IPL ପୂର୍ବରୁ ଜିଓର ଧମାକା, ଲଞ୍ଚ କଲା ୬ଟି ନୂଆ ପ୍ଲାନ,ମାଗଣାରେ ମିଳିବ ଡାଟା ଭାଉଚର,ଜାଣନ୍ତୁ ସବୁ ପ୍ଲାନ ବିଷୟରେ ସମ୍ପୂର୍ଣ ସୂଚନା

0

Get real time updates directly on you device, subscribe now.

ଏବେ ସମସ୍ତେ ନିଜର ବ୍ୟବସାୟରେ ପରିବର୍ତ୍ତନ ଆଣିବା ପାଇଁ ଅନେକ ପ୍ରକାରର ଡିସ୍କକାଉଣ୍ଟ ଦେଇଥାନ୍ତି ଯାହା ପାଇଁ ଲୋକମାନେ ସେହି ଜିନିଷକୁ ରିହାତି ପାଇଁ କିଣିବା ପାଇଁ ଆସିଥାନ୍ତି କିନ୍ତୁ ସେମାନେ ଜାଣି ପାରି ନଥାନ୍ତି ଯେ ଦୋକାନୀ କାହିଁକି ସେହି ଜିନିଷକୁ କମ୍ ଦାମରେ ଦେଉଛି।ସେହିପରି ସମସ୍ତ କ୍ଷେତ୍ରରେ ଏବେ ଏହି କାର୍ଯ୍ୟ ଚାଲିଛି କାରଣ ଜିନିଷ ଯେତେ ବ୍ରିକି ନହୋଇ ବାଳକ ରହିଲା ତାକୁ ରିହାତିରେ ସେମାନେ ବିକ୍ରି କରିଥାନ୍ତି ଏବଂ ବିକ୍ରି ଜିନିଷର କିଣା ମୂଲ୍ୟ ଉଠାଇଥାନ୍ତି।

ଆପଣମାନେ ଜାଣିଥିବେ jio ଅନେକ ସମୟରେ ନିଜ ପ୍ରିୟ ଉପୋଭକ୍ତାଙ୍କ ପାଇଁ ଅନେକ ରିଚାଜ୍ ପ୍ଲାନ୍ ବାହାର କରିଥାଏ ଏବଂ କମ୍ ମୂଲ୍ୟରେ ଅନେକ ସୁବିଧା ଯୋଗାଇଥାଏ।ଚଳିତ ବର୍ଷ ଆସୁଥିବା ଆଇପିଏଲ ଏବେ jio cinemaରେ ଦେଖିବାକୁ ପାଇ ପାରିବେ ତାହା ପୁଣି live ଏବଂ ଆପଣମାନେ ଯେଉଁ ଏଙ୍ଗଲରୁ ଚାହିଁବେ ଦେଖିପାରିବେ କାରଣ ଏହା 4k ଏଙ୍ଗଲ ରୂପରେ ଦେଖାଯିବ।ତେଣୁ ସେ ତାହାର ଡାଟା ପ୍ଲାନ୍ ରେ ଅନେକ କିଛି ପରିବର୍ତ୍ତନ ଆଣିଛି ଯାହା ପାଇଁ ସମସ୍ତ ଉପୋଭକ୍ତା ଏହି ମ୍ୟାଚକୁ ଉପୋଭୋଗ କରିପାରିବେ।

ଆଇପିଏଲ ମାର୍ଚ୍ଚ ୩୧ ତାରିଖରୁ ଆରମ୍ଭ ହେଉଛି ଯେଉଁଠି ପାଇଁ jio ତିନୋଟି କ୍ରିକେଟ ରିଚାଜ ପ୍ଲାନ୍ ବାହାର କରିଛି ଯେଉଁଥିରେ ଡାଟା ଏଡ୍ ଅନ ସହ ଏକ୍ସଟ୍ରା ଡାଟାର ସୁବିଧା ମଧ୍ୟ ମିଳୁଛି।୯୯୯ ତାଙ୍କର ରିଚର୍ଜ କରି ପାଇପାରିବେ ଦୈନିକ ୩ ଯିବିର ଡାଟା ସହ ଅନଲିମିଟେଡ କଲର ସୁବିଧା ଏବଂ ୨୪୧ ଟଙ୍କାର ଡାଟା voucher ଫ୍ରିରେ ମିଳୁଛି ଯାହାର ସମୟସୀମା ୮୪ ଦିନ ଏବଂ ଯେଉଁଠି ଗ୍ରାହକଙ୍କୁ ୪୦ ଯିବି ଡାଟା ଏକ୍ସଟ୍ରା ମିଳିବ।

ସେହି ପରି ୩୯୯ ଟଙ୍କାର ସଫଳ ରିଚର୍ଜକଲେ ପ୍ରତ୍ୟେକ ଦିନ ଆପଣ ୩ ଯିବି ସହ ଅନଲିମିଟେଡ କଲ ର ସୁବିଧା ପାଇ ପାରିବେ ଯାହାର ବୈଧତା ୨୮ ଦିନଂରହିଛି ତା ସହ ଆପଣ ୬୧ ଟଙ୍କାର ଡାଟା voucher ପାଇବେ ଯାହା ଆପଣଙ୍କୁ ୬ ଯିବି ଅଧିକ ଡାଟା ଦେଇଥାଏ

ସେହିପରି ୨୧୯ ତାଙ୍କର ସଫଳ ରିଚର୍ଜ କଲେ ଆପଣ ଦୈନିକ ୩ ଯିବି ଡାଟା ପାଇବେ ଯାହାର ବୈଧତା ୧୪ ଦିନ ରହିଛି ଏବଂ ଏଥିରେ ଅନଲିମିଟେଡ କଲ ଉପଲବ୍ଧ ରହିଛି ଏବଂ ଏଥିରେ ଏକ୍ସଟ୍ରା ୨ ଯିବି ଡାଟା ପ୍ରଦାନ କରାଯାଉଛି।

ସେହିପରି jio ଆଉ ତିନୋଟି ଡାଟା ଏଡ୍ ଅନ ପ୍ଲାନ୍ ବାହାର କରିଛି ଯେଉଁଠି ୨୨୨ ଟଙ୍କାରେ ଆପଣ ୫୦ ଯିବି ପର୍ଯ୍ୟନ୍ତ ଡାଟା ପାଇପାରିବେ ଯାହାର ବୈଧତା ଆପଣଙ୍କ ବେସ ରିଚର୍ଜ ଦିନ ପର୍ଯ୍ୟନ୍ତ ରହିବ ।୪୪୮ ଟଙ୍କାରେ ଆପଣ ୧୦୦ ଯିବି ପର୍ଯ୍ୟନ୍ତ ଡାଟା ପାଇ ପାରିବେ ଯାହାର ବୈଧତା ହେଉଛି ୬୦ ଦିନ ଏବଂ ୬୬୭ ତାଙ୍କ ବିନିମୟରେ ଆପଣ ପାଇପାରିବେ ୧୫୦ ଯିବି ଡାଟା ଯାହାର ବୈଧତା ୯୦ ଦିନ ।ତେଣୁ ଆପଣମାନେ ଆପଣଙ୍କ ମନ ପସନ୍ଦର ରିଚର୍ଜ କରନ୍ତୁ ଏବଂ ଆଇପିଏଲର ମଜା jio ସହିତ ନିଅନ୍ତୁ।

Leave A Reply

Your email address will not be published.