କୋଟିପତିକୁ ମଧ୍ୟ ରାସ୍ତାକୁ ନେଇଆସେ ଏହି 5 ଟି ଅଭ୍ୟାସ, ଯଦି ଆପଣଙ୍କ ଭିତରେ ମଧ୍ୟ ଅଛି ତେବେ ତୁରନ୍ତ ଛାଡ଼ିଦିଅନ୍ତୁ

0

Get real time updates directly on you device, subscribe now.

ଆଜିର ସମୟରେ ପଇସା ବହୁତ୍ ଜରୁରୀ ଜିନିଷ ହୋଇଥାଏ । ଏହା ବିନା ଜୀବନ ଅସ୍ତ ବ୍ୟସ୍ତ ହୋଇଯାଏ । ପଇସାକୁ ନେଇ ସମସ୍ତଙ୍କର ଅଲଗା ଅଲଗା ଅଭ୍ୟାସ ହୋଇଥାଏ । ଯେପରି କିଛି ଲୋକ କମ୍ ପଇସା ରୋଜଗାର କରି ମଧ୍ୟ ଭଲ ସେଭିଙ୍ଗ କରନ୍ତି । ଏହି ପଇସାରେ ଭଲ ଘର ଏବଂ ଗାଡ଼ି ଇତ୍ୟାଦି କିଣନ୍ତି ।

ସେହିପରି କିଛି ଲୋକ ଅଧିକ ପଇସା ରୋଜଗାର କରିବା ସତ୍ତ୍ୱେ ମଧ୍ୟ ଜୀବନରେ କୌଣସି ବଡ ସେଭିଙ୍ଗ କରିପାରନ୍ତି ନାହିଁ । ସେମାନେ ନିଜ ଖରାପ ଅଭ୍ୟାସ କାରଣରୁ ସବୁ ପଇସା ସାରିଦିଅନ୍ତି । ଆଜି ଆମେ ଆପଣଙ୍କୁ ପାଞ୍ଚଟି ସେହି ଅଭ୍ୟାସ ବିଷୟରେ କହିବାକୁ ଯାଉଛୁ, ଯାହା ଯେକୌଣସି ବ୍ୟକ୍ତି ଠାରେ ଥାଏ ସେ ତାର ବ୍ୟାଙ୍କ୍ ବାଲାନ୍ସ ଖାଲି କରିଦିଏ ।

ରୋଜଗାର ଠାରୁ ଅଧିକ ଖର୍ଚ୍ଚ କରିବା :-

କିଛି ଲୋକଙ୍କର୍ ଖର୍ଚ୍ଚ ଉପରେ କଣ୍ଟ୍ରୋଲ ନଥାଏ । ସେମାନେ ନିଜ ରୋଜଗାର ଠାରୁ ଅଧିକ ପଇସା ଖର୍ଚ୍ଚ କରନ୍ତି । ଯେପରି 40 ଟଙ୍କାର ମିଲରେ ପେଟ ଭର୍ତ୍ତି ହେଲେ ମଧ୍ୟ ସେମାନେ 400 ଟଙ୍କାରେ ପିଜା ଖାଇଥାନ୍ତି । ଯଦି ସେମାନଙ୍କର ମାସିକ ଦରମା 20, 000 ଥାଏ, ସେମାନେ ମାସକୁ 25 କିମ୍ବା 30 ହଜାର ଟଙ୍କା ଖର୍ଚ୍ଚ କରିଦିଅନ୍ତି । ଏପରି ଲୋକମାନେ କେବେ ବି ସେଭିଙ୍ଗ କରିପାରନ୍ତି ନାହିଁ । ତାପରେ ଖରାପ ସମୟରେ ଏମାନଙ୍କ ପାଖରେ ଟଙ୍କାଟିଏ ମଧ୍ୟ ନଥାଏ ।

ଦରକାର ଠାରୁ ଅଧିକ ସପିଙ୍ଗ କରିବା :-

କିଛି ଲୋକ ସପିଙ୍ଗ କରିବାକୁ ବହୁତ୍ ଭଲପାଆନ୍ତି । ଦରକାର୍ ନଥିଲେ ବି ସେମାନେ ସପିଙ୍ଗ କରନ୍ତି । ତାପରେ କିଛି ଶସ୍ତା ଜିନିଷ କିଣିବା ବଦଳରେ ବ୍ରାଣ୍ଡ ଜିନିଷ କିଣିବାକୁ ପସନ୍ଦ କରନ୍ତି । ଏସବୁ ଅଭ୍ୟାସ ଆପଣଙ୍କ ପଇସାର ଶତ୍ରୁ ହୋଇଥାନ୍ତି । ତେଣୁ ଭାବି ଚିନ୍ତି ଜିନିଷ କିଣିବା ଉଚିତ୍ । ଯଦି କୌଣସି ଜିନିଷ ଶସ୍ତାରେ ମିଳିଯାଉଛି ତେବେ ବ୍ରାଣ୍ଡ ଜିନିଷ ଆଡ଼କୁ ଯିବା ଉଚିତ୍ ନୁହେଁ । ଯେତିକି ଦରକାର ସେତିକି ଜିନିଷ କିଣିବା ଉଚିତ୍ ।

