ମାତ୍ର ୨୭ ବର୍ଷ ବୟସରେ ଆରମ୍ଭ କରିଥିଲେ ବିଜନେସ, ଏବେ ପ୍ରତିବର୍ଷ କମାଉଛନ୍ତି 10,000 କୋଟି,ଜାଣନ୍ତୁ ତାଙ୍କ ସଫଳତାର ରହସ୍ୟ

0

Get real time updates directly on you device, subscribe now.

ଯେଉଁଠାରେ ଆଜିର ଯୁବା କୃଷି କ୍ଷେତକୁ ଯିବାପାଇଁ ନାରାଜ ରହୁଛନ୍ତି ସେହିପରି ଏକ ସମୟ ଏମିତି ଥିଲା ଯେବେ 1986 ମସିହାରେ ମଲ୍ଲିକା ଶ୍ରୀନିବାସନ 27 ବର୍ଷ ବୟସର ଥିଲେ, ସେସମୟରେ ମ୍ୟାସି ଫର୍ଗୁସନ ଟ୍ରାକ୍ଟର ଓ କୃଷି ଉପକରଣ ନିର୍ମାତା କମ୍ପାନୀ ଟାଫେ ଙ୍କ ସହିତ ଜଡ଼ିତ ହେବାର ମୌକା ମିଳିଥିଲା। ସେ ଏହି ଅଫରକୁ ବିନା ଭାବି ଚିନ୍ତି ଆପଣାଇ ନେଇଥିଲେ। 90 ଦଶକ ସମୟରେ କୌଣସି ମହିଳାଙ୍କ ପାଇଁ କୃଷି ଉପକରଣ କମ୍ପାନୀକୁ ସମ୍ଭାଳିବା ଏକ ଚ୍ୟାଲେଞ୍ଜ ଥିଲା। କିନ୍ତୁ ମଲ୍ଲିକାଙ୍କ ପାଇଁ ଏହା ଏକ ସାଧାରଣ କଥା ଥିଲା। ତାଙ୍କ ପିତା ତାଙ୍କୁ ନିଷ୍ପତ୍ତି ନେବାରେ ସ୍ୱତନ୍ତ୍ର ଛାଡ଼ି ଦେଇଥିଲେ। ମଲ୍ଲିକାଙ୍କ କହିବା ହେଲା କାରବାର ଯେକୌଣସି ବି ହେଉ ନା କାହିଁକି ସମସ୍ତଙ୍କୁ ଏକ ନ୍ୟୁନତମ ଆବଶ୍ୟକତା ରହିଛି। ଏହି ଭରସାରେ ସେ ଟାଫେ କମ୍ପାନୀର ଆରମ୍ଭ କରିଥିଲେ।

ଫୋବର୍ସ ତାଲିକାରେ 50 ତମ ରାଙ୍କ:-

ସୂଚନା ଅନୁସାରେ ଆପଣ ସମସ୍ତଙ୍କୁ ଜଣାଇଦେଉଛୁ କି, ଫୋବର୍ସ ଲିଷ୍ଟରେ ମଲ୍ଲିକାଙ୍କୁ ଏସିଆର 50ତମ ଶକ୍ତିଶାଳୀ ମହିଳା ରୂପରେ ସ୍ଥାନ ଦିଆଯାଇଛି। 2021 ମସିହାରେ ଏହି ମହିଳାଙ୍କୁ ଫର୍ଚ୍ୟୁନର 100 ଜଣ ଶକ୍ତିଶାଳୀ ମହିଳାଙ୍କ ମଧ୍ୟରେ ସ୍ଥାନ ଦିଆଯାଇଥିଲା। ଆଜି ସେ ଦୁନିଆର ସବୁଠାରୁ ଜଣାଶୁଣା ବ୍ୟାପାରୀ ମହିଳାଙ୍କ ମଧ୍ୟରୁ ଜଣେ ଅଟନ୍ତି ଓ ବହୁତ ସାରା ସଫଳତାକୁ ସେ ଛୁଇଁବାରେ ଲାଗିଛନ୍ତି। ସେ ଯେଉଁ ସଫଳତା ହାସଲ କରୁଛନ୍ତି ତାହା କାହା ପାଇଁ କରିବା ସହଜ ହେବନାହିଁ।

