ଅବସର ନେବେ କି ବିରାଟ କୋହଲି । ଟୁଇଟ୍ ପକାଇଲା ଦ୍ବନ୍ଦରେ । ପ୍ରତ୍ୟେକ କ୍ରିକେଟ ପ୍ରେମୀଙ୍କ ମନରେ ଆଶଙ୍କା ।

0

Get real time updates directly on you device, subscribe now.

ତେବେ ବନ୍ଧୁଗଣ ଟି-୨୦ ବିଶ୍ୱକପ ପୂର୍ବରୁ ନିଜ ପୁରୁଣା ଫର୍ମ ହାସଲ କରି ନେଇଛନ୍ତି ବିରାଟ କୋହଲି । ଆଉ ଚଳିତ ଟି-୨୦ ବିଶ୍ୱକପରେ ମଧ୍ୟ କୋହଳି ଧମାଲ କରି ଦେଇଥିଲେ । କିମ୍ବା ଏପରି କହିବା ଉଚିତ୍ ହେବ ଯେ କୋହଲିଙ୍କ ପାଇଁ ହିଁ ଭାରତ ସେମିଫାଇନାଲ ପର୍ଯ୍ୟନ୍ତ ପହଞ୍ଚି ପାରିଥିଲା ।

ତେବେ ଏହି ସମୟରେ ବିରାଟଙ୍କୁ ନେଇ ମିଳିଛି ଏକ ବଡ ଖବର । କ୍ରିକେଟକୁ ଅବସର ନେବାକୁ ଯାଉଛନ୍ତି ରନ ମେସିନ କୋହଲି । ଏହା ଶୁଣି ଆପଣମାନେ ଆଶ୍ଚର୍ଯ୍ୟ ହୋଇ ଯାଉଥିବେ । ତେବେ ବନ୍ଧୁଗଣ ସୂଚନା ମୁତାବକ ବିରାଟ କୋହଲି ଭାରତୀୟ ଟେଷ୍ଟ ଦଳର ଅଧିନାୟକ ପଦରୁ ଇସ୍ତଫା ଦେଇ ସାରିଛନ୍ତି ।

ଦକ୍ଷିଣ ଆଫ୍ରିକା (ଭାରତ ବନାମ ଦକ୍ଷିଣ ଆଫ୍ରିକା) ବିପକ୍ଷ ଟେଷ୍ଟ ସିରିଜରେ ପରାସ୍ତ ହେବାର ଗୋଟିଏ ଦିନ ପରେ ସେ ଏହା ଘୋଷଣା କରିଥିଲେ । ଏହାପୂର୍ବରୁ ସେ ଟି-୨୦ ଦଳର ଅଧିନାୟକତ୍ୱ ମଧ୍ୟ ଛାଡିଥିଲେ ଏବଂ ତା’ପରେ ତାଙ୍କଠାରୁ ଦିନିକିଆ ଦଳର କମାଣ୍ଡ ନିଆ ଯାଇଥିଲା ।

ଅର୍ଥାତ୍ କୋହଲି ବର୍ତ୍ତମାନ ପୂର୍ବତନ ଭାରତୀୟ ଅଧିନାୟକ ହୋଇଛନ୍ତି । ତେବେ ସମସ୍ତ ତିନୋଟି ଫର୍ମାଟରୁ ଅଧିନାୟକଙ୍କ ଦାୟିତ୍ୱରୁ ମୁକ୍ତି ପାଇବା ପରେ ଏବେ ତାଙ୍କ ଭବିଷ୍ୟତ ବିଷୟରେ କଳ୍ପନାଜଳ୍ପନା କରାଯାଉଛି ।

ବର୍ଷ ବର୍ଷ ଧରି ଭାରତୀୟ କ୍ରିକେଟରେ ଚାଲିଥିବା ଧାରା ଅନୁଯାୟୀ କୋହଲିଙ୍କ କ୍ୟାରିଅର୍ ବର୍ତ୍ତମାନ ମାତ୍ର ୨ ରୁ ୩ ବର୍ଷ ରହିଛି । ଏହା ଆମେ କହୁନାହୁଁ, ଭାରତୀୟ କ୍ରିକେଟରେ ଚାଲିଥିବା ଧାରା କହୁଛି । ବାସ୍ତବରେ, ଅଧିନାୟକତ୍ୱ ଛାଡିବାର ୩ ବର୍ଷ ମଧ୍ୟରେ ଭାରତୀୟ କ୍ରିକେଟରେ କିଛି ସମୟ ପାଇଁ ଏକ ଧାରା ଦେଖାଦେଇଛି ।

ଏମଏସ ଧୋନି ଏବଂ ସୌରଭ ଗାଙ୍ଗୁଲି ଏହାର ପ୍ରମାଣ । ତେବେ ୨୩ ଅକ୍ଟୋବର ୨୦୨୨, ଏହି ତାରିଖ ପ୍ରତ୍ୟେକଟି କ୍ରିକେଟ ପ୍ରେମୀଙ୍କ ପୁରୁଣା କ୍ୟାଲେଣ୍ଡରରେ ସ୍ଵତନ୍ତ୍ର ସ୍ଥାନ ନେଇଥିବ । ପ୍ରତିଟି ଭାରତୀୟଙ୍କ ମାନସ ପଟରେ ସବୁଦିନ ପାଇଁ ସ୍ମୃତି ହୋଇ ରହିବ । ଆଉ ମନେ ପଡ଼ିଲେ ବିରାଟଙ୍କ ଲୁହ ଭରା ଆଖି ମଧ୍ୟ ସାମ୍ନାକୁ ଆସିଯିବ ।

ସେଦିନ ଥିଲା ଟି-୨୦ ବିଶ୍ୱକପର ଭାରତ ଓ ପାକିସ୍ଥାନ ମ୍ୟାଚ୍ । ୱିକେଟ ଯିବା ପରେ ଦର୍ଶକ ଭାବିଥିଲେ ସବୁ ସରିଗଲା ଇଣ୍ଡିଆ ହାରିବ ନିଶ୍ଚିତ । କିନ୍ତୁ ବିରାଟ ଏକାକୀ ବାଜି ପାଲଟାଇ ଦେଇଥିଲେ କହିଲେ ଅତ୍ୟୁକ୍ତି ହେବନାହିଁ । ତେବେ ସେହି ଇନ୍ସିଂକୁ ମନେ ପକାଇ ବିରାଟ ଏକ ଟ୍ୱିଟ କରିବା ପରେ ଦର୍ଶକମାନେ ବିରାଟଙ୍କ ଅବସର ନେବାକୁ ନେଇ ଡରିଯାଇଛନ୍ତି । ଯାହାକି ସୋସିଆଲ ମିଡ଼ିଆରେ ଚର୍ଚା ହେଉଛି ଏହା ଅବସର ପୁର୍ବରୁ କୌଣସି ସଂକେତ ନୁହେଁ ତ ।

Leave A Reply

Your email address will not be published.