ଏଥର ପବନରେ ଚାର୍ଜ ହେବ ସ୍ମାର୍ଟଫୋନ, ଚାର୍ଜର ରଖିବାକୁ ପଡିବ ନାହିଁ,ବ୍ୟବହାର ହେବ ଏହି ଟେକ୍ନୋଲୋଜି

0

Get real time updates directly on you device, subscribe now.

ନିଜର ସ୍ମାର୍ଟଫୋନକୁ ଚାର୍ଜ କରିବା ପାଇଁ ଆପଣ କେଉଁ ଉପାୟ ଅବଲମ୍ବନ କରନ୍ତି। ୱାୟାର ଚାର୍ଜର କିମ୍ବା ପୁଣି ୱାୟାର ଲେସ ଚାର୍ଜର ଟେକ୍ନୋଲୋଜି। ୱାୟାର ଚାର୍ଜରରେ ମଧ୍ୟ ଆପଣଙ୍କୁ ଅନେକ ପ୍ରକାର ଅପସନ ମିଳେ। ଏଥିରେ ଆପଣଙ୍କୁ ଫାଷ୍ଟ ଓ ସୁପର ଫାଷ୍ଟ ପରି ବିକଳ୍ପ ଦିଆଯାଇଥାଏ। କଣ ହେବ ଯଦି ଆପଣଙ୍କୁ ଫୋନ ଚାର୍ଜ କରିବା ପାଇଁ ଚାର୍ଜରର ଆବଶ୍ୟକ ପଡିବ ନାହିଁ?

ଏମିତି ଆମେ ଏଥିପାଇଁ କହୁଛୁ କାରଣ ଭବିଷ୍ୟତରେ ଏମିତି ଚାର୍ଜିଙ୍ଗ ଟେକ୍ନୋଲୋଜି ସାଧାରଣ ହୋଇଯିବ। ବର୍ତ୍ତମାନ ପର୍ଯ୍ୟନ୍ତ ଚାର୍ଜିଙ୍ଗର ଅନେକ ପ୍ରକାର ଉପାୟ ସାମ୍ନାକୁ ଆସିଛି। ସାମାନ୍ୟ ଚାର୍ଜିଙ୍ଗରୁ ଫାଷ୍ଟ ଓ ଫାଷ୍ଟରୁ ଅଲଟ୍ରା ଚାର୍ଜିଙ୍ଗ ପର୍ଯ୍ୟନ୍ତ ଟେକ୍ନୋଲୋଜି ଆସିସାରିଲାଣି।

ମାର୍କେଟରେ ଆପଣଙ୍କୁ ୱାୟାର ଲେସ ଚାର୍ଜର ମଧ୍ୟ ମିଳିଯିବ, କିନ୍ତୁ ଭବିଷ୍ୟତରେ ହୋଇପାରେ ଆମକୁ ଏହାର ଆବଶ୍ୟକ ନ ପଡିପାରେ। ଆମେ କଥା ହେଉଛି ୱାୟାର ଲେସ ଚାର୍ଜର ବିଷୟରେ, ଯାହା ସାହାଯ୍ୟରେ ଚାର୍ଜିଙ୍ଗ ଏକ୍ସପିରିଏନ୍ସ ସମ୍ପୂର୍ଣ ରୂପରେ ପରିବର୍ତ୍ତନ ହୋଇଯିବ।

କଣ ଅଟେ ଏୟାର ଚାର୍ଜିଙ୍ଗ ଟେକ୍ନୋଲୋଜି?:-

ଯେପରି ଆପଣ ଆଜି ୱାୟାର ଲେସ ଇୟରଫୋନ ବ୍ୟବହାର କରୁଛନ୍ତି। ସେହିଭଳି ଭବିଷ୍ୟତରେ, ଆପଣ ଫୋନକୁ ମଧ୍ୟ ଚାର୍ଜ କରିବାକୁ ସକ୍ଷମ ହେବେ। ଯଦିଓ ସ୍ମାର୍ଟଫୋନ ବ୍ରାଣ୍ଡଗୁଡିକ ଏହି ଟେକ୍ନୋଲୋଜିର ପରିଚୟ ଦେଇଛନ୍ତି ଏବଂ ଏହା ବଜାରରେ ଅଛି, କିନ୍ତୁ ଲୋକପ୍ରିୟ ହୋଇପାରି ନାହିଁ। ଆମେ Over The Air ଚାର୍ଜିଂ ଟେକ୍ନୋଲୋଜି ବିଷୟରେ କହୁଛୁ, ଯାହା ଆପଣଙ୍କ ଫୋନକୁ ପବନରେ ଚାର୍ଜ କରିପାରିବ।

୨୦୨୧ ମସିହାର ଆରମ୍ଭରେ ସା ଓମି ଓ ଅନ୍ୟ କମ୍ପାନୀ କହିଥିଲେକି ଏହିପରି ଟେକ୍ନୋଲୋଜି ଉପରେ କାମ କରୁକହନ୍ତି। କମ୍ପାନୀ ଏହାର ଡେମୋ ମଧ୍ୟ ଦେଖାଇଥିଲା, ଯାହାଫଳରେ ବ୍ରାଣ୍ଡ ଚାର୍ଜିଙ୍ଗ ବାକ୍ସରେ ୧୪୪ ଏଣ୍ଟିନାର ବ୍ୟବହାର କରିଥିଲେ।

