କଣ ଆପଣ ବି ମଟର ଚୋପାକୁ ଫୋପାଡ଼ି ଦିଅନ୍ତି କି? ଜାଣନ୍ତୁ ଏହାର ଫାଇଦା ଓ ବ୍ୟବହାର ବିଷୟରେ:-

0

Get real time updates directly on you device, subscribe now.

ଶୀତ ଦିନରେ ମଟର ପ୍ରଚୁର ମାତ୍ରାରେ ଅମଳ କରାଯାଉଛି ଓ ମଟରକୁ ଆମେ ପୋହା ଠାରୁ ଆରମ୍ଭ କରି ଭଜାରେ ମଧ୍ୟ ଏହାକୁ ବ୍ୟବହାର କରିଥାଉ ଯାହାଦ୍ୱାରା ଖାଇବାର ସ୍ୱାଦ ବଢ଼ିଥାଏ।

ମଟରକୁ ବ୍ୟବହାର କରିବା ସମୟରେ ଆପଣ ପ୍ରାୟତଃ ଏହାର ଚୋପାକୁ ଫିଙ୍ଗି ଦିଅନ୍ତି କିନ୍ତୁ ଏହାର ଚୋପାରେ ମଧ୍ୟ ଅତ୍ୟଧିକ ପୋଷଣ ରହିଥାଏ। ଆଜି ଆମେ ଆପଣଙ୍କୁ ବତାଇବୁ କେମିତି ଏହାର ଚୋପାକୁ ବ୍ୟବହାର କରି ଆପଣ କୌଣସି ଜିନିଷ ବନାଇପାରିବେ।

ମଟର ଚୋପାର ଫାଇଦା:-

ମଟର ଚୋପାରେ ମହଜୁଦ ପୋଷଣ ତତ୍ୱର କଥା କହିବାକୁ ଗଲେ ଏଥିରେ ଫାଇବର, ପୋଟାସିୟମ ଭିଟାମିନ, କପର ଭଳି ପଦାର୍ଥ ମିଳିଥାଏ। ଯାହାକି ପାଚନ ସହିତ ଆଖିର ଦୃଷ୍ଟିଶକ୍ତି ବଢାଇଥାଏ। ଏହାସହ ହୃଦୟ ରୋଗକୁ ମଧ୍ୟ ଦୂର କରିଥାଏ। ଏହାସହ ମସ୍ତିଷ୍କ ଶକ୍ତି ମଧ୍ୟ ଏଥିରେ ବଢ଼ିଥାଏ।

ମଟର ଚୋପାରେ ଭଜା:-

ଯେମିତି ଆପଣ ମଟରରେ ଆଳୁ ଭରତା ବନାନ୍ତି ସେହିଭଳି ଭାବରେ ଆପଣ ମଟର ଚୋପାକୁ ବ୍ୟବହାର କରି ସ୍ୱାଦିଷ୍ଟ ଭଜା ବନାଇପାରିବେ। ଏଥିପାଇଁ 20 ରୁ 25 ଟି ମଟର ଚୋପାକୁ କାଟନ୍ତୁ। ଏହାସହ ଦୁଇଟି ଆଳୁକୁ କାଟନ୍ତୁ। ଗୋଟିଏ କଡେ଼ଇରେ ତେଲ ପକାଇ ଏଥିରେ ଜୀରା ରାଇ ଓ ପିଆଜ ବଘାରିଦିଅନ୍ତୁ। ଶେଷରେ ଏଥିରେ ଲେମ୍ବୁ ରସ ପକାଇ ଏହାକୁ ସର୍ଭ କରନ୍ତୁ।

ଚଟଣୀ:-

ପରଟା କିମ୍ବା ପକଡ଼ା ସହିତ ଚଟଣୀ ଖାଇବା ସମସ୍ତଙ୍କୁ ପସନ୍ଦ ଅଟେ। ଏଥିପାଇଁ ଆପଣ ମଟର ଚୋପାର ଚଟଣୀକୁ ଟ୍ରାଇ କରିପାରିବେ। ଏଥିପାଇଁ ଗୋଟିଏ କପ ଧନିଆ, ଗୋଟିଏ କପ ମଟର ଚୋପା, ଗୋଟିଏ ଛୋଟ ପିଆଜ, 1/2 ଇଞ୍ଚ ଅଦା, 2-3ଟି ରସୁଣ ଓ ଦୁଇଟି କଞ୍ଚାଲଙ୍କା ମିଶାଇ ଦିଅନ୍ତୁ ଓ ଶେଷରେ ଲେମ୍ବୁ ଓ ଚାଟ ମସାଲା ପକାଇ ଏହାକୁ ପରଟା,ପୁରୀ ଓ ପକଡ଼ା ସହିତ ସର୍ଭ କରାନ୍ତୁ।

Leave A Reply

Your email address will not be published.