Business Idea : ଚାକିରି ଛାଡ଼ନ୍ତୁ ଆଉ ଘରେ ବସି ଆରମ୍ଭ କରନ୍ତୁ ଏହି ବିଜନେସ, 15 ଲକ୍ଷରୁ ଅଧିକ ହେବ ରୋଜଗାର, ଜାଣନ୍ତୁ କିପରି

0

Get real time updates directly on you device, subscribe now.

Business Idea : ଯଦି ଆପଣ କମ୍ ଜାଗାରେ ଏମିତି କୌଣସି ଫସଲ ଉତ୍ପାଦନ କରିବାକୁ ଚାହାଁନ୍ତି, ଯେଉଁଥିରୁ ଅଧିକ ଲାଭ ହେବ, ତେବେ ଆପଣ ସରକାରଙ୍କ ସାହାଯ୍ୟରେ ଅଦା ଚାଷ ମଧ୍ୟ କରିପାରିବେ ।

ପ୍ରତ୍ୟେକ ଘରେ ଅଦା ବ୍ଯବହାର ହୋଇଥାଏ :-

ଆପଣଙ୍କୁ କହିରଖୁଛୁ ଯେ ପ୍ରତ୍ୟେକ ଘରେ ଅଦା ବ୍ୟବହାର କରାଯାଏ । ଚା ଠାରୁ ନେଇ ବିଭିନ୍ନ ତରକାରୀ କିମ୍ବା ଅନ୍ୟ ଡିସ ତିଆରି କରିବାରେ ମଧ୍ୟ ଅଦା ବ୍ୟବହାର କରାଯାଏ । ଶୀତଦିନେ କିମ୍ବା ଥଣ୍ତା ପାଗରେ ଅଦା ବହୁତ୍ ବ୍ୟବହାର କରାଯାଏ । ତେବେ ଚାଲନ୍ତୁ ଜାଣିବା ଆପଣ ଅଦା ଚାଷ କିପରି ଆରମ୍ଭ କରିବେ ।

କିପରି କରିବେ ଅଦା ଚାଷ :-

ଅଦା ଲଗାଇବା ପାଇଁ ଅଦାର ପୂର୍ବ ଫସଲର କନ୍ଦାକୁ ବ୍ୟବହାର କରାଯାଏ । ସେହିପରି ବଡ ବଡ ଅଦାର ପଞ୍ଝା ଗୁଡ଼ିକୁ ଏମିତି ଭାବରେ ଭଙ୍ଗାଯାଏ ଯେ ଯେପରି ଗୋଟିଏ ଖଣ୍ଡରୁ ଦୁଇ କି ତିନୋଟି ଚାରା ବାହାରି ପାରିବ । ସେହିପରି ଅଦା ଚାଷ ମୁଖ୍ୟତଃ ପ୍ରାକୃତିକ ବର୍ଷା ଉପରେ ନିର୍ଭର କରେ । ଏହାକୁ ଏକୁଟିଆ କିମ୍ବା ଅଲଗା ଗଛ ସହ ମଧ୍ୟ ଚାଷ କରାଯାଇପାରିବ । ସେହିପରି ଏକ ହେକ୍ଟରରେ ଲଗାଇବା ପାଇଁ 12 ରୁ 15 ଟି କନ୍ଦା ଆବଶ୍ୟକ ହୁଏ ।

ଅଦା ଲଗାଇବାର ପଦ୍ଧତି :-

କୁହାଯାଉଛି ଯେ ଅଦା ଲଗାଇବା ସମୟରେ ଧାଡ଼ିରୁ ଧାଡ଼ି ଦୂରତା 30 ରୁ 40 CM ଏବଂ ଗଛରୁ ଗଛ ଦୂରତା 20 ରୁ 25 CM ରଖିବା ଉଚିତ୍ । ଏହାସହିତ କନ୍ଦା ଗୁଡ଼ିକୁ 4-5 CM ଗଭୀରରେ ପୋତିବା ପାଇଁ ହାଲକା ମାଟି କିମ୍ବା ଶୁଖିଲା ଗୋବର ଘୋଡେଇବା ଉଚିତ୍ ।

ହେବ ଏତିକି ଖର୍ଚ୍ଚ :-

କୁହାଯାଉଛି ଯେ ଅଦା ଫସଲ ପ୍ରାୟ 8 ରୁ 9 ମାସ ମଧ୍ୟରେ ପ୍ରସ୍ତୁତ ହୋଇଯାଏ । ଅଦା ଫସଲ ହାରାହାରି ପ୍ରତି ହେକ୍ଟର ପିଛା 150 ରୁ 200 କ୍ଵିଣ୍ଟାଲ ଅଦା ହୋଇଥାଏ । ସେହିପରି 1 ଏକରରେ 120 କ୍ଵିଣ୍ଟାଲ ଅଦା ହୋଇଥାଏ । 1 ହେକ୍ଟରରେ ଅଦା ଚାଷ କଲେ ପ୍ରାୟ 7 ଲକ୍ଷ ଟଙ୍କାର Expenses ମଧ୍ୟ ଆସିଯାଏ ।

କେତେ ଲାଭ ହେବ :-

ଯଦି ଆମେ ଏହାର ଲାଭ ବିଷୟରେ କଥା ହେବା, ତେବେ 1 ହେକ୍ଟରରେ ଅଦା ଚାଷରୁ ପ୍ରାୟ 150 ରୁ 200 କ୍ଵିଣ୍ଟାଲ ବାହାରେ । ବଜାରରେ ଅଦାର ଦାମ କିଲୋ ପିଛା 80 ଟଙ୍କା ଥାଏ । କିନ୍ତୁ ଯଦି ଅଦାର ମୂଲ୍ୟ ହାରାହାରି 50 ରୁ 60 ମଧ୍ୟ କହିବା, ତେବେ 1 ହେକ୍ଟରରୁ ଆପଣଙ୍କର ପ୍ରାୟ 25 ଲକ୍ଷ ଟଙ୍କା ରୋଜଗାର ହେବ । ସେହିପରି ସବୁ ଖର୍ଚ୍ଚ ହଟାଇବା ପରେ ମଧ୍ୟ ଆପଣଙ୍କର 15 ଲକ୍ଷ ଟଙ୍କା ଲାଭ ହେବ ।

Leave A Reply

Your email address will not be published.