କାଳିଆ ଯୋଜନାଙ୍କୁ ନେଇ ବଡ ଖବର,ଏହି ତାରିଖରେ ଆସିବ କାଳିଆ ଟଙ୍କା,୪୧ ଲକ୍ଷ ଚାଷୀଙ୍କ ଖାତାକୁ ଆସିବ ଟଙ୍କା

0

Get real time updates directly on you device, subscribe now.

ଚାଷ ଓ ଚାଷୀଙ୍କ ସମୃଦ୍ଧି ଆଣୁଛି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଆରମ୍ଭ କରାଯାଇ ଥିବା ‘କାଳିଆ’ ଯୋଜନା ଯାହା ଦେଶରେ ଏକ ଉଦାହରଣ ସୃଷ୍ଟି କରିଛି । ଏହା ଅଧୀନରେ ୯୨% ବିଭିନ୍ନ ବର୍ଗର କୃଷି ଶ୍ରମିକ ଉପକୃତ ହେଉଛନ୍ତି । କୃଷି କଲେ ଉନ୍ନତ ସକଳ ଉନ୍ନତି ଏହାଦ୍ୱାରା ସଫଳ ହେଉଛି । ତେବେ ବନ୍ଧୁଗଣ ବର୍ତମାନ ସମୟରେ ଯେଉଁ ଏକ ବଡ଼ ଖବର ରହିଛି ତାହା ହେଉଛି ନୂଆଁଖାଇରେ ଚାଷୀଙ୍କୁ ‘କାଳିଆ’ ସହାୟତା ରାଶି ଦିଆ ଯାଇପାରେ । ପଶ୍ଚିମ ଓଡ଼ିଶାର ଏହି କୃଷିଭିତ୍ତିକ ଗଣପର୍ବରେ ରାଜ୍ୟର ୪୧ ଲକ୍ଷରୁ ଊର୍ଦ୍ଧ୍ବ ଚାଷୀଙ୍କୁ ପ୍ରାୟ ୮୦୦ କୋଟି ଟଙ୍କାର ସହାୟତା ବଣ୍ଟନ କରାଯିବ ବୋଲି ସୂଚନା ରହିଛି । ଏଥିପାଇଁ କୃଷି ବିଭାଗ ପ୍ରସ୍ତୁତି କରିଛି ।

ରାଜ୍ୟ ସରକାର ଚଳିତବର୍ଷ ବଜେଟରେ କୃଷିକ୍ଷେତ୍ର ଲାଗି ସର୍ବାଧିକ ୨୧,୧୬୬ କୋଟି ଟଙ୍କାର ବ୍ୟୟ ବରାଦ କରିଥିବା ବେଳେ ଏଥିରୁ ‘କାଳିଆ’ ସହାୟତା ବାବଦକୁ ୧୮୭୪ କୋଟି ଟଙ୍କା ବଣ୍ଟା ହେବାକୁ ରହିଛି । ଆଉ ଇତି ମଧ୍ୟରେ ୭ଟି ପର୍ଯ୍ୟାୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ୯ ହଜାରରୁ ଊର୍ଦ୍ଧ୍ବ କୋଟି ଟଙ୍କାର ସହାୟତା ରାଶି ବଣ୍ଟାଯାଇ ସାରିଲାଣି । ଏବେ ଅଷ୍ଟମ ପର୍ଯ୍ୟାୟରେ ପ୍ରାୟ ୮୦୦ କୋଟି ଟଙ୍କା ବଣ୍ଟା ଯିବାକୁ ପ୍ରକ୍ରିୟା ଚାଲିଛି ।

ଆଉ ଏହା ମଧ୍ୟରେ ଯୋଜନା ଆରମ୍ଭ ହେବା ପରେ ୨୦୧୮ରେ ପ୍ରଥମ ଥର ପାଇଁ ରବି ଋତୁ ଲାଗି କାଳିଆ ସହାୟତା ଦିଆ ଯାଇଥିଲା । ତେବେ ୨୦୧୯ ମସିହାରେ କେବଳ ଖରିଫ ଫସଲ ଲାଗି ସହାୟତା ବଣ୍ଟନ କରା ଯାଇଥିଲା । ୨୦୨୦ ଓ ୨୦୨୧ ରେ ଉଭୟ ରବି ଏବଂ ଖରିଫ ସହାୟତା, ୨୦୨୨ ରେ ଖରିଫ ସହାୟତା ବଣ୍ଟନ ସରିଛି ।

ଏବେ ରବି ସହାୟତା ବଣ୍ଟନ ହେବାକୁ ରହିଛି । ୨୦୧୯ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍‌-କିଶାନ) ଯୋଜନା କାର୍ଯ୍ୟକାରୀ କରାଯାଇ ବାର୍ଷିକ ୩ଟି କିସ୍ତିରେ ୬ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବା ଯୋଗୁଁ ଉକ୍ତବର୍ଷ ରାଜ୍ୟ ସରକାର ରବି ସହାୟତା ପ୍ରଦାନ କରିପାରି ନଥିଲେ । ସରକାରଙ୍କ ପକ୍ଷରୁ ଚାଷୀ ଗଣନା ଲାଗି ‘କୃଷକ ଓଡ଼ିଶା’ କାର୍ଯ୍ୟକ୍ରମ ହାତକୁ ନିଆ ଯାଇଛି । ଏଥିରେ ନୂତନ ଭାବେ ସାମିଲ ହୋଇଥିବା ପ୍ରାୟ ୪୫ ହଜାରରୁ ଊର୍ଦ୍ଧ୍ବ ଭୂମିହୀନ ଚାଷୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ସହାୟତା ବଣ୍ଟନ କରାଯିବାକୁ ରହିଛି । ମାତ୍ର ରବି ଋତୁ ଲାଗି ଚାଷୀମାନଙ୍କ ବ୍ୟାଙ୍କ ଖାତାରେ ୨୦୦୦ ଟଙ୍କା ଲେଖାଏଁ ଜମା କରାଯିବ ।

Leave A Reply

Your email address will not be published.