LIC Jeevan Labh Policy: ପ୍ରତିଦିନ 253 ଟଙ୍କା ଜମା କଲେ ମିଳିବ 54 ଲକ୍ଷ ଟଙ୍କା, ଜାଣନ୍ତୁ LIC ର ଏହି ସ୍କିମର ଆହୁରି ଅନେକ ତଥ୍ୟ ବିଷୟରେ

0

Get real time updates directly on you device, subscribe now.

ଦେଶର ସବୁଠାରୁ ବଡ଼ ସରକାରୀ ବୀମା କମ୍ପାନୀ ଭାରତୀୟ ଜୀବନ ବୀମା ନିଗମ(LIC) ର ଅନେକ ସ୍କିମଗୁଡିକରେ ଦେଶର କୋଟି କୋଟି ଲୋକ ନିବେଶ କରି ରଖିଛନ୍ତି । LIC ପାଖରେ ସବୁ ବୟସର ଗ୍ରାହକଙ୍କ ପାଇଁ ସ୍କିମ ରହିଛି ।

LIC ର ଅନେକ ସ୍କିମ ସେଫ୍ଟୀ ଏବଂ ସେଭିଂ ଉଭୟ ପ୍ରଦାନ କରିଥାଏ । ଏହି ବୀମା କମ୍ପାନୀର ଏପରି ଗୋଟିଏ ସ୍କିମ ହେଉଛି ଜୀବନ ଲାଭ ଯୋଜନା । LIC ର ଏହି ସ୍କିମ ପଲିସିଧାରି ପରିପକ୍ୱତା ପରେ ସବୁ ରାଶି ପ୍ରଦାନ କରେ । ଯଦି କୌଣସି ପଲିସିଧାରିଙ୍କ ମୃ-ତ୍ୟୁ ହୋଇଯାଏ, ତେବେ ସେମାନଙ୍କ ପରିବାର ପାଇଁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଥାଏ ।

ନନ୍ ଲିଙ୍କଡ ପଲିସି :-

LIC ର ଏହି ପଲିସି ନନ- ଲିଙ୍କଡ ଯୋଜନା ଅଟେ । ଅର୍ଥାତ୍ ଏହା ସେୟାର ବଜାର ଉପରେ ନିର୍ଭର କରେନାହିଁ । ତେଣୁ ଏହି ଯୋଜନା ସୁରକ୍ଷିତ ମଧ୍ୟ ଅଟେ ।

ଯଦି ଆପଣ ନିବେଶ କରିବାକୁ ପ୍ଲାନ୍ କରୁଛନ୍ତି, ତେବେ ଏହି ସ୍କିମରେ ନିବେଶ କରି ଆପଣ ଏକ ମୋଟା ରାଶି ଜମା କରିପାରିବେ । ଯଦି ଆପଣ 25 ବର୍ଷ ବୟସରେ ଜୀବନ ଲାଭ ପଲିସି ନିଅନ୍ତି, ତେବେ ଆପଣଙ୍କୁ ଏହାର ପରିପକ୍ୱତାରେ 54 ଲକ୍ଷ ଟଙ୍କାରୁ ଅଧିକ ରାଶି ମିଳିବ ।

ପ୍ରତିବର୍ଷ ଦେବାକୁ ପଡ଼ିବ ଏତିକି ପ୍ରିମିୟମ :-

ଯଦି ଆପଣ 54 ଲକ୍ଷ ଟଙ୍କାର ରାଶି ପାଇବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ 25 ବର୍ଷିଆ ଅବଧି ବାଲା ପଲିସି ନେବାକୁ ପଡିବ । ଏଥିରେ ଆପଣଙ୍କୁ 20 ଲକ୍ଷ ଟଙ୍କାର ରାଶି ବୀମା ପାଇଁ ବାଛିବାକୁ ପଡ଼ିବ ।

ଏପରି ପରିସ୍ଥିତିରେ ଆପଣଙ୍କୁ ପ୍ରତିବର୍ଷ 92,400 ଟଙ୍କା ପ୍ରିମିୟମ ଭାବରେ ଜମା କରିବାକୁ ପଡ଼ିବ । LIC ଜୀବନ ଲାଭ ପଲିସି ନେବାକୁ ସର୍ବନିମ୍ନ ବୟସ 18 ବର୍ଷ ଏବଂ ଅଧିକାଂଶ ବୟସ 59 ବର୍ଷ ଅଟେ ।

ଏପରି ପରିସ୍ଥିତିରେ ଆପଣଙ୍କୁ ପ୍ରତିବର୍ଷ 92,400 ଟଙ୍କା ପ୍ରିମିୟମ ଭାବରେ ଜମା କରିବାକୁ ପଡ଼ିବ । ଏହିପରି ମାସିକ ଭାବେ ଆପଣଙ୍କୁ 7,700 ଟଙ୍କା ଏବଂ ପ୍ରତିଦିନ ହିସାବରେ 253 ଟଙ୍କା ନିବେଶ କରିବାକୁ ପଡ଼ିବ । ଏହାପରେ ଯେତେବେଳେ ଆପଣଙ୍କ ଜୀବନ ଲାଭ ପଲିସିର ପରିପକ୍ୱତା ଆସିବ, ସେତେବେଳେ ଆପଣଙ୍କୁ 54.50 ଲକ୍ଷ ଟଙ୍କା ମିଳିବ ।

Leave A Reply

Your email address will not be published.