ସଚିନ ତେନ୍ଦୁଲକର ବାଛିଲେ ଆଇପିଏଲର ବେଷ୍ଟ ପ୍ଲେଇଂ ଇଲେଭେନ,କୋହଲି-ଧୋନୀ ଓ ରୋହିତଙ୍କୁ ଦେଲେ ବାଦ,ତା ହେଲେ କେଉଁ କେଉଁ ଖେଳାଳିକୁ ବାଛିଲେ ?

0

Get real time updates directly on you device, subscribe now.

ଇଣ୍ଡିଆନ ପ୍ରିମିୟର ଲିଗ 2022ଶେଷ ହୋଇସାରିଲାଣି ଓ ଏବେ ଏହି ସିଜିନର ବିଶ୍ଳେଷଣ ଚାଲୁଛି। ପୂର୍ବ କ୍ରିକେଟର ସଚିନ ତେନ୍ଦୁଲକର ମଧ୍ୟ ଏଥିରେ ଆକ୍ଟିଭ ନଜର ଆସିଛନ୍ତି। ଏବେ ଆଇପିଏଲ ସିଜିନ ଶେଷ ହେବାପରେ ସଚିନ ତେନ୍ଦୁଲକର ନିଜର ବେଷ୍ଟ ପ୍ଲେଇଂ ଇଲେଭେନ ବାଛିଛନ୍ତି। ହଇରାଣ କରିଦେବା ଭଳି ବିଷୟ ଏହାକି ଯେ, ସଚିନଙ୍କ ଦଳରେ ବିରାଟ କୋହଲି, ରୋହିତ ଶର୍ମା ଓ ମହେନ୍ଦ୍ର ସିଂହଙ୍କ ଭଳି ଫେମସ ଖେଳାଳି ନାହାଁନ୍ତି।

ସଚିନ ତେନ୍ଦୁଲକର ନିଜର ୟୁଟ୍ୟୁବ ଚ୍ୟାନେଲରେ ଆଇପିଏଲ 2022ର ପ୍ଲେଇଂ ଇଲେଭେନ ବାଛିଛନ୍ତି। ସଚିନ ନିଜର ଓପନିଂ ଯୋଡ଼ି ଭାବରେ ଶିଖର ଧାୱନ ଓ ଜୋଶ ବଟଲରଙ୍କୁ ବାଛିଛନ୍ତି। ଯେଉଁଥିରେ ସେ ବଟଲରଙ୍କ ଶାନଦାର ପ୍ରଦର୍ଶନ ଓ ଧାୱନଙ୍କ ଅଭିଜ୍ଞତାକୁ ମୌକା ଦେଇଛନ୍ତି।

ସଚିନ ତେନ୍ଦୁଲକର ନିଜର ତୃତୀୟ ନମ୍ବରରେ କେଏଲ ରାହୁଲଙ୍କୁ ବାଛିଛନ୍ତି। କାରଣ କେ ଏଲ ରାହୁଲ ଲଗାତାର ଭାବରେ ରନ ବନାଉଛନ୍ତି। ଚତୁର୍ଥ ସ୍ଥାନରେ ସେ ଗୁଜୁରାଟ ଅଧିନାୟକ ହାର୍ଦିକ ପାଣ୍ଡ୍ୟାଙ୍କୁ ସ୍ଥାନ ଦେଇଛନ୍ତି। ହାର୍ଦିକ ପାଣ୍ଡ୍ୟାଙ୍କ ଶାନଦାର ପ୍ରଦର୍ଶନ ଦେଖି ତାଙ୍କୁ ଦଳର ଅଧିନାୟକ ପଦ ଦିଆଯାଇଛି।

ଏହାପରେ ଡେଭିଡ଼ ମିଲର, ଲିଆମ ଲିଭିଙ୍ଗଷ୍ଟୋନ ଓ ଦୀନେଶ କାର୍ତିକଙ୍କ ନମ୍ୱର ରହିଛି। ବୋଲିଂରେ ସଚିନ ରସିଦ ଖାନ, ମହମ୍ମଦ ଶାମି, ଯଶପ୍ରୀତ ବୁମରା ଓ ଯୁଜବେନ୍ଦ୍ର ଚହଲଙ୍କୁ ସାମିଲ କରିଛନ୍ତି।

ସଚିନ ତେନ୍ଦୁଲକରଙ୍କ ପ୍ଲେଇଂ ଇଲେଭେନ:-

ଶିଖର ଧାୱନ, ଜୋଶ ବଟଲର, କେଏଲ ରାହୁଲ, ହାର୍ଦିକ ପାଣ୍ଡ୍ୟା (ଅଧିନାୟକ), ଡେଭିଡ଼ ମିଲର, ଲିଆମ ଲିଭିଙ୍ଗଷ୍ଟୋନ, ଦୀନେଶ କାର୍ତିକ, ରସିଦ ଖାନ, ମହମ୍ମଦ ଶାମି, ଯଶପ୍ରୀତ ବୁମରା, ଯୁଜବେନ୍ଦ୍ର ଚହଲ।

Leave A Reply

Your email address will not be published.