ମଜାଳିଆ ଭିଡିଓ: କ’ଣ ଆପଣ ମଧ୍ୟ ଅଫିସରେ କରନ୍ତି ଏଭଳି ହଇରାଣ ? ଭିଡିଓ ଦେଖି ହସିହସି ଗଡି ଯିବେ

0

Get real time updates directly on you device, subscribe now.

ଟ୍ରେଣ୍ଡିଙ୍ଗ ଭିଡିଓ: ଇନଷ୍ଟାଗ୍ରାମରେ ଦୈନିକ ଜଣାନାହିଁ କେତେ ଭିଡିଓ ଭାଇରାଲ ହୋଇଥାଏ|କିଛି ଭିଡିଓକୁ ଦେଖି ଲାଗିବ ଯେ ଏହା ଯେଭଳି ଦୈନିକ ଆପଣଙ୍କ ସହ ଘଟିଥାଏ|ଏଭଳି ଏକ ଭିଡିଓ ଏବେ ଇଣ୍ଟରନେଟରେ ଭାଇରାଲ ହେଉଛି|ଏଥିରେ ଜଣେ ଯୁବତୀଙ୍କୁ ନିଜ ଅଫିସରେ ବସିଥିବା ଦେଖାଯାଏ|

କୋଭିଡ ସମସ୍ତଙ୍କୁ ଘରୁ କାମ କରିବାର ଏଭଳି ଆ ଅଭ୍ୟାସ କରି ଦେଇଛି ଯେ ଏଵେ ଅଫିସରେ ଯାଇ କାମ କରିବା କଷ୍ଟକର ହେଉଅଛି|ଏମିତିରେ ଜଣେ ଯୁବତୀଙ୍କ ଭିଡିଓ ବହୁ ପସନ୍ଦ ହେଉଛି|ଏହି ଭିଡିଓରେ ଯୁବତୀ ଯେଉଁଭଳି ଭାବେ କାମ କରୁଛନ୍ତି, କିଛି ଲୋକଙ୍କୁ ଲାଗୁଛି,ଏହା ଯେପରି ତାଙ୍କ କାହାଣୀ|ପ୍ରଥମେ ଆପଣ ମଧ୍ୟ ଭିଡିଓକୁ ଦେଖନ୍ତୁ……

ଏହି ଭିଡିଓର କ୍ୟାପ୍ସନରେ ଲେଖାଅଛି ଯେ କିଭଳି ଅଫିସରେ ମୁଁ ସକାଳ ଆରମ୍ଭ କରେ|ଏହି ଭିଡିଓରେ ଚେୟାରରେ ବସିଥିବା ଯୁବତୀ ନିଜ ଲାପଟପ ଖୋଲେ|ଏହାପରେ ବଡ ଆଳସ୍ୟରେ ନିଜ ଚେୟାରକୁ ପଛକୁ କରେ, ନିଜ ଦୁଇ ଗୋଡକୁ ଭାଙ୍ଗି ଏଭଳି ବସିଯାଏ ଯେପରିକି ଘରେ ବେଡରେ ବସିଥାନ୍ତି|ଏହି ଭିଡିଓକୁ ଦେଖି ବହୁ ୟୁଜର୍ସ କମେଣ୍ଟ କରୁଛନ୍ତି|

ଏହି ଭିଡିଓକୁ ୧ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ପସନ୍ଦ କରିଛନ୍ତି|କମେଣ୍ଟ ସେକ୍ସନରେ ବହୁ ୟୁଜର୍ସ କହିଛନ୍ତି ଯେ ଏହା ମୋ ସହ ଘଟୁଛି|ବହୁ ଲୋକ ହସ ଇମୋଜି ଦେଇଛନ୍ତି|ଜଣେ ୟୁଜର ଲେଖିଛନ୍ତି ଆରାମ ସବୁଠାରୁ ଅଧିକ ଜରୁରୀ|କିଛି ଲୋକ ନିଜ ବନ୍ଧୁମାନଙ୍କୁ ଟ୍ୟାଗ କରି ଖୁବ ମଜାକ କରିଛନ୍ତି|

Leave A Reply

Your email address will not be published.