍ଭାବନା ରହିଛି । ସେହିପରି ଏପ୍ରିଲ ୧୯ ଯାଏ ହିଟୱେଭ ସ୍ଥିତି ଲାଗି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ତେଣୁ ସତର୍କତା ପଦକ୍ଷେପ ସ୍ୱରୂପ ସରକାର ଶିକ୍ଷାନୁଷ୍ଠାନ ଗୁଡ଼ିକୁ ଛୁଟି ଘୋଷଣା କରିଛନ୍ତି ।

Leave A Reply

Your email address will not be published.