ମୋ ଡ୍ରେସ୍ ଖୋଲା ନଙ୍ଗଳା ନାଚ ଦେଖିବା ଯଦି ପସନ୍ଦ ନୁହେଁ ତେବେ ଟିକେଟ କାଟି ଆସି ଦେଖୁଛ କାହିଁକି । ଏପରି କିଛି ପ୍ରତିକ୍ରିୟା ଦେଲେ ରାଣୀ ।

0

Get real time updates directly on you device, subscribe now.

ନିକଟରେ ଦେଖିବାକୁ ମିଳିଛି ଯେ ଯାତ୍ରାରେ ଅଶ୍ଳୀଳ ନାଚକୁ ବିରୋଧ ମେଲୋଡିରେ ନାଚୁଥିବା ଅଭିନେତ୍ରୀଙ୍କ ଉପରକୁ ଜୋତା ଫିଙ୍ଗିଲେ ଅନ୍ୟଜଣେ ମହିଳା । ଭଦ୍ରକ ଜିଲ୍ଲା ଚରମ୍ପାରେ ଚାଲିଥିବା ଏକ ଯାତ୍ରାରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା । ରାଜ ନନ୍ଦିନୀ ପାର୍ଟି ପକ୍ଷରୁ ନାଚ ପରିବେଶ କରୁଥିଲେ ରାନୀ ପ୍ରିୟଦର୍ଶିନୀ । ତେବେ ରାନୀଙ୍କ ନାଚକୁ ଜଣେ ମହିଳା ବିରୋଧ କରିଥିଲେ । ମହାକାଳୀ ଉତ୍ସବ ପାଇଁ ଭଦ୍ରକ ସହର ଉତ୍ସବ ମୁଖର ଥିବା ବେଳେ ଘଟିଛି ଏପରି ଏକ ଅପ୍ରିତିକର ଘଟଣା ।

ଦର୍ଶକଙ୍କ ମନୋରଞ୍ଜନ ପାଇଁ ଆୟୋଜିତ ସାଂସ୍କୃତିକ କାର୍ଯ୍ୟ କ୍ରମରେ ଅଶ୍ଳିଳ ନୃତ୍ୟ ପରିବେଷଣ ଅଭିଯୋଗ ଆଣି ଜଣେ ମହିଳା ସଂପୃକ୍ତ ଡ୍ୟାନ୍ସରଙ୍କୁ ମଞ୍ଚ ତଳୁ ଚପଲ ମାଡ଼ କରିଛନ୍ତି । ଆଉ ଏହାକୁ ନେଇ କିଛି ଘଣ୍ଟା ଧରି ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଥିଲା ।ତେବେ କେବଳ ଏତିକିରେ ଝମେଲା ସରିନଥିବା ବେଳେ ମହିଳା ଜଣକ ପରେ ମଞ୍ଚ ଉପରକୁ ମଧ୍ୟ ଚଢ଼ି ଯାଇଥିଲେ ଆଉ ଉଗ୍ର ରୂପ ଧାରଣ କରିଥିଲେ । ଯାତ୍ରା ଆୟୋଜକ କମିଟି ସଦସ୍ୟ ଓ ଯାତ୍ରା ପାର୍ଟିର ସଦସ୍ୟ ବହୁ ବୁଝାସୁଝା କରିବା ପରେ ପୁଣିଥରେ ଯାତ୍ରା ଆୟୋଜିତ ହୋଇଥିଲା ।

ଏବେ କିନ୍ତୁ ଏହି ଘଟଣାର ସମ୍ପୂର୍ଣ୍ଣ ଭିଡିଓ ସାମ୍ନାକୁ ଆସିବା ପରେ ହଇଚଇ ସୃଷ୍ଟି କରିଛି । ଭଦ୍ରକ ବାସୁଦେବପୁର ଉପନିର୍ବାଚନର ତାତିକୁ ପଛରେ ପକାଇ ଏହି ଘଟଣା ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି । କିଛି ଏଭଳି କାଣ୍ଡକୁ ସମର୍ଥନ କରୁଥିବା ବେଳେ ଅନ୍ୟ କେତେକ ମହଲରେ ନିନ୍ଦା କରା ଯାଇଛି । ଏଥିରେ ରାଣୀଙ୍କର କୌଣସି ଭୁଲ୍ ନାହିଁ ସେ ନିଜ ପେତ ପୋଷିବାକୁ ଆଉ ପରିବାର ଚଳାଇବାକୁ କରୁଥିବା ବେଳେ ଲୋକେ ଟିକେଟ କିଣି ହିଁ ଏଭଳି ନଙ୍ଗଳା ନାଚ ଦେଖିବାକୁ ଆସୁଛନ୍ତି ବୋଲି ରାଣୀ ପ୍ରତିକ୍ରିୟାରେ କହିଛନ୍ତି ।

ଯଦି ଲଙ୍ଗଳା ନାଚ ଦେଖିବା ପସନ୍ଦ ନୁହେଁ ତେବେ ପ୍ରତିବର୍ଷ ଆସୁଛନ୍ତି ଆଉ ପୁଣି ଚପଲ ମାଡ଼ କରୁଛନ୍ତି କହି ବୋଲି ସେ ପ୍ରଶ୍ନ କରିଥିଲେ । କାରଣ  ରାନୀଙ୍କ ହଟ୍‌ ଡ୍ୟାନ୍ସରେ ଦର୍ଶକ ହୋଇଥିଲେ ମତୁଆଲା । ରେକର୍ଡ ଡ୍ୟାନ୍ସରେ ମଜି ଯାଇଥିଲେ ରାନୀ । ଛୋଟ ଛୋଟ କଷ୍ଟ୍ୟୁମ୍ ପିନ୍ଧିଥିଲେ ଭଲ ମେକଅପ ବି ନେଇଥିଲେ । ଦର୍ଶକଙ୍କ ଡିମାଣ୍ଡ ଓ ମନୋରଞ୍ଜନ ପାଇଁ ବଛା ବଛା ବଲିଉଡ ବିଟରେ ନୃତ୍ୟ ପରିବେଶଣ ବି କରୁଥିଲେ । ଯଦି ରାନୀଙ୍କ ଡ୍ୟାନ୍ସରେ ଝୁମୁଥିଲେ ଦର୍ଶକ। ତେବେ ଏଠାରେ ତାଙ୍କର ଭୁଲ୍ ରହିଲା କେଉଁଠି ।

Leave A Reply

Your email address will not be published.