ବିଜେଡ଼ି ପ୍ରସ୍ତୁତ କଲା ବଡ଼ ପ୍ଲାନ୍ । ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ଗଠନ ହୋଇଛି ବିଜେଡ଼ିର ନୂଆ ମହିଳା ଟିମ୍ ।

0

Get real time updates directly on you device, subscribe now.

ତେବେ ବନ୍ଧୁଗଣ ବର୍ତମାନ ସମୟରେ ଯାହା ଏକ ବଡ଼ ଖବର ଶୁଣିବାକୁ ମିଳୁଛି ଯେ ଏବେ ବିଜେଡ଼ି ଫୋକସ୍ ରେ ମହିଳା ଭୋଟର୍ । ସାଧାରଣ ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଚଳାଇଥିବା ବିଜେଡି ଆସନ୍ତା ୨୦୨୪ ନିର୍ବାଚନ ପାଇଁ ମହିଳାଙ୍କ ବହୁ ସମର୍ଥନ ପାଇବା ପାଇଁ ଏବେ ଠାରୁ ପ୍ରୟାସ କରିଲାଣି । ସେଥିପାଇଁ ରାଜ୍ୟର ସମସ୍ତ ୧୪୭ ନିର୍ବାଚନ ମଣ୍ଡଳୀରେ ମହିଳା ସମାବେଶ କରିବ । ଅକ୍ଟୋବର ମାସରେ ଦଳର ଜନସମ୍ପର୍କ ପଦଯାତ୍ରାରେ ମଧ୍ୟ ଗୋଟିଏ ଦିନ କେବଳ ମହିଳାମାନଙ୍କୁ ନେଇ ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଛି ।

ଏହା ସହିତ ରାଜ୍ୟ ସରକାରଙ୍କ ବିଭିନ୍ନ ‘ଲୋକାଭିମୁଖୀ ଯୋଜନା’ର ବାର୍ତ୍ତା ଘରେ ଘରେ ପହଞ୍ଚାଇ ଭୋଟ ବ୍ୟାଙ୍କ ବଢ଼ାଇବା ନିମନ୍ତେ ବିଜେଡି ରଣନୀତି ପ୍ରସ୍ତୁତ କରିଛି । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହି ଆସୁଛନ୍ତି ଯେ, ଦଳକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ନେତ୍ରୀ ଓ ମହିଳା କର୍ମୀମାନେ ନିଜ ନିଜ ସ୍ତରରେ କାମ ଜାରି ରଖିବା ଉଚିତ୍ । ସବୁକ୍ଷେତ୍ରରେ ମହିଳାଙ୍କ କଲ୍ୟାଣ ଓ ବିକାଶକୁ ବିଜେଡି ସର୍ବଦା ଗୁରୁତ୍ଵ ଦେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ତେବେ ମହିଳା ସଶକ୍ତିକରଣ କ୍ଷେତ୍ରରେ ଆଉ ପାଦେ ଆଗକୁ । ମହିଳାଙ୍କୁ ସଶକ୍ତ ଓ ସ୍ବାବଲମ୍ବୀ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସବୁବେଳେ ଗୁରୁତ୍ୱ ଦେଇ ଆସିଛନ୍ତି । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରୁ ୫ ହଜାର କୋଟି ଟଙ୍କାର କାମ ଏସ-ଏଚ-ଜିଙ୍କୁ ଯୋଗାଇ ଦିଆ ଯାଉଛି । ଆସନ୍ତା ୫ ବର୍ଷ ମଧ୍ୟରେ ୫୦ ହଜାର କୋଟି ଟଙ୍କାର ଋଣ ଯୋଗାଇ ଦେବାକୁ ରାଜ୍ୟ ସରକାର ନିଷ୍ପତି ମଧ୍ୟ ନେଇଛନ୍ତି ।

ଅନ୍ୟପକ୍ଷେ ବିଜେଡ଼ି ମହିଳାଙ୍କ ସମର୍ଥନକୁ ସୁଦୃଢ କରିବା ଲକ୍ଷ୍ୟ ନେଇ ଗଠନ କରିଛି ନୂଆ ବିଜୁ ମହିଳା ଜନତା ଟିମ୍‌ ଆଉ ତାସହ ସୃଷ୍ଟି ହୋଇଛି ମଧ୍ୟ ସବୁ ନୂତନ ପଦବୀ । ତେବେ ସୂଚନା ମୁତାବକ ନୂଆ ଟିମ୍‌ରେ ଉପଦେଷ୍ଟା ୨୩ଜଣ, କାର୍ଯ୍ୟକାରୀ ସଭାପତି ୩ଜଣ, ଜଣେ ମହାସଚିବ, ଜୋନାଲ ସଭାପତି ୭ ଜଣ ସହିତ ଜୋନାଲ କାର୍ଯ୍ୟକାରୀ ସଭାପତି ୬ଜଣ ଅଛନ୍ତି । ଆଗାମୀ ଭବିଷ୍ୟତରେ ହେବାକୁ ଥିବା ନିର୍ବାଚନକୁ ଦୃଷ୍ଟି ରେ ରଖି ବିଜେଡ଼ି ମହିଳା ଭୋଟର୍ ସଂଖ୍ୟା ଆହୁରି ବଢ଼ାଇବା ଲକ୍ଷ ନେଇ ପ୍ରସ୍ତୁତ କରିଛି ବ୍ଲୁ ପ୍ରିଣ୍ଟ ।

Leave A Reply

Your email address will not be published.