ଭାରତର ଡିଜିଟାଲ ଜନଗଣନା: ଜାଣନ୍ତୁ କ’ଣ ଏହି ଡିଜିଟାଲ ଜନଗଣନା ଓ କିପରି ହେବ ଏହାର ପୂରା ପ୍ରକ୍ରିୟା !

0

Get real time updates directly on you device, subscribe now.

ଡିଜିଟାଲ ଦିଗରେ ବଢ଼ୁଥିବା ଦେଶରେ ଏଵେ ଇ ଜନଗଣନା ହେବ|ଆସାମ ଗସ୍ତରେ ଯାଇଥିବା କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହ ଏହି ଘୋଷଣା କରିଛନ୍ତି|ଅମିତ ସାହ କହିଛନ୍ତି ଯେ ଡିଜିଟାଲ ମାଧ୍ୟମରେ କରାଯାଇଥିବା ଜନଗଣନା ପୂର୍ବାପେକ୍ଷା ୧୦୦% ସଠିକ ଅଟେ|ସେ କହିଛନ୍ତି ଜନଗଣନା ବହୁ କାରଣରୁ ଗୁରୁତ୍ୱପୂର୍ଣ୍ଣ|ସେ କହିଛନ୍ତି ଦେଶର ବିକାଶ ଯୋଜନାର ସଠିକ ନିୟୋଜନ ପାଇଁ ସଠିକ ଗଣନା ମହତ୍ୱପୂର୍ଣ୍ଣ|

ଦେଶର ୧୬ ତମ ଜନଗଣନା ଡିଜିଟାଲ ତରିକାରେ କରାଯିବ|ଏପର୍ଯ୍ୟନ୍ତ ସମସ୍ତ ଘରକୁ ଯାଇ ଫର୍ମ ଭରିବାକୁ ପଡୁଥିଲା|ଏଥର ଘରକୁ ଯାଉଥିବା କର୍ମଚାରୀ ପାଖରେ ଟାବଲେଟ ବା ସ୍ମାର୍ଟଫୋନ ରହିବ ଯେଉଁଥିରେ ସେ ଡିଜିଟାଲ ତରିକାରେ ତଥ୍ୟ ପ୍ରଦାନ କରିବେ|ଏଥିରେ ସ୍ୱଗଣନାର ପ୍ରାବଧାନ ରହିଛି|ଏହାର ସଂଗ୍ରହ ପାଇଁ ମୋବାଇଲ ଆପ ଓ ଜନଗଣନା ସମ୍ବନ୍ଧିତ ବିଭିନ୍ନ ଗତିବିଧି ଲକ୍ଷ୍ୟ ପାଇଁ ଜନଗଣନା ପୋର୍ଟାଲ ରହିଛି|

ଥରେ ଜନଗଣନା ପୋର୍ଟାଲ ଖୋଲିଗଲେ ବ୍ୟକ୍ତି ମୋବାଇଲ ନମ୍ବର ଦେଇ ଲଗ୍ଇନ କରି ବିବରଣୀ ଦେଇ ପାରିବେ|ଏଥିରେ ବ୍ୟକ୍ତିଙ୍କ ଜନ ସଂଖ୍ୟା ପାଇଁ ଫର୍ମ ଭରିବାକୁ ହେବ|ବିଭିନ୍ନ ବିକଳ୍ପ ଭରିବାକୁ ସ୍କ୍ରିନରେ କୋଡ ରହିବ|

ଥରୈ ସ୍ୱଗଣନା ହେବା ପରେ ଓଟିପି ଯିବ|ଯେତେବେଳେ ଜନଗଣନା କର୍ମଚାରୀ ତାଙ୍କ ଘରକୁ ଯିବେ ସେହି ଆଇଡି ନମ୍ବର ସେୟାର କରାଯାଇପାରେ ଯାହା ପୂର୍ବରୁ ଭରା ଯାଇଥିବା ଡାଟା ସହ ଅନଲାଇନ ସିଙ୍କ ହେବ|

୨୦୨୧ରେ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ଦେଶରେ ପ୍ରଥମଥର ପାଇଁ ଡିଜିଟାଲ ଜନଗଣନା ପାଇଁ ଘୋଷଣା କରିଥିଲେ|ଏହାସହ ସେ ବଜେଟରେ ଏଥିଲାଗି ୩,୭୨୬ କୋଟି ଟଙ୍କା ଆବଣ୍ଟନ କରିଥିଲେ|

ସୂଚନାଯୋଗ୍ୟ କେନ୍ଦ୍ର ଜନଗଣନା ଦୁଇଟି ଚରଣରେ କରିବାକୁ ନିଷ୍ପତ୍ତି ନିଆଯାଇଥିଲା|ଯେଉଁଥିରେ ପ୍ରଥମ ପର୍ଯ୍ୟାୟରେ ଘର ସୂଚିକରଣ ଓ ଆବାସ ଜନଗଣନା କରିବାର ଥିଲା ଓ ୯-୨୮ ଫେବୃଆରୀ ଜନସଂଖ୍ୟା ଗଣନା ହେବାର ଥିଲା|ଭାରତରେ ଜନଗଣନା ସୃଷ୍ଟି ୧୮୮୧ ରେ ହୋଇଥିଲା|ଭାରତ ସ୍ୱତନ୍ତ୍ର ହେବା ପରେ ୧୯୫୧-୨୦୧୧ ପର୍ଯ୍ୟନ୍ତ ଜନଗଣନା ହୋଇଛି|ପୂର୍ବ ଜନଗଣନା ୨୦୧୧ ରେ ହୋଇଥିଲା ସେତେବେଳେ ମୁଲାୟମ ସିଂ ଯାଦବ,ଲାଲୁ ଯାଦବ ଓ ଶରତ ଯାଦଵ ଭଳି ନେତା ଜାତି ଆଧାରରେ ଜନଗଣନା ପାଇଁ ଦାବି କରିଥିଲେ|
୧୯୩୧ରେ ଶେଷଥର ଜାତି ଆଧାରରେ ଜନଗଣନା ହୋଇଥିଲା|

Leave A Reply

Your email address will not be published.