Ind vs Aus: ସିରିଜ ମଝିରେ ଅବସର ଘୋଷଣା କଲେ ଏହି ଧୁରନ୍ଧର ଖେଳାଳି ! ସମସ୍ତେ ଆଶ୍ଚର୍ଯ୍ୟ !

0

Get real time updates directly on you device, subscribe now.

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବର୍ଡର-ଗାଭାସ୍କର ଟ୍ରଫି ଖେଳାଯାଉଛି। ଭାରତ ପ୍ରଥମ ଦୁଇଟି ଟେଷ୍ଟ ଜିତିନେଇ 2-0 ରେ ଆଗୁଆ ରହିଥିବା ବେଳେ ତୃତୀୟ ଟେଷ୍ଟ ମ୍ୟାଚ ମାର୍ଚ୍ଚ 1 ତାରିଖ ଦିନ ଇନ୍ଦୋରରେ ଖେଳାଯିବ।

ଏହି ମ୍ୟାଚ ପୂର୍ବରୁ ଅଷ୍ଟ୍ରେଲିଆର ଜଣେ ପ୍ରସିଦ୍ଧ ଖେଳାଳି ଅବସର ଘୋଷଣା କରିବା ଖବର ଚର୍ଚ୍ଚାକୁ ଆସୁଛି। କେତେକ ପୂର୍ବ ଖେଳାଳି କହୁଛନ୍ତି ସେ ନିଜର ଶେଷ ମ୍ୟାଚ ଖେଳିବେ ଓ ଏହାପରେ ଅବସର ନେଇଯିବେ। ଆସନ୍ତୁ ଜାଣିବା ସେ ଖେଳାଳି ଜଣକ କିଏ?

Aus ଖେଳାଳିଙ୍କ ବୟାନ:-

ଅଷ୍ଟ୍ରେଲିଆ କ୍ରିକେଟର ଧୂଆଁଧାର ବ୍ୟାଟ୍ସମ୍ୟାନ ଡେଭିଡ଼ ୱାର୍ନର କହୁଣୀ ଆଘାତ କାରଣରୁ ତୃତୀୟ ଟେଷ୍ଟ ମ୍ୟାଚ ପୂର୍ବରୁ ନିଜ ଘରକୁ ଫେରିଯାଇଛନ୍ତି। ଗୁରୁବାର ଦିନ ସିଡନୀରେ ପହଞ୍ଚି ସେ କହିଛନ୍ତି ଯେ, ଯଦି ଟେଷ୍ଟ ଚୟନକର୍ତା ମୋତେ ଆଉ ଟେଷ୍ଟରେ ସୁଯୋଗ ଦେବାକୁ ଚାହୁଁନାହାନ୍ତି ତାହେଲେ ମୁଁ 2024 ଯାଏଁ ସୀମିତ ଓଭର ଖେଳିବି। ଜଣାଇଦେଉଛୁ ଯେ, ବିଗତ ଦୁଇଟି ଟେଷ୍ଟ ମ୍ୟାଚରେ ତିନୋଟି ପାଳିରେ ସେ ଯଥାକ୍ରମେ: 1,10 ଓ 15 କରିଥିଲେ।

ଦିଲ୍ଲୀ ଟେଷ୍ଟରେ ବ୍ୟାଟିଂ କରିନଥିଲେ:-

ଦିଲ୍ଲୀ ଟେଷ୍ଟ ମୁଣ୍ଡରେ ଆଘାତ ଲାଗିବା କାରଣରୁ ବେହୋସ ହୋଇଯିବା ଭଳି ସ୍ଥିତି ଉପୁଜିବା ଯୋଗୁଁ ସେ ଦିଲ୍ଲୀ ଟେଷ୍ଟର ଦ୍ଵିତୀୟ ପାଳିରେ ଖେଳି ପାରିନଥିଲେ। ଏହାସହ ସେ ସିଡନୀରେ ପହଞ୍ଚି କହିଲେ, “ଚୟନକର୍ତା ଯଦି ମୋତେ ଟେଷ୍ଟରେ ସୁଯୋଗ ନଦେବେ ତାହେଲେ କିଛି କରାଯାଇ ପାରିବନାହିଁ। ମୁଁ 2024 ପର୍ଯ୍ୟନ୍ତ ଧଳାବଲ କ୍ରିକେଟ ଖେଳିବି”। ଆଶା କରାଯାଉଛି ଆସେଜ ଟେଷ୍ଟରେ ଡେଭିଡ଼ ୱାର୍ନରଙ୍କୁ ମୌକା ମିଳିବ।

ଖେଳିସାରିଛନ୍ତି ନିଜର ଶେଷ ଟେଷ୍ଟ ମ୍ୟାଚ:-

ବହୁତସାରା ଲୋକଙ୍କ ମାନିବାହେଲ, ୱାର୍ନର ନିଜର ଶେଷ ଟେଷ୍ଟ ମ୍ୟାଚ ଦିଲ୍ଲୀରେ ଖେଳିସାରିଛନ୍ତି। ଏହାସହ ୱାରନର ମଧ୍ୟ କହିସାରିଛନ୍ତି ଚୟନକର୍ତା ଯଦି ଚାହୁଁନାହାନ୍ତି ତାହେଲେ ସେ ଅବା କଣ କରିପାରିବେ। ଏହାସହ ୱାର୍ନର ଏହାମଧ୍ୟ କହିଛନ୍ତି ଯେ, ଆଗାମୀ 12 ମାସ ଭିତରେ ଦଳ ବହୁତ ମ୍ୟାଚ ଖେଳିବାକୁ ଯାଉଛି ଏଥିରେ ଯଦି ମୁଁ ରନ ବନାଏ ତାହେଲେ ମୁଁ ମୋ ନିଜ ଜାଗା ବନାଇ ପାରିବି।

ମୁଁ ବର୍ତ୍ତମାନ 36 ବର୍ଷୀୟ ହୋଇସାରିଛି ଓ 37 ହେବାକୁ ଯାଉଛି ଯାହାଦ୍ୱାରା ଆଲୋଚକଙ୍କ ପାଇଁ ଆଲୋଚନା କରିବା ବହୁତ ସହଜ, ମୁଁ ଏହିସବୁ ପୂର୍ବ ଖେଳାଳିଙ୍କ ସହିତ ମଧ୍ୟ ଦେଖିସାରିଛି।

Leave A Reply

Your email address will not be published.