ଜୟାଙ୍କ ଗ୍ରୀନ ସିଗନାଲ । ବିବାହ ପୂର୍ବରୁ ନାତୁଣୀ ନବ୍ୟା ମା’ହେଲେ ତାଙ୍କର କିଛି ଆପତ୍ତି ନାହିଁ । ନାତୁଣୀର ଶାରୀରିକ ସମ୍ପର୍କ ଉପରେ ଏମିତି କହିଲେ ଆଇ ଜୟା ।

0

Get real time updates directly on you device, subscribe now.

ତେବେ ବନ୍ଧୁଗଣ ଏବେ ପୁଣି ଚର୍ଚ୍ଚାରେ ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ପତ୍ନୀ ଜୟା ବଚ୍ଚନଙ୍କ ମନ୍ତବ୍ୟ । ଏବେ ସେ ‘ହ୍ୱାଟ୍ ଦି ହେଲ ନବ୍ୟା’ଙ୍କ ଏକ ପୋଡକାଷ୍ଟରେ ଶାରୀରିକ ସମ୍ପର୍କକୁ ନେଇ ଏପରି କିଛି କହିଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଜୟା ନିଜ ନାତୁଣୀ ନବ୍ୟାଙ୍କ ଶାରୀରିକ ସମ୍ପର୍କ ଉପରେ ଉପଦେଶ ଦେଇ ଏପରି କହିଛନ୍ତି ।ଜୟା କହିଛନ୍ତି, ‘ନବ୍ୟା ଯଦି ବିନା ବିବାହରେ ସନ୍ତାନ ଜନ୍ମ ଦିଅନ୍ତି ତେବେ ତାଙ୍କର କୌଣସି ଅସୁବିଧା ନାହିଁ । ଜୟା ବଚ୍ଚନ ତାଙ୍କ ନାତୁଣୀ ନବ୍ୟାଙ୍କ ସହ ତାଙ୍କ ପୋଡକାଷ୍ଟରେ ‘ହ୍ୱାଟ୍‌ ଦି ହେଲ୍‌ ନବ୍ୟା’ ରେ କଥାବାର୍ତ୍ତା କରୁଥିବା ସମୟରେ ସମ୍ପର୍କ ବିଷୟରେ କିଛି ପରାମର୍ଶ ଦେଇଥିଲେ ।

ଜୟା ବଚ୍ଚନ କହିଥିଲେ ଯେ, କୌଣସି ସମ୍ପର୍କ ଦୀର୍ଘ ଦିନ ଧରି ରହିବା ପାଇଁ ଶାରୀରିକ ଆକର୍ଷଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଜୟା ଆହୁରି ମଧ୍ୟ କହିଛନ୍ତି ଯେ, ସେ ତାଙ୍କ ସମୟରେ ଏହି ଏକ୍ସପେରିମେଣ୍ଟ୍ କରିପାରି ନ ଥିଲେ । କୌଣସି ସମ୍ପର୍କ କେବଳ ପ୍ରେମ ଏବଂ ଭରଷା ଉପରେ ତିଷ୍ଠି ରହିପାରେ ନାହିଁ, ଏଥିପାଇଁ ଶାରୀରିକ ସମ୍ପର୍କ ରହିବା ଆବଶ୍ୟକ ବୋଲି ଜୟା ବଚ୍ଚନ କହିଛନ୍ତି ।

ଯଦି ନବ୍ୟା  ବିବାହ ବିନା ମା ହୁଅନ୍ତି, ‌ତେବେ ସେଥିରେ କୌଣସି ଅସୁବିଧା ନାହିଁ ବୋଲି କହିଛନ୍ତି ଜୟା ବଚ୍ଚନ । ଏଭଳି ଖୋଲା ମତାମତକୁ ନେଇ ଅନେକ ଲୋକ ଆପତ୍ତି ଉଠାଇ ପାରନ୍ତି, କିନ୍ତୁ ସଂପର୍କ ସ୍ଥାୟୀ ହେବା ଲାଗି ଉଭୟ ମାନସିକ ଓ ଶାରୀରିକ ଆକର୍ଷଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ।

View this post on Instagram

A post shared by Voompla (@voompla)

ଜୟା ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ଏଭଳି ସମ୍ପର୍କ ବିଷୟରେ କେବେ ଚିନ୍ତା କରିପାରି ନଥିଲୁ । କିନ୍ତୁ ମୋ ପରେ ଯେଉଁ ନୂଆ ପିଢ଼ି ଆସୁଛି, ସେମାନେ ସବୁ ଅଲଗା । ଆଜିର ସମ୍ପର୍କରେ ଭାବନା ଏବଂ ରୋମାନ୍ସର ଅଭାବ ରହିଛି । ଜୟା କହିଛନ୍ତି ଯେ, ନିଜର ଭଲ ବନ୍ଧୁଙ୍କୁ ବିବାହ କରିବା ଉଚିତ୍ । ତୁମେ ମଧ୍ୟ ଭଲ ବନ୍ଧୁ ହେବା ଜରୁରୀ । ସାଙ୍ଗମାନଙ୍କ ସହିତ ତୁମେ ଏହା ବିଷୟରେ ଆଲୋଚନା କରିବା ଉଚିତ୍ । ଯଦି ତୁମେ ନିଜ ବନ୍ଧୁଙ୍କୁ ପସନ୍ଦ କରୁଛ, ତେବେ ତାଙ୍କୁ କହିବା ଦରକାର-ମୁଁ ଚାହେଁ ଆମ ଦୁହିଁଙ୍କର ସନ୍ତାନ ହେଉ, କାରଣ ମୁଁ ତୁମକୁ ପସନ୍ଦ କରେ । ମୁଁ ଭାବୁଛି ତୁମେ ବହୁତ ଭଲ, ତେଣୁ ଆମେ  ବିବାହ କରିବା ଉଚିତ କାରଣ ସମାଜ ଏହା ହିଁ କହିଥାଏ ।

Leave A Reply

Your email address will not be published.