85 କୋଟି ଟଙ୍କାକୁ 160 କୋଟି ଟଙ୍କାରେ ବଦଳାଇଲେ:-

ଯେତେବେଳେ 1986 ମସିହାରେ ମଲ୍ଲିକା ଟାଫେ କମ୍ପାନୀ ସହିତ ଜଡ଼ିତ ହୋଇଥିଲେ ସେତେବେଳେ ଏହି କମ୍ପାନୀର ବାର୍ଷିକ ଟର୍ନ ଓଭର 85 କୋଟି ଟଙ୍କା ଥିଲା। କିନ୍ତୁ ଏହାପରେ ଏହି ସାହସୀ ମହିଳା ନିଜର କଠୋର ଉଦ୍ୟମ ଦ୍ୱାରା କମ୍ପାନୀର ଟର୍ନ ଓଭର ବାର୍ଷିକ 160 ଆମେରିକୀୟ ଡ଼ଲାର କୋଟିରେ ପରିଣତ କରିଥିଲେ। ଯେତେବେଳେ ମଲ୍ଲିକା 90 ଦଶକରେ କମ୍ପାନୀ ସହିତ ଜଡ଼ିତ ହୋଇଥିଲେ ସେତେବେଳେ କମ୍ପାନୀ କେବଳ ଗୋଟିଏ ପ୍ରକାରର କୃଷି ଉପକରଣ ନିର୍ମାଣ କରୁଥିଲା। ଏହାପରେ ମଲ୍ଲିକା ସମୟାନୁସାରେ କୃଷିକୁ ବୁଝିଲେ ଓ ଏହାର ଉପଯୋଗୀ ବହୁତ ସାରା ଉପକରଣ ବର୍ତ୍ତମାନ କମ୍ପାନୀ ନିର୍ମାଣ କରୁଛି।

ପରିଶ୍ରମ ବଳରେ ନିଜେ ହେଲେ ଟ୍ରାକ୍ଟର କ୍ୱିନ:-

ମଲ୍ଲିକା ଯେତେବେଳେ ଏହି କମ୍ପାନୀ ସହିତ ଜଡ଼ିତ ହେବାକୁ ନିଷ୍ପତ୍ତି ନେଇଥିଲେ ସେତେବେଳେ ଏହି କମ୍ପାନୀ କେବଳ ସାମାନ୍ୟ ଦକ୍ଷିଣୀ କମ୍ପାନୀ ରୂପରେ ମାନ୍ୟତା ମିଳିଥିବା ଏକ କମ୍ପାନୀ ଥିଲା। ଏ କମ୍ପାନୀ ନିଜ ରାଜ୍ୟରେ ମଧ୍ୟ ସେତେବେଳେ ବେଶୀ ନାଁ ବନାଇ ନଥିଲା। କିନ୍ତୁ ମଲ୍ଲିକାଙ୍କ ଭଳି ସାହସୀ ମହିଳାଙ୍କ ପରିଶ୍ରମ ବଳରେ ଏହି କମ୍ପାନୀ ସାରା ଭାରତରେ ନାଁ ବନାଇ ପାରିଥିଲା ଓ ନିଜ କମ୍ପାନୀରେ ହାଇ ଟେକ୍ନୋଲୋଜିର ବ୍ୟବହାର କରି ଏହାକୁ ଆଗକୁ ବଢାଇଥିଲେ।

ଭାରତୀୟ କୃଷକଙ୍କ ଉପରେ ମଲ୍ଲିକାଙ୍କ ଚିନ୍ତାଧାରା ଏହାକି ଯେ, ଭାରତୀୟ କୃଷକ ବହୁତ ବୁଦ୍ଧିମତାର ସହିତ ଜିନିଷ ଡିମାଣ୍ଡ କରିଥାଆନ୍ତି। ସେ ନିଜର ପରିଶ୍ରମରେ କମାଇଥିବା ଟଙ୍କାକୁ ବହୁତ ବୁଝି ବିଚାରି ଖର୍ଚ୍ଚ କରିଥାଆନ୍ତି। ଏଥିରେ ଆମର ଗୋଟିଏ ଲକ୍ଷ୍ୟ ଏହା ଥିଲା କି, ସମୟ କ୍ରମରେ ଟ୍ରାକ୍ଟରର ଡିଜାଇନ ମଡେଲ ଓ ଟେକ୍ନିକରେ ଉନ୍ନତ କରାଯିବ କିନ୍ତୁ ଦର ସମାନ ରହିବ।

Leave A Reply

Your email address will not be published.