ଓକିଲଙ୍କ ଜରିଆରେ ଚାର୍ଜସିଟ ରିସିଭ କରୁଛନ୍ତି କିନ୍ତୁ ନୋଟିସ୍ ପରେ ବି କୋର୍ଟରେ ହାଜର ହେଉନାହାନ୍ତି ବର୍ଷା।

0

Get real time updates directly on you device, subscribe now.

ଆମ ଓଡ଼ିଆର ଓଲିଉଡ ଷ୍ଟାର ଓ Mp ଅନୁଭବ ମହାନ୍ତି। ଯିଏ ନିକଟ ଅତୀତରେ ଅନେକ ଚର୍ଚ୍ଚାର ସାମ୍ନା ହୋଇଛନ୍ତି। ତାଙ୍କର ଚର୍ଚ୍ଚାର କାରଣ ସେ ଜଣକୁ ଭଲପାଇ ବିବାହ କରିଥିଲେ।ଆଉ ଆଜି ସେ ତାଙ୍କୁ ଛାଡପତ୍ର ଦେବାକୁ ଯାଇ କୋର୍ଟ କେସ ମଧ୍ୟ ହୋଇଛି।

ଭଲ ପାଇଥିବା ଝିଅ ଜଣକ ହେଉଛନ୍ତି ବର୍ଷା ପ୍ରିୟଦର୍ଶନି। ଏବେ ବର୍ଷା କୋର୍ଟକୁ ଯିବାକୁ ଡରୁଛନ୍ତି। ଯଦି କିଛି କରିନାହାନ୍ତି ତେବେ କଣ ପାଇଁ ସେ ଆଗକୁ ନିଜେ ନଯାଇ ନିଜ ଓକିଲକୁ ଆଗକୁ ଠେଲୁଛନ୍ତି। ନିଜେ ଗିରଫ ହେବା ଭୟ କରୁଛନ୍ତି କି ସେ।

ଗତ ବର୍ଷ ଦିଲ୍ଲୀ ପଟିଆ କୋର୍ଟ ବର୍ଷାଙ୍କୁ ହାଜର ହେବା ପାଇଁ ଜାନୁଆରୀରେ କହିଥିଲେ। ଏକ ତଦନ୍ତକାରି ସଂସ୍ଥା ବର୍ଷାକୁ ନପାଇ ତାଙ୍କ ଘର ଆଗରେ କେବଳ ନୋଟିସ ମାରି ଚାଲି ଯାଇଥିଲେ।

ଆଉ ବର୍ଷା କୋର୍ଟରେ ହାଜର ନହୋଇ ନିଜ ଓକିଲକୁ ପଠାଇ ଦେଇଥିଲେ । ଯେଉଁ ବର୍ଷା ଦିନେ ତାଙ୍କ ସ୍ଵାମୀଙ୍କ ନାରେ ମାଳ ମାଳ ଅଭିଯୋଗ ଆଣି କୋର୍ଟ ଯାଉଥିଲେ ଆଜି ସେଇ ବର୍ଷା କୋର୍ଟ ଯାଉନାହାନ୍ତି। କଣ ସୁଜିତଙ୍କ କଥା ସତ ଅଟେ ।

ସୁଜିତ୍ ଯିଏ ଅନୁଭବଙ୍କ ଅଙ୍ଗରକ୍ଷୀ ଥିଲେ। ବର୍ଷା ତାଙ୍କୁ ଆକ୍ଷେପ କରି ଗାଳି ଦେଇଥିଲେ। ସେତେବେଳେ ସୁଜିତ୍ କିଛି କହିନଥିଲେ। ତାପରେ ସୁଜିତ୍ ଦିଲ୍ଲୀରେ କେସ ଫାଇଲ କରିଥିଲେ

ଯାହା ଫଳରେ କୋର୍ଟ ବର୍ଷାଙ୍କୁ ନୋଟିସ ଜାରି କରିଥିଲେ।ଭୁଲ ନଥିଲେ କୋର୍ଟ କାହାକୁ କେବେ ଦଣ୍ଡ ଦେବେ ନାହିଁ। ଯଦି କିଛି ଭୁଲ ନାହିଁ କଣ ପାଇଁ ବର୍ଷା କୋର୍ଟ ଗଲେନି। କାଳେ ସୁଜିତ୍ କେସ ଜିତି ଯିବେ ଆଉ ସେ ଗିରଫ ହେବା ଭୟରେ ଗଲେନି କି ତାହା ଆଗକୁ ଦେଖିବାକୁ ରହିଲା।

Leave A Reply

Your email address will not be published.