ଦେଖନ୍ତୁ ଭିଡ଼ିଓ : ମାତ୍ର କେଇ ସେକେଣ୍ଡରେ ଷ୍ଟେସନରୁ ମା’ କୋଳରୁ ପିଲାକୁ ଚୋରି କରି ନେଲା ଚୋର…

0

Get real time updates directly on you device, subscribe now.

ଆଜି କାଲି ସମୟରେ ଚାରି ଆଡ଼େ ମାତିଲେଣି ପିଲା ଚୋର । ଛୋଟ ବେଳେ ପିଲା ମାନେ ଅବୁଝା ହେଲେ କିମ୍ବା କଥା ନ ମାନିଲେ ବାପା ମା ମାନେ ନିଜ ଛୁଆଙ୍କୁ ଆକଟ କରି କୁହନ୍ତି ବାହାରକୁ ଗଲେ ଛୁଆ ଧରା ବାବାଜୀ ନେଇଯିବ । ଦୁଷ୍ଟ ହ ନାହିଁ । ଆଉ ସେଇ ଅବୋଧ ଛୋଟ ପିଲାଟି ଏହାକୁ ସତ ମାନି ଡରି ଯାଇଥାଏ ଆଉ ଦୁଷ୍ଟ ହୁଏନା । କିନ୍ତୁ ଏବେ ର ସମୟ ପୂରା ବଦଳି ଯାଇଛି ।

ଧୀରେ ଧୀରେ ସତ ହେବାକୁ ଯାଉଛି ସେ ସବୁ କଥା । ବାପା ମାଁ ଙ୍କ ଟିକିଏ ଅସାବଧାନତା ର ଫାଇଦା ଉଠାଇ ପିଲା ଚୋର ମାନେ ଛୋଟ ଛୋଟ ପିଲାଙ୍କୁ ଚୋରି କରିନେଇ ସେମାନଙ୍କ ଅଲଗା ଜାଗାରେ ବିକ୍ରି କରିଦେବା ସହିତ ତାଙ୍କର ଅଙ୍ଗ ପ୍ରତ୍ୟଙ୍ଗ ମଧ୍ୟ ଉଚ୍ଚ ଦାମରେ ବିକ୍ରି କରି ଦେଉଛନ୍ତି । ଆଗରୁ ତୋ ଲୁଚା ଛୁପାରେ ହେଉଥିଲା ଏସବୁ । କିନ୍ତୁ ବର୍ତମାନ ସମୟରେ ଦିନ ଦ୍ବିପହରରେ ଦିବା ଆଲୋକରେ ଏଭଳି ଭାବରେ ଡକାୟତି ହେଉଛି । ନିକଟରେ ସାମ୍ନାକୁ ଆସିଛି କି ଗୋଟେ ମା ପାଖରୁ ଶୋଇଥିବା ଅବସ୍ଥାରେ ତାର କୁନି ଛୁଆକୁ ଚୋରି କରି ନେଉଥିବାର ଦୃଶ୍ୟ । ଦର୍ଶକବନ୍ଧୁ ଆଜିକାଲି ଏହି କଳିଯୁଗରେ ଏମିତି ଅନେକ ପାପ ଘଟଣା ସୋସିଆଲ ମିଡିଆରେ ସାମ୍ନାକୁ ଆସୁଛି ଯାହା ଆମ ସମାଜ ଉପରେ କୁପ୍ରଭାବ ପକାଉଛି ।

ଆଉ ଲୋକମାନେ ଆଜିକାଲି କେତେ ତଳକୁ ଖସି ଗଲେଣି ତାହାର ଶିକ୍ଷା ମଧ୍ୟ ଦେଉଛି । ଆଉ ଆଜିକା ସମୟରେ ସିସିଟିଭି ପାଲଟିଛି ଏକ ମୁଖ୍ୟ ବସ୍ତୁ । ବନ୍ଧୁଗଣ କେବେ କେବେ କ୍ୟାମେରାରେ କିଛି ଏମିତି ଘଟଣା ରେକର୍ଡ ହୋଇଯାଏ ଯଦି ଏହା କ୍ୟାମେରାରେ ରେକର୍ଡ ନ ହୋଇଥାନ୍ତା କେହି ଏହାକୁ ବିଶ୍ୱାସ କରିନଥାନ୍ତେ । ତେବେ ବର୍ତମାନ ସୋସିଆଲ ମିଡ଼ିଆରେ ପିଲା ଚୋରିର ଏକ ରେକର୍ଡ଼ ହୋଇଥିବା ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଆଉ ଏଭଳି ଲଜ୍ୟାଜନକ ଘଟଣା ଘଟିଛି ମଥୁରା ରେଳ ଷ୍ଟେସନରେ ।

ଜଣେ ବ୍ୟକ୍ତି ହଠାତ୍ ଆସି ମା କୋଳରେ ଶୋଇଥିବା ମାତ୍ର ୭ ମାସର ଛୁଆକୁ କେଇଟା ସେକେଣ୍ଡ ଭିତରେ ଉଠାଇ ନେଇ ଦୌଡ଼ି ପଳାଉଛି । ଆଉ ଏହି ଭିଡ଼ିଓ ଭାଇରାଲ ହେବା ପରେ ମଥୁରା ପୋଲିସ୍ ସିସିଟିଭି ଫୁଟେଜ ଆଧାରରେ ଚୋରି କରିଥିବା ବ୍ୟକ୍ତିଙ୍କୁ ଚିହ୍ନି ଧରିବା ପାଇଁ ତଦନ୍ତ ଆରମ୍ଭ କରିଦେଇଛି । ତେବେ ସୂଚନା ମୁତାବକ ଏହି ଭିଡ଼ିଓକୁ ସୋସିଆଲ ମିଡ଼ିଆରେ ରେ ସେୟାର କରିଥିଲେ ଉତ୍ତରପ୍ରଦେଶର ପୋଲିସ ଯବାନ ସଚିନ କୌଶିକ ।

Leave A Reply

Your email address will not be published.