ଏହାର ସାହାଯ୍ୟରେ mm-wave ସିଗନାଲ ଟ୍ରାଂସମିଟ ହେବ। ଏହି ସିଗନାଲ ସ୍ମାର୍ଟଫୋନ ପର୍ଯ୍ୟନ୍ତ ୧୪ଟି ଏଣ୍ଟିନା ସାହାଯ୍ୟରେ ପହଞ୍ଚିଥାଏ। ଯାହା ସିଗନାଲକୁ ୫ୱାଟର ପାୱାରରେ କନଭର୍ଟ କରିଦିଏ। ଏଥିରେ ସ୍ମାର୍ଟଫୋନ ପବନରେ ଚାର୍ଜ ହେବାକୁ ଲାଗେ। କମ୍ପାନୀ ଏହି ଟେକ୍ନୋଲୋଜିକୁ Mi Air Charger ନାମ ଦେଇଛି।

୧୯୦୧ରୁ ଚେଷ୍ଟା କରୁଛନ୍ତି:-

ସାଓମି ପ୍ରଥମ କମ୍ପାନୀ ନୁହେଁ, ଯିଏ ପ୍ରକୃତ ୱାୟାର ଚାର୍ଜିଂ ଟେକ୍ନୋଲୋଜି ବିକାଶ କରିବାକୁ ଚେଷ୍ଟା କରିଛି। Wardenclyff Tower ପରି Tesla Tower ଭାବରେ ମଧ୍ୟ ଜଣାଶୁଣା। ଏହାର ନିର୍ମାଣ ନିକୋଲା ଟେସଲା ୧୯୦୧ ମସିହାରେ ଲଙ୍ଗ ଆଇଲାଣ୍ଡ, ନ୍ୟୁୟର୍କରେ ନିଜର ପରୀକ୍ଷଣ ପାଇଁ କରିଥିଲେ।

ଏହି ପରୀକ୍ଷଣ ୱାୟାରଲେସ ଶକ୍ତି ସଂକ୍ରମଣ ସହିତ ସଂଯୁକ୍ତ ଥିଲା। ଯଦିଓ ଏହି ଟେକ୍ନୋଲୋଜି ବଜାରକୁ ଆସିଛି, କିନ୍ତୁ ଲୋକମାନେ ଏହାକୁ ଅଧିକ ପସନ୍ଦ କରୁନାହାଁନ୍ତି ଏବଂ ଏହା ବର୍ତ୍ତମାନ ପର୍ଯ୍ୟନ୍ତ ସାଧାରଣ ବ୍ୟବହାରକାରୀଙ୍କ ନିକଟରେ ପହଞ୍ଚି ନାହିଁ। ଏହାର ଅନେକ କାରଣ ମଧ୍ୟ ଅଛି।

କାହିଁକି ପପୁଲାର ହୋଇପାରିଲା ନାହିଁ ଏହି ଟେକ୍ନୋଲୋଜି?:-

ସାଓମି ଯେମିତି ଟେକ୍ନୋଲୋଜିକୁ ଆରମ୍ଭ କରିଥିଲା, ସେଥିରେ କେବଳ ୫ୱାଟର ଚାର୍ଜିଙ୍ଗ ମିଳୁଥିଲା। ୧୫୦ ୱାଟ ପର୍ଯ୍ୟନ୍ତ ଫାଷ୍ଟ ଚାର୍ଜିଙ୍ଗ ସମୟରେ ୫ ୱାଟର ଚାର୍ଜିଙ୍ଗ କାହାରିକୁ ଦରକାର ନାହିଁ। ସେହିପରି ପ୍ରକୃତ ୱାୟାରଲେସ ଚାର୍ଜିଙ୍ଗ ପାଇଁ ଆପଣଙ୍କୁ ଏଡିଶନାଲ ଏକ୍ସେସରିଜ ମଧ୍ୟ ବ୍ୟବହାର କରିବାକୁ ହେବ।

ଟେକ୍ନୋଲୋଜି ପ୍ରତ୍ଯେକ ଦିନ ବିକଶିତ ହେଉଅଛି ଓ ବର୍ତ୍ତମାନର ଟେକ ୱାର୍ଲ୍ଡରେ ପ୍ରତ୍ୟେକ ମୁହୁର୍ତ୍ତ ପୂର୍ବରୁ ଭଲ ହେଉଅଛି। ଏମିତିରେ ଏକ ଦିନ ଏମିତି ମଧ୍ୟ ଆସିବ, ଯେତେବେଳେ ଏହି ଟେକ୍ନୋଲୋଜି ଏଫୋର୍ଡବଲ ଓ ସହଜ ହେବ। ଏଥିପାଇଁ କଞ୍ଜ୍ୟୁମର୍ଷଙ୍କୁ ଏଡିସନାଲ ଏକ୍ସେସରିଜର ଆବଶ୍ୟକ ହେବ ନାହିଁ ଓ ଚାର୍ଜିଙ୍ଗ ଫାଷ୍ଟ ହୋଇଯିବ।

Leave A Reply

Your email address will not be published.