କଂଗ୍ରେସକୁ ଶକ୍ତ ଝଟ୍‌କା,ସାଂସଦ ପଦ ହରାଇଲେ ରାହୁଲ………..

0

Get real time updates directly on you device, subscribe now.

ରାହୁଲ ଗାନ୍ଧୀ ଓ କଂଗ୍ରେସ ଦଳକୁ ଲାଗିଛି ବଡ଼ ଝଟ୍‌କା। ଲୋକସଭା ସଦସ୍ୟତାରୁ ଅଯୋଗ୍ୟ ଘୋଷିତ ହୋଇଛନ୍ତି କଂଗ୍ରେସ ଦଳର ପୂର୍ବତନ ସଭାପତି। ରାହୁଲ ଗାନ୍ଧୀ ୨୦୧୯ ମସିହାର ଅପ-ରାଧିକ ମାନହାନୀ ମାମ-ଲାରେ ଦୋ-ଷୀ ସାବ୍ୟସ୍ତ ହୋଇ ୨ ବର୍ଷ ଜେ-ଲଦ-ଣ୍ଡରେ ଦ-ଣ୍ଡିତହେବା ଯୋଗୁ  ଲୋକସଭା ସଦସ୍ୟତା ହରାଇଛନ୍ତି ବୋଲି ଲୋକସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।

ଜନପ୍ରତିନିଧି ଆଇ-ନର ଧାରା ୧୦୨ (୧) (ଉ)ରେ ଥିବା ବ୍ୟବସ୍ଥା ଅନୁଯାୟୀ ରାହୁଲ ଗାନ୍ଧୀ ୨୩ ମାର୍ଚ୍ଚ ଠାରୁ ଆଉ ଲୋକସଭା ସଦସ୍ୟ ରହିପାରିବେ ନାହିଁ।କେରଳର ୱାୟାନାଡ ସଂସଦୀୟ ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଥିବା ଲୋକସଭା ସଦସ୍ୟ ରାହୁଲ ଗାନ୍ଧୀ ଗତକାଲି ଦୋ-ଷୀ ସାବ୍ୟସ୍ତ ହେବା ପରେ ଆଜି ଲୋକସଭା ସଚିବାଳୟ ପକ୍ଷରୁ ଏହି ବିଜ୍ଞପ୍ତି ଜାରି କରାଯାଇ ତାଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଛି।

ବନ୍ଧୁଗଣ ଉଲ୍ଲେଖଯୋଗ୍ୟ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ସରନେମ୍’କୁ ନେଇ ଦେଇଥିବା ବିବା-ଦୀୟ ମନ୍ତବ୍ୟ ରାହୁଲ ଗାନ୍ଧୀଙ୍କୁ ମହ-ଙ୍ଗା ପଡ଼ିଛି ।

ଗୁଜରାଟ ସୁରତ ସହରର ଏକ ଅଦା-ଲତ ଗୁରୁବାର କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ‘ମୋଦୀ’ ସାଙ୍ଗିଆ ଉପରେ କଟୁ ମନ୍ତବ୍ୟ ଦେବା ପାଇଁ ତାଙ୍କ ବିରୋ-ଧରେ ଦାୟର ହୋଇଥିବା ଅପ-ରାଧିକ ମାନହାନି ମାମ-ଲାରେ ଦୋ-ଷୀ ସାବ୍ୟସ୍ତ କରିଥିଲେ । ଏଥିସହ ୨ ବର୍ଷ କା-ରାଦ-ଣ୍ଡରେ ଦ-ଣ୍ଡିତ କରିଥିଲେ । ଅବଶ୍ୟ ଏହାପରେ ରାହୁଲଙ୍କୁ ୩୦ ଦିନ ଜା-ମିନ ପ୍ରଦାନ କରାଯାଇଛି ।

ଏହି ସମୟ ମଧ୍ୟରେ ସେ ଏହି ରାୟ ବିରୋ-ଧରେ ଉପର କୋର୍ଟରେ ଆବେଦନ କରିପାରିବେ । ସବୁ ଚୋ-ରଙ୍କ ପାଖରେ ମୋଦୀ ସାଙ୍ଗିଆ କେମିତି ଅଛି’?

ରାହୁଲ ଗାନ୍ଧୀ ଏକ ନିର୍ବାଚନୀ ସଭାରେ ଏପରି କହିବା ପରେ ବିଜେପି ବିଧାୟକ ତଥା ଗୁଜରାଟର ପୂର୍ବତନ ମନ୍ତ୍ରୀ ପୂର୍ଣ୍ଣେଶ ମୋଦୀ ଗାନ୍ଧୀଙ୍କ ମନ୍ତବ୍ୟ ପାଇଁ ତାଙ୍କ ବିରୋ-ଧରେ ଏକ ମାନହାନି ମାମ-ଲା ଆଗତ କରିଥିଲେ । ତେବେ ଏହାକୁ ଆନ୍ଦୋଳନ କରିବା ପାଇଁ ମଧ୍ୟ ଦଳ । ପଦଯାତ୍ରା କରିବାର ଯୋଜନା କରୁଥିବା ସୂଚନା ମିଳିଛି । ତେବେ ରାଷ୍ଟ୍ରପତିଙ୍କୁ ଦାବି ପତ୍ର ଦେଇପାରେ ଦଳ ।

Leave A Reply

Your email address will not be published.