ରାତିରେ ମୋଜା ପିନ୍ଧି ଶୋଇବା ସ୍ବାସ୍ଥ୍ୟ ପକ୍ଷେ ହାନିକାରକ । ଜାଣନ୍ତୁ ଏହାର ପାର୍ଶ୍ୱ ପ୍ରତିକ୍ରିୟା

0

Get real time updates directly on you device, subscribe now.

ସମଗ୍ର ଉତ୍ତର ଭାରତରେ ବର୍ତ୍ତମାନ ପ୍ରବଳ ଶୀତ ଲହରୀ ଦେଖିବାକୁ ମିଳୁଛି । ଏହା ସହ ପାର୍ବତ୍ୟ ଅଞ୍ଚଳରେ ବର୍ଷା, ତୁଷାରପାତ ସହିତ କୁହୁଡି ଦେଖିବାକୁ ମିଳୁଛି ଓ ଏଠାରେ ତାପମାତ୍ରା ପାଖାପାଖି ଶୂନ ରହିଛି ।

ଏପରି ପରିସ୍ଥିତିରେ ଲୋକମାନେ ଶୀତରୁ ରକ୍ଷା ପାଇବା ପାଇଁ ଗରମ ପୋଷାକ, ଜ୍ୟାକେଟ୍ ଓ ମୋଜା ପିନ୍ଧୁଛନ୍ତି । ରାତିରେ ନିଜ ପାଦ ସହିତ ବଡିକୁ ଗରମ ରଖିବା ପାଇଁ ଅନେକ ଲୋକ ମୋଜା ପିନ୍ଧି ଶୋଇଥାନ୍ତି । ଏହା କରିବା ଠିକ୍ କି? ଦୀର୍ଘ ସମୟ ଧରି ମୋଜା ପିନ୍ଧିବା ସ୍ୱାସ୍ଥ୍ୟ ଉପରେ କି ପ୍ରଭାବ ପକାଇବ ଓ ଏହାର ପାର୍ଶ୍ୱ ପ୍ରତିକ୍ରିୟା କଣ ହୋଇପାରେ?

ଏହି ପରିପ୍ରେକ୍ଷୀରେ ବିଶେଷଜ୍ଞମାନେ କଣ କୁହନ୍ତି ଆସନ୍ତୁ ଜାଣିବା । ବିଶେଷଜ୍ଞ ମାନେ କହିଛନ୍ତି ଯେ ଶୀତ ଦିନେ ଶୋଇବା ସମୟରେ ଶୀତରୁ ରକ୍ଷା ପାଇବା ପାଇଁ ଲୋକମାନେ ଏହା କରନ୍ତି ଯାହାକି ସ୍ଵାଭାବିକ । କିନ୍ତୁ ଏହା ପାଦକୁ ଗରମ ରଖିବା ସହିତ ମଧ୍ୟ ରକ୍ତଚାପକୁ ପ୍ରଭାବିତ କରିଥାଏ ।ପାଦ ଏବଂ ଗୋଡରେ ରକ୍ତ ସଞ୍ଚାଳନ ବନ୍ଦ କରିଦିଏ ଫଳରେ ପୀଡ଼ା ଅନୁଭବ ହୁଏ ।

ବିଶେଷଜ୍ଞ କହିଛନ୍ତି ଯେ ମୋଜା ସହିତ ଶୋଇବା ସର୍ବଦା ଲାଭଦାୟକ ନୁହେଁ । କିଛି ଲୋକଙ୍କ ପାଇଁ କିମ୍ବା କିଛି ପରିସ୍ଥିତିରେ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ପ୍ରମାଣିତ ହୋଇପାରେ । ଟାଇଟ ମୋଜା ପିନ୍ଧିବା ଦ୍ୱାରା ରକ୍ତ ସଞ୍ଚାଳନରେ ତ ଖରାପ ପ୍ରଭାବ ପକାଇ ଥାଏ ହିଁ ତାହା ସହିତ ମୋଜାର ଅତ୍ୟଧିକ ବ୍ୟବହାର ଶରୀରର ତାପମାତ୍ରାକୁ ବଢ଼ାଇ ପାରେ ।

ଅର୍ଥାତ୍ ରାତିରେ ବଡି ଅତ୍ୟଧିକ ଗରମ ହୋଇ ଯାଇଥାଏ ଫଳରେ ଆପଣ ଅସ୍ଥିର ଏବଂ ଅସହଜ ଅନୁଭବ କରିପାରନ୍ତି । ମୋଜା ପାଦର ଅବସ୍ଥା, ଆଘାତ ଇତ୍ୟାଦି ଉପରେ ମଧ୍ୟ ଖରାପ ପ୍ରଭାବ ପକାଇପାରେ ।

ଯଦି ଆପଣ ଗୋଟିଏ ମୋଜାକୁ ଦିନସାରା ପିନ୍ଧି ରାତିରେ ମଧ୍ୟ ସେହି ମୋଜା ପିନ୍ଧିକି ଶୋଇ ଯାଉଛନ୍ତି ତେବେ ବାହାରର ଧୂଳି ମଇଳା ଆଦି ସ୍କିନରେ ଲାଗିବା ଦ୍ଵାରା ହାଇଜିନ୍ ସମସ୍ୟା ସୃଷ୍ଟି ହୋଇପାରେ । ତେଣୁ ଧ୍ୟାନ ଦେବେ ରାତିରେ ଶୋଇବା ବେଳେ ପରିଷ୍କାର ତଥା ସୂତାର ମୋଜା ପିନ୍ଧି ବେଡ଼କୁ ଯିବେ ।

Leave A Reply

Your email address will not be published.