ଲୋକ ଦେଖାଣିଆ :-

କିଛି ଲୋକ ସମାଜରେ ଶୋ ଅଫ ଅର୍ଥାତ ଦେଖେଇ ହେବାପାଇଁ ଅଧିକ ଭଲପାଆନ୍ତି । ଆଉ ସୋସିଆଲ ମିଡ଼ିଆ ଜମାନାରେ ସମସ୍ତେ ନିଜ ଲାଇଫ ଷ୍ଟାଇଲକୁ ନିଜ ସାଙ୍ଗମାନଙ୍କ ସହ ସେୟାର କରିଥାନ୍ତି । ସେମାନଙ୍କୁ ଲାଗେ ଆମେ ମହଙ୍ଗା ଜିନିଷ କିଣି ଏବଂ ନିଜର ଭଲ ଲାଇଫଷ୍ଟାଇଲ ଦେଖାଇ ସମାଜରେ ନିଜ ଷ୍ଟାଟସ ବଢାଇବେ । କିନ୍ତୁ ଯେଉଁ ବ୍ୟକ୍ତି ପାଖରେ ଏହି ଅଭ୍ୟାସ ଥାଏ, ତା ପାଖରେ ସବୁବେଳେ ପଇସାର ଅଭାବ ଦେଖାଦିଏ ।

ପ୍ରତ୍ୟେକ ଦିନ ପାର୍ଟି କରିବା :-

କିଛି ଲୋକଙ୍କୁ ପାର୍ଟି କରିବାକୁ ଖୁବ୍ ଭଲ ଲାଗେ । ନିଜ ସାଙ୍ଗମାନଙ୍କ ସହ ଅନେକ ଲୋକ ଆଜିକାଲି ଖୁବ୍ ପାର୍ଟି କରୁଛନ୍ତି । ମହଙ୍ଗା ହୋଟେଲକୁ ଯାଆନ୍ତି ଏବଂ ମହଙ୍ଗା ଜିନିଷ କିଣନ୍ତି । ପାର୍ଟିର ଅଭ୍ୟାସ ଆପଣଙ୍କ ପଇସାକୁ ପାଣି ପରି ବୁହାଇ ଦେଇଥାଏ । ମାସକୁ ଥରେ ପାର୍ଟି କରିବା ଠିକ୍ ଅଛି, କିନ୍ତୁ ଯିଏ ବାରମ୍ବାର ପାର୍ଟି କରେ, ସେ ନିଜ ପଇସା କେବେ ବି ସଞ୍ଚୟ କରିପାରେ ନାହିଁ । ନିଜ ରୋଜଗାର ଅନୁଯାୟୀ ଆପଣ ପାର୍ଟି କରିବା ଉଚିତ୍ ।

ଜୁଆ ଏବଂ ନିଶା :-

ଜୁଆ ଖେଳିବାର ଅଭ୍ୟାସ ପଇସାର ସବୁଠାରୁ ବଡ ଶତ୍ରୁ ହୋଇଥାଏ । ଯେଉଁ ଲୋକଙ୍କର ଜୁଆ ଖେଳିବାର ଅଭ୍ୟାସ ହୋଇଯାଏ, ସେ ଅନ୍ୟ ଠାରୁ ଉଧାର ନେଇ ନେଇ ପଇସା ବୁହାଇବା ପାଇଁ ପଛାଇ ନଥାଏ । ଏହାବ୍ୟତୀତ ପ୍ରତିଦିନ ମଦ ପିଇବା  ମଧ୍ୟ ଖରାପ ହୋଇଥାଏ । ଜୁଆ ଏବଂ ନିଶା ଏହି ଦୁଇଟି ଜିନିଷ ମିଶି ଗୋଟିଏ ଭଲ ଘରକୁ ନଷ୍ଟ କରିଦିଏ । ତେଣୁ ଏସବୁ ଜିନିଷଠାରୁ ଯେତେ ସମ୍ଭବ ସେତେ ଦୂରେଇ ରହିବା ଉଚିତ୍ ।

Leave A Reply

Your email address will not be published.