ନୂତନ‌ ଟ୍ରାଫିକ ନିୟମ : ଏବେ ହେଲମେଟ୍ ପିନ୍ଧିବା ପରେ ବି କଟିବ ଦୁଇ ହଜାର ଟଙ୍କାର ଚାଲାଣ, ଜାଣନ୍ତୁ କାରଣ….

0

Get real time updates directly on you device, subscribe now.

ନୂଆ ଟ୍ରାଫିକ ନିୟମ ମୁତାବକ ହେଲମେଟ ପିନ୍ଧିବା ସତ୍ୱେ ବି ୨ ହଜାର ଟଙ୍କାର ଚାଲାଣ କଟା ଯାଇ ପରେ|ଏଭଳି କିପରି ହୋଇପାରେ ? କ’ଣ ଏହି ନିୟମ ସତ ? ଆଜି ମୁଁ ଆପଣଙ୍କୁ ଏହି ନିୟମର ବାସ୍ତବିକତା ବତାଇବାକୁ ଯାଉଛି |ପ୍ରକୃତରେ ନୂତନ ମୋଟର ଭେକିଲ ଆକ୍ଟ ମୁତାବକ ଯଦି କୌଣସି ଚାଳକ ବାଇକ ବା ସ୍କୁଟର ଚଲାଇବା ସମୟରେ ହେଲମେଟର ପଟି ଲଗାଇ ନଥାଏ , ଏଭଳି ସ୍ଥିତିରେ ନିୟମ 194D MVA ଅନ୍ତର୍ଗତ ୧୦୦୦ ଟଙ୍କାର ଚାଲାଣ କଟାଯାଇ ପାରେ|

ଯଦି କୌଣସି ଡିଫେକ୍ଟିଭ ହେଲମେଟ୍ ପିନ୍ଧନ୍ତି,ବା ବିଆଇଏସ୍ ରେଜିଷ୍ଟ୍ରେସନ ବାଲା ହେଲମେଟ୍ ନ ପିନ୍ଧିଥାନ୍ତି ତେଵେ 194D MVA ଅନ୍ତର୍ଗତ ୧୦୦୦ ରୁ ଉର୍ଦ୍ଧ୍ବ ଜୋରିମାନା ଦେବାକୁ ପଡିବ|ସେତେବେଳେ ଆପଣ ଯଦିଓ ହେଲମେଟ୍ ପିନ୍ଧିଥିବେ ନୂଆ ନିୟମ ପାଳନ ନକଲେ ୨୦୦୦ ଟଙ୍କାର ଚାଲାଣ ଭରିବାକୁ ହେବ|ଏହି ନିୟମ ଅନୁସାରେ ଓଭର‌ ଲୋଡିଙ୍ଗ ଯୋଗୁଁ ଆପଣଙ୍କୁ ୨୦ ହଜାର ଟଙ୍କାର ଜୋରିମାନା ଦେବାକୁ ପଡିବ|ଏହି ନିୟମ ଅନ୍ତର୍ଗତ ଉଭୟ ଚାଳକ ଓ ପଛରେ ବସିଥିବା ଲୋକକୁ ହେଲମେଟ ପିନ୍ଧିବା ବାଧ୍ୟତାମୂଳକ|

ସଡକ ପରିବହନ ଓ ରାଷ୍ଟ୍ରୀୟ ରାଜମାର୍ଗ ମନ୍ତ୍ରାଳୟ ପକ୍ଷରୁ ଦୁଇ ଚକିଆ ବାହାନ ଉପରେ ୪ ବର୍ଷ ବୟସରୁ କମ୍ ଛୁଆକୁ ନେଵା ପାଇଁ ହେଲମେଟ ସହ ହାର୍ନସ୍ ବେଲ୍ଟ ଲଗାଇବା ବାଧ୍ୟତାମୂଳକ ଅଟେ|ଏହି ସମୟରେ ବାହାନର ଗତି ୪୦ କିମି ପ୍ରତି ଘଣ୍ଟା ରହିବା ଆବଶ୍ୟକ|ଏହି ନିୟମ ନମାନିଲେ ୧୦୦୦ ଟଙ୍କା ଜୋରିମାନା ଓ ତିନି ମାସ ପାଇଁ ଡ୍ରାଇଭିଙ୍ଗ ଲାଇସେନ୍ସ ସସପେଣ୍ଡ କରା ଯାଇ ପାରେ|

Leave A Reply

Your email address will not